ବ୍ୟବସ୍ଥା ସତ୍ତ୍ୱେ ରୋକି ହେଉନି ଚୋରି: ଯୋଡ଼ା ଖଣି ଅଞ୍ଚଳରେ ବଢ଼ିଚାଲିଛି ବେଆଇନ ଖଣିଜ ପରିବହନ

ଯୋଡା, ୨୭।୬(ଡି.ଏନ୍‌.ଏ.): ଲୁହାପଥରର ମୂଲ୍ୟ ବଢ଼ିବାରେ ଲାଗିଛି। ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୫ଗୁଣା ବୃଦ୍ଧି ଘଟି ଟନ୍‌ ପିଛା ସର୍ବନିମ୍ନ ୧୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରହିଛି। ଲୁହାପଥର ମୂଲ୍ୟ ଅନ୍ତଃରାଷ୍ଟ୍ରୀୟ ବଜାରରେ ବୃଦ୍ଧି ପାଉଥିବାରୁ ଚୋରା କାରବାର ମଧ୍ୟ ବଢ଼ିବାରେ ଲାଗିଛି। ବିଶେଷକରି କେନ୍ଦୁଝର ଜିଲା ଯୋଡ଼ା ଖଣି ଅଞ୍ଚଳରେ ଖଣିଜ ଚୋରା କାରବାର ଏକ ଦୈନନ୍ଦିନ ଘଟଣାରେ ପରିଣତ ହେଲାଣି। ଚଳିତ ଜୁନ୍‌ ମାସରେ ଚୋରାଚାଲାଣ ହେଉଥିବା ୫୦ରୁ ଊର୍ଦ୍ଧ୍ୱ ବଡ଼ବଡ଼ ଟ୍ରକ୍‌କୁ ପୋଲିସ ଓ ବନବିଭାଗ ପକ୍ଷରୁ ଜବତ କରାଗଲାଣି। ଏହି ସମସ୍ତ ଚୋରା ଖଣିଜ ବୋଝେଇ ଟ୍ରକ୍‌ ପ୍ରାୟତଃ ଖଣି ଲିଜ୍‌ ସଂଲଗ୍ନ ଅଞ୍ଚଳରୁ ଧରାପଡ଼ିଛି। ଯାହାକି ଖଣି ନିର୍ଦ୍ଦେଶାଳୟର ବିନା ଅନୁମୋଦନରେ ଚାଲାଣ ହେଉଥିବା ଜଣାପଡ଼ିଛି। ବିଭିନ୍ନ ଉପାୟରେ ଖଣିଜ ପଦାର୍ଥ ଚୋରି ହେଉଥିବାରୁ ସରକାର ବହୁ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। ଏନେଇ ଭୁବନେଶ୍ୱର ସ୍ଥିତ ଖଣି ନିର୍ଦ୍ଦେଶାଳୟର ବରିଷ୍ଠ ଯୁଗ୍ମ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ଖଣିଜ ଚୋରି ରୋକିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଥ୍ରିଏମ୍‌ଏସ୍‌, ଷ୍ଟେଟ୍‌ ଲେଭଲ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଭଳି ଅନେକ ପଦକ୍ଷେପ ନିଆଯାଇଛି। ଏବେ ଖଣିଜ ଚୋରା ଚାଲାଣକୁ ରୋକିବା ପାଇଁ ଆହୁରି କଠୋର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୁରୁଣା ଖଣି ଲିଜ୍‌ଧାରୀମାନେ ଖଣି ଛାଡ଼ିବା ସମୟରେ ନିଜର ପରିବେଶୀୟ ଅନୁମୋଦନ ଧାର୍ଯ୍ୟଠାରୁ ଅଧିକ ଖଣିଜ ଉତ୍ତୋଳନ କରିଥିବାରୁ ଏହାକୁ ଖାତା ଖତିଆନରେ ଦର୍ଶାଇ ପାରି ନ ଥିଲେ। ଏବେ ସେହି ଖଣିଜକୁ କେତେଜଣ ଖଣି ମାଲିକ ନିଜଦ୍ୱାରା ଉତ୍ତୋଳନ ହୋଇଥିବା ଦର୍ଶାଇ ବିଭାଗୀୟ ଅନୁମୋଦନ ପାଇ ବ୍ୟାପକ ଅନିୟମିତତା କରୁଛନ୍ତି। ଏପରି କି ଏକ ଖଣି କମ୍ପାନୀ ରନ୍‌ ଅଫ୍‌ ମାଇନ୍ସ(ଆର୍‌ଓଏମ୍‌) ବା ମାଟି ମିଶ୍ରିତ ଲୁହାପଥରକୁ ନିଜର ପ୍ଲାଣ୍ଟକୁ ପରିବହନ କରି ସେଠାରେ ବିଶୋଧନ ପରେ ଉନ୍ନତମାନର ଖଣିଜକୁ ନିଜ ବ୍ୟବହାରରେ ଲଗାଉଛି। ନିୟମ ଅନୁସାରେ ଖଣିରେ ଏହି ବିଶୋଧନ କାର୍ଯ୍ୟ କରିବା ପରେ ଲୁହାପଥରକୁ ଶିଳ୍ପକୁ ପରିବହନ କଲେ ରାଜ୍ୟ ସରକାର ରାଜସ୍ବ ପାଇଥାନ୍ତେ। ମାତ୍ର ସରକାର ଏହି ରାଜସ୍ବରୁ ବଞ୍ଚତ୍ତ ହେଉଛନ୍ତି। ସେହିପରି ନିଜର ଶିଳ୍ପକୁ ନିଜେ ହିଁ ଖଣିଜ ପରିବହନ କରୁଥିବାରୁ ପରିବହନ ବେଳେ ଚଞ୍ଚକତା କରି ଗୋଟିଏ ଚାଲାଣରେ ଏକାଧିକ ଟ୍ରିପ୍‌ ଖଣିଜ ଚାଲାଣ କରାଯାଉଛି। ଏପରି କି ଅଧିକ ନିଲାମ ପ୍ରିମିୟମ ଦେବାକୁ ପଡ଼ିବ ବୋଲି କେତେଜଣ ଖଣି ବ୍ୟବସାୟୀ ବିନା ଅନୁମୋଦନରେ ଲୁହାପଥର ଚୋରା ଚାଲାଣ କରୁଥିବା ଜଣାପଡ଼ିଛି। ଲୁହାପଥର ମାନକୁ ନିମ୍ନମାନର ଦର୍ଶାଇ, ଉନ୍ନତମାନର ଖଣିଜ ପରିବହନ କରାଯାଉଥିବା ଘଟଣା ପୂର୍ବରୁ ନଜିର ରହିଛି। ଯୋଡ଼ା ଖଣିମଣ୍ଡଳର ବିଭିନ୍ନ ରେଳ ସାଇଡିଂ ଓ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ସ୍ଥାନରେ ଲକ୍ଷଲକ୍ଷ ମେଟ୍ରିକ ଟନ୍‌ ଦାବିଦାର ନ ଥିବା ଲୁହପଥର ଓ ଚୋରା ଲୁହାପଥର ବିଭାଗ ଦ୍ୱାରା ଜବତ ହୋଇ ପଡ଼ିି ରହିଥିଲେ ହେଁ ରକ୍ଷଣାବେକ୍ଷଣ ଅଭାବରୁ ଏହା ଚୋରି ହୋଇଯାଉଛି। କେତେଜଣ ପୂବର୍ତନ ଖଣି ଲିଜ୍‌ଧାରୀ ନାମକୁ ଗୋପନ ରଖି କହିଛନ୍ତି ଯେ, ପୂର୍ବରୁ ଯେଉଁ ଖଣିରୁ ୬୨ପ୍ରତିଶତ ମାନର ଖଣିଜ ପରିବହନ ହେଉଥିଲା, ବର୍ତ୍ତମାନ ଖଣି ହାତେଇ ଥିବା କିଛି ବ୍ୟବସାୟୀଙ୍କ ଏହି ନିର୍ଦ୍ଦିଷ୍ଟ ଖଣିରୁ ଖଣିଜର ମାନ କିପରି ଶତକଡା ୫୮ ପ୍ରତିଶତକୁ ହ୍ରାସ ପାଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବା ସହ ସରକାର ରାଜସ୍ବ ହରାଇବେ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri