ମହାବଳ ବାଘର ନୀରକ୍ଷଣ ପାଇଁ ଲାଗିଥିବା ୨ଟି ଟ୍ରାପ କ୍ୟାମେରା ଚୋରି

କେନ୍ଦୁଝର, ୧୬ା୫ (ସ୍ବ.ପ୍ର.): ଘଟଗାଁ ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରେ ପୁଣି ୨ ଟି ଟ୍ରାପ କ୍ୟାମେରା ଚୋରି ହୋଇଛି। ଏନେଇ ଘଟଗାଁ ଥାନାରେ ରିପୋର୍ଟ ହୋଇଛି। ଘଟଗାଁ ଫରେଷ୍ଟର ଜତିନ୍ଦ୍ର ସାହୁ ଘଟଣାର ତଦନ୍ତ ପାଇଁ ଘଟଗାଁ ଥାନାରେ ଏତଲା ଦେଇଛନ୍ତି। ଅଟେଇ ସଂରକ୍ଷିତ ଜଙ୍ଗଲର କାଦବାହାଳି ଉତ୍ତର ବିଟ ଅଞ୍ଚଳରେ ଏହି ଚୋରି ହୋଇଛି। ତେବେ ଚୋରି କରିଥିବା ଲୋକଙ୍କୁ ଖୁବଶୀଘ୍ର ଠାବ କରାଯିବ ବୋଲି ବନ ବିଭାଗ କହିଛି । ଏଠାରେ ସୂଚନଯୋଗ୍ୟ ଯେ, ପୂର୍ବରୁ କିଛି ମାସ ତଳେ ଏଭଳି ଏକ କ୍ୟାମେରା ଚୋରି ହୋଇଥିଲେ ହେଁ ଚୋର ଧରା ପଡି ନ ଥିବା ବେଳେ ଏଭଳି ଆଉ ଏକ ଚୋରି ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ପ୍ରକାଶ ଯେ, ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘର ଗତିବିଧି ଜାଣିବା ପାଇଁ ମୋଟ ୫୫ଟି ଟ୍ରାପ କ୍ୟାମେରା ଲାଗିଛି । ଟ୍ରାପ କ୍ୟାମେରା ପ୍ରତି ୧୫ ଦିନରେ ଥରେ ଖୋଲି ଯାଞ୍ଚ କରାଯାଉଛି । ତେବେ ଯାଞ୍ଚ ସମୟରେ ୨ଟି ନ ଥିବା ଜଣାପଡିଥିଲା । ଏଥିପୂର୍ବରୁ ମାର୍ଚ୍ଚ ମାସ ୯ ତାରିଖରେ ପାଟଣା ରେଞ୍ଜ ପାଟଣା ସେକ୍ସନ ତଣ୍ଡୋ ବିଟ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘର ଗତିବିଧି ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ୧୦ଟି ଟ୍ରାପ କ୍ୟାମେରା ଲଗାଯାଇଥିଲା । ଭୁବନେଶ୍ୱରରୁ ଏକ ସ୍ବତନ୍ତ୍ର ଟିମ୍‌ ଆସି ପାଟଣା ରେଞ୍ଜର ଅଟେଇ ସଂରକ୍ଷିତ ଜଙ୍ଗଲରେ ଟ୍ରାପ ଲଗାଇଥିଲେ । ତେବେ ଏହି ୧୦ଟି ଟ୍ରାପ କ୍ୟାମେରା ମଧ୍ୟରୁ ପାଟଣା ରେଞ୍ଜର ଅଟେଇ ସଂରକ୍ଷିତ ଜଙ୍ଗଲରେ ୨ଟି ଟ୍ରାପ କ୍ୟାମେରା ଚୋରି ହୋଇଥିବା ବନ ବିଭାଗ ନଜରକୁ ଆସିବା ପରେ ପାଟଣା ଫରେଷ୍ଟର ଚିତ୍ତରଞ୍ଜନ ପରିଡା ଘଟଗାଁ ଥାନାରେ ଏତଲା ଦେଇଛନ୍ତି। ଅଟେଇ ସଂରକ୍ଷିତ ଜଙ୍ଗଲର ରୋହିଣୀଦୁମା ଏବଂ ବଡପିଛୁଳାରେ ୨ଟି ଟ୍ରାପ କ୍ୟାମେରା ଚୋରି ହୋଇଥିବା ବନ ବିଭାଗ ଜାଣିବା ପରେ ଏତଲା ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ଚୋରଙ୍କୁ ଠାବ କରିବାରେ ପୋଲିସ ଏବଂ ବନ ବିଭାଗ ବିଫଳ ହୋଇଛି । ଏହାପରେ ପୁଣି ଏକ ଟ୍ରାପ କ୍ୟାମେରା ଚୋରି ହୋଇଥିବା ନେଇ ଥାନାରେ ରିପୋର୍ଟ ହୋଇଛି । ଘଟଗାଁ ରେଞ୍ଜ ଦେଓବନ୍ଧ ସେକ୍ସନ ବାରବାଙ୍କ ସଂରକ୍ଷିତ କୁଆଝରଣ ଘାଟି ଅଣ୍ଡରପାସ ନିକଟରେ ଗତ ୮ତାରଖରେ ଗୋଟିଏ ଟ୍ରାପ କ୍ୟାମେରାକୁ କେହି ଭାଙ୍ଗି ଦେଇଥିବା ଜଣାପଡିଛି । ଭାଙ୍ଗି ଯାଇଥିବା ଟ୍ରାପ କ୍ୟାମେରା ବନ ବିଭାଗ ଉଦ୍ଧାର କରିଛି । ତେବେ କିଏ ଏବଂ କାହିଁକି ଜଙ୍ଗଲ ଭିତରେ ପଶି ଟ୍ରାପ କ୍ୟାମେରା ଚୋରି କରିଛି ସେ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସଂରକ୍ଷିତ ଜଙ୍ଗଲ ଭିତରେ ପଶିବା ମନା ଥିବାବେଳେ କେହି ଶିକାରୀ ଅଟେଇ ଜଙ୍ଗଲରେ ଶିକାର କରିବାକୁ ଯାଇ ଧରା ପଡିିବା ଭୟରେ ଟ୍ରାପ କ୍ୟାମେରା ଚୋରୀ କରିଥିବା ଅନୁମାନ କରାଯାଉଛି । ଜଙ୍ଗଲରେ ପାଦଚଲା ପେଟ୍ରୋଲିଂ ଠିକ ଭାବରେ କରାଯାଉ ନ ଥିବାରୁ ଏବଂ ଜଙ୍ଗଲରେ ବାହାର ଲୋକଙ୍କ ପ୍ରବେଶ ହେଉଛି । ବନ ବିଭାଗ କ୍ୟାମେରାର ସୁରକ୍ଷା ଦେଇ ପାରୁ ନ ଥିବାବେଳେ ମହାବଳ ବାଘର ସୁରକ୍ଷା କିପରି କରିବ ତାହା ଏବେ ଆଲୋଚନାର ବିଷୟ ହୋଇଛି । ବାଘକୁ ୨୪ ଘଣ୍ଟିଆ ନିରିକ୍ଷଣ କରିବାକୁ ଜଣେ ଏସିଏଫଙ୍କ ନେତୃତ୍ୱରେ ୫ଜଣିଆ ଟିମ ଗଠନ କରାଯାଇଛି । ପାଟଣା ଏବଂ ଘଟଗାଁ ରେଞ୍ଜର କର୍ମଚାରୀମାନେ ଏହାକୁ ସହଯୋଗ କରୁଛନ୍ତି । ଏତେ ସବୁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଟ୍ରାପ କ୍ୟାମେରା ଚୋରି ବନ ବିଭାଗର ଢିଲା ପେଟ୍ରୋଲିଂକୁ ପଦାରେ ପକାଇଛି । ଅଟେଇ ସଂରକ୍ଷିତ ଜଙ୍ଗଲରେ ଏକ ମହାବଳ ବାଘ ସହ ଏକ କଲାରାପତରିଆ ବାଘ ରହିଥିବାବେଳେ ଏହି ଘଟଣା ପରେ ବାଘର ସୁରକ୍ଷା ନେଇ ପରିବେଶବିତ୍‌ମାନ ଚିନ୍ତାପ୍ରକଟ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri