୧୮ କେଜିର ଅଷ୍ଟଧାତୁ ମୂର୍ତ୍ତି ଚୋରି

ପାରଳାଖେମୁଣ୍ଡି,୧୯ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଦିନକୁଦିନ ଚୋରଗ୍ୟାଙ୍ଗ ସକ୍ରିୟ ହେବାରେ ଲାଗିଛନ୍ତି। ଗତ ୧ ତାରିଖରେ ଶିରିଡ଼ି ସାଇ ମନ୍ଦିରରୁ ପ୍ରାୟ ୬ ଲକ୍ଷ ଟଙ୍କାର ମୁକୁଟ ଚୋରି ହୋଇଥିବା ବେଳେ ପୁଣି ହନୁମାନ ମନ୍ଦିରରୁ ୧୮ କେଜି ଓଜନର ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଚୋରି ହୋଇଛି।
ପ୍ରକାଶ ଯେ, ଶୁକ୍ରବାର ସକାଳୁ ପୂଜକ ଚୋରି ହୋଇଥିବା ଦେଖି ମନ୍ଦିର କମିଟି ଓ ଅନ୍ୟମାନଙ୍କୁ ଜଣାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛି। ରାତିରେ ମନ୍ଦିର ପରିସର ଏକ କୋଠରିରେ ଜଣେ ସନ୍ନ୍ୟାସୀ ଓ ତିନି ଜଣ ଛାତ୍ର ରହୁଥିବା ସତ୍ତ୍ବେ ଚୋର ଅତି ସତର୍କତାର ସହିତ ମୂର୍ତ୍ତି ଚୋରି କରିନେଇଥିବା ଜଣାପଡ଼ିଛି।