ପଞ୍ଚାୟତ କାର୍ଯ୍ୟାଳୟରୁ ୫ ଲକ୍ଷ ଟଙ୍କାର କୋଭିଡ୍‌ ସାମଗ୍ରୀ ଚୋରି

ପରଜଙ୍ଗ,୩।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ପଙ୍ଗାତିରା ପଞ୍ଚାୟତ କାର୍ଯ୍ୟାଳୟରୁ ବିପୁଳ ପରିମାଣର କୋଭିଡ ସାମଗ୍ରୀ ଚୋରି ହୋଇଛି। ଏନେଇ ଥାନାରେ ଏତଲା ମଧ୍ୟ ହୋଇଛି। ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ପୋଲିସ ସୂଚନା ମୁତାବକ, କରୋନାର ପ୍ରଥମ ଲହର ସମୟରେ ପଙ୍ଗାତିରା ପଞ୍ଚାୟତକୁ କୋଭିଡ୍‌ ସେଣ୍ଟର ଭାବେ ବ୍ୟବହାର କରାଯାଉଥିଲା। ତେବେ ସେହି ସମୟରେ ବ୍ୟବହାର ହୋଇଥିବା ସାମଗ୍ରୀ ଓ ଅବ୍ୟବହୃତ କିଛି ନୂଆ ସାମଗ୍ରୀ ଚୋରି ହୋଇଛି। ଏକ ଡିଜେଲ ଜେନେରେଟର ସେଟ୍‌, ୨୦୦ଟି ସପ, ୨୦୦ଟି ମଗ, ୨୦୦ଟି ବେଡ୍‌ଶିଟ, ୧୫ଟି ଚୌକି, ୨ଟି ଟେବୁଲ, ୧୫୦ଟି ସୋଲାର ଆଲୋକ ସହିତ ସରକାରୀ କାଗଜପତ୍ର ଚୋରି ହୋଇଛି। ଏଥିରେ ଗ୍ରାମବାସୀ ପଞ୍ଚାୟତର ସରପଞ୍ଚ ଓ ରାତ୍ରି ଜଗୁଆଳିଙ୍କୁ ଦାୟୀ କରୁଛନ୍ତି। ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିରସ୍ରୋତା ହେବ ଖରସ୍ରୋତା

ରସୁଲପୁର,୨୧ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ୭ ପଞ୍ଚାୟତ ଯଥା; ଭୋଟକା, ଗନ୍ଧଣ, ବଡ଼କଇଞ୍ଚତ୍, ରସୁଲପୁର, ରାହାମ୍ବା, ଟିକରପଡ଼ା ଓ ନଠୁଆବରର ଜୀବନରେଖା କୁହାଯାଉଥିବା ମୂଳ ଖରସ୍ରୋତା...

ପୂର୍ବତନ ଏଜି ଅଶୋକ ମହାନ୍ତିଙ୍କ ବଢ଼ିଲା ଅଡ଼ୁଆ

କଟକ ଅଫିସ,୨୬।୧୦: ପୂର୍ବତନ ଆଡ୍‌ଭୋକେଟ ଜେନେରାଲ ଅଶୋକ ମହାନ୍ତିଙ୍କ ପାଇଁ ବଢ଼ିଛି ଅଡୁଆ। ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରୁ ତାଙ୍କୁ ବାଦ ଦେବାକୁ ସେ କରିଥିବା ଆବେଦନକୁ...

ନେଇଗଲେ ବନବିଭାଗ, ଝୁରୁଛନ୍ତି କୁନ୍ତଳା

ତେଲକୋଇ,୧୪।୩: ପଶୁ ଓ ମଣିଷ ମଧ୍ୟରେ ରହିଛି ଅନାବିଳ ସ୍ନେହ । ମଣିଷ ପାଖରୁ ପଶୁଟିକୁ ବିଚ୍ଛେଦ କରି ଜଙ୍ଗଲରେ ଛାଡିବା ଘଟଣାରେ ଜଣେ ମହିଳା...

ଥମୁନି କରୋନା ଜନିତ ମୃତ୍ୟୁ ସଂଖ୍ୟା: ଆଜି ନେଲା ୫ ମୁଣ୍ଡ

ଛତ୍ରପୁର,୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଥମିବାରେ ନାଁ ନେଉ ନାହିଁ। ପୁଣି ଆଜି ଜିଲାରୁ ଆଉ ୩ ଜଣ ମହିଳାଙ୍କ ସହ...

ସିଲ୍‌ଭର ଗାନ୍ଧୀଙ୍କୁ ସମ୍ବର୍ଦ୍ଧିତ କରିବେ ପ୍ରଧାନମନ୍ତ୍ରୀ

ଭଞ୍ଜନଗର,୨୭।୯(ଡି.ଏନ.ଏ)- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ...

ଗାଁ ଲୋକଙ୍କ ବିରୋଧ ପରେ ବନ୍ଦ ହେଲା ୨ଟି କାରଖାନା

କେନ୍ଦୁଝର,୨୮ା୩(ଡି.ଏନ୍‌.ଏ.): ସରକାର କରୋନା ଭୂତାଣୁ ପ୍ରତିରୋଧ ପାଇଁ ସାରା ଭାରତ ଲକ୍‌ଡାଉନ୍‌ କରିଥିବାବେଳେ ଶିଳ୍ପ ଓ ଖଣି ଚାଲିବ ବୋଲି ନିର୍ଦ୍ଦେଶନାମା ପ୍ରକାଶ କରିଥିଲେ। ଏହି...

କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାସ୍ତା ସିଲ୍‌

ହାଟଡିହୀ,୧୩ା୫(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବୁଧବାର ପୁଣି ଦୁଇ କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଆକ୍ରାନ୍ତ ଦୁଇ ଜଣ...

ଗଜପତିରେ ଅର୍ନାମେଣ୍ଟାଲ ମାଛଚାଷ ଆରମ୍ଭ

ପାରଳାଖେମୁଣ୍ଡି,୮ା୮(ଡି.ଏନ୍‌.ଏ): ଗଜପତି ଜିଲା ପ୍ରଶାସନ ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତରେ ପହଞ୍ଚି ଲୋକଙ୍କ ଦୁଃଖସୁଖ ବୁଝିବା ସହ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ରୋଜଗାରର ବ୍ୟବସ୍ଥା କରିଛି।...

Advertisement
Archives

Model This Week