ଚକୁଳିଫାର୍ମରୁ ଚୋରି ଘଟଣା, ୪ଗିରଫ

ଅତାବିରା,୨୦।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଚକୁଳିଫାର୍ମ(ନୂଆଁ ଖଇରପାଲି)ରେ ଗତ ୮ତାରିଖ ବିଳମ୍ବିତ ରାତିରେ ସଂଘଟିତ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଏଥିରେ ସମ୍ପୃକ୍ତ ୩ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି।
ସେମାନେ ହେଲେ, ବରଗଡ଼ ପଞ୍ଚାୟତ କଲେଜ ନିକଟ କୁଲିବନ୍ଧ ପଡ଼ାର ରିଙ୍କୁ ଭୋଇ(୨୫), ବରଗଡ଼ ଗ୍ରାମାଞ୍ଚଳ ଥାନା କଣ୍ଟାଟିକ୍ରାର ସୁଶାନ୍ତ ତାଣ୍ଡି(୩୭), ପଣ୍ଡରିପଥର ନିବାସୀ ଗଙ୍ଗା ହନୁମାନ(୨୫) ଏବଂ ବରଗଡ଼ ଓ୍ବାର୍ଡ ନଂ. ୪ର ଜଗନ୍ନାଥ ଦାଶ(୩୭)।
ସେମାନଙ୍କ ପାଖରୁ ଏକ କାର୍‌(ନଂ-ଓଡ଼ି୧୪ଏଏ ୯୮୧୨), ଏକ ସ୍କୁଟି(ନଂ-ଓଡ଼ି୧୭ଏଡ଼ି ୫୯୭୨) ସମେତ ୩ସାମସଙ୍ଗ ଟିଭି, ଗୋଟିଏ କମ୍ପ୍ୟୁଟର ମଲ୍ଟି ମିଡ଼ିଆ ସ୍ପିକର, ୧୩ଖଣ୍ଡ ନୂଆଶାଢ଼ି, ଗୋଟିଏ ସାମସଙ୍ଗ ଟାବଲଏଡ୍‌, ୪ଲାପଟପ୍‌, ୪ମୋବାଇଲ, ୯୨୫ଗ୍ରାମର ରୂପା ଅଳଙ୍କାର, ୩.୫ ଗ୍ରାମର ସୁନା ଗହଣା ଆଦି ଜବତ ହୋଇଛି।
ଏ ନେଇ ଅତାବିରା ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବରଗଡ଼ ଏସ୍‌ଡ଼ିପିଓ ପଦାରବିନ୍ଦ ତ୍ରିପାଠୀ ସୂଚନା ଦେଇ କହିଥିଲେ, ଚକୁଳିଫାର୍ମ ନିବାସୀ କେ. ସାବିତ୍ରୀ(୫୦) ଘରେ ଅନୁପସ୍ଥିତ ରହିଥିବା ସୁଯୋଗ ନେଇ ଅଭିଯୁକ୍ତମାନେ ଘର ଭିତରକୁ ପଶିବା ସହିତ ଆଲମିରା ଭାଙ୍ଗିବା ସହିତ ସୁନା, ରୂପା ଅଳଙ୍କାର ସମେତ ନଗଦ ୩୦ହଜାର ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା। ତାକୁ ଆଧାର କରି ଅତାବିରା ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଚୋରି ସାମଗ୍ରୀ ଉଦ୍ଧାର କରିଥିଲା। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ରିଙ୍କୁ ଏବଂ ଗଙ୍ଗା ପେଶାଦାର ଅପରାଧି । ସେମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ରିଙ୍କୁଙ୍କ ବିରୋଧରେ ବରଗଡ଼ ଟାଉନ ଥାନା, ବରଗଡ଼ ସଦର ଥାନା ଏବଂ ବିଜେପୁର ଥାନାରେ ୮ଟି ମାମଲା ରହିଛି। ସେହିପରି ଗଙ୍ଗାଙ୍କ ବିରୋଧରେ ବରଗଡ଼ ଟାଉନ ଥାନା, ବରଗଡ଼ ସଦର ଥାନା ସମେତ ବରପାଲି, ଅତାବିରା, ଟିଟିଲାଗଡ଼, ନାକଟିଦେଉଲ, ଯୁଯୋମୁରା, ରେଢ଼ାଖୋଲ ରେଢ଼ାଖୋଲ ଥାନାରେ ୧୭ଟି ମାମଲା ରହିଛି ବୋଲି ଏସ୍‌ଡ଼ିପିଓ ତ୍ରିପାଠୀ କହିଥିଲେ। ୨୦୨୪ ସେପ୍ଟେମ୍ବର ମାସରୁ ୨୦୨୫ ମସିହା ଫେବୃୟାରୀ ମାସ ଯାଏ ଅଭିଯୁକ୍ତ ଗଙ୍ଗା ଏବଂ ରିଙ୍କୁ ଅନ୍ୟଜଣେ ଅଭିଯୁକ୍ତ ମହେଶ ଶର୍ମାଙ୍କ ସହିତ ମିଶି ସମ୍ବଲପୁର ଜିଲାର ଡଇଁଚା, ଡିମିରିକୁଦା, ଲୁହାପଙ୍କ, ଅଙ୍ଗରପଡ଼ା, କୁଟାସିଂଘା, ପୁରୁଣାଗଡ଼, ବେତଗଡ଼ ଆଦି ଅଞ୍ଚଳର ସ୍କୁଲରେ ଲାଗିଥିବା ସାମସଙ୍ଗ ଏଲଇଡ଼ି ଟିଭି ଚୋରି କରିଥିବା ଜେରାବେଳେ ସ୍ବୀକାର କରିଥିଲେ ବୋଲି ଏସଡ଼ିପିଓ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଅତାବିରା ଆଇଆଇସି ପ୍ରକାଶ କର୍ଣ୍ଣ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟକ୍‌: ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୬।୩: ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦଶ ଜଣ ପ୍ରାଣ ହରାଇଛନ୍ତି। ରାୟାବରମ ନିକଟରେ କାଠ ଖଣି ନିକଟରେ ଏକ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

ମୋଦି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ ,୨୬ା୩: ବିଶ୍ୱର ଲୋକପ୍ରିୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ସବୁଠୁ ଆଗରେ ରହିଛନ୍ତି। ଗତ ବର୍ଷ ତୁଳନାରେ ତାଙ୍କର ଲୋକପ୍ରିୟତା ହ୍ରାସ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri