ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି। ଯାହାର ସିସିଟିଭି ଫୁଟେଜ ଭାଇରଲ ହେବାରେ ଲାଗିଛି।

ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ୧୯ ହଜାର ୬ ଶହ ଟଙ୍କା ସମେତ ବହୁ ମଦ ଚୋରି କରି ନେଇଥିଲେ ଦୁର୍ବୃତ୍ତ। ଏନେଇ ଦୋକାନ ମାଲିକ ଛତ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗକୁ ଆଧାର କରି ଛତ୍ରପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛ। ପୂର୍ବରୁ ବି ଏହିଭଳି ଭାବେ ଏହି ମଦ ଦୋକାନରୁ ତାଲା ଭାଙ୍ଗି ଚୋରି ହୋଇଥିବାବେଳେ ଏବେ ପୁଣି ଥରେ ଚୋରି ହୋଇଛ। ସେହିପରି ଛତ୍ରପୁର ସହରରେ ପୂର୍ବରୁ ମଧ୍ୟ ବହୁ ମନ୍ଦିରରେ ଚୋରି ହୋଇଥିବା ବେଳେ ଏଯାବତ ଚୋରଙ୍କୁ ଧରାଯାଇପାରିନାହିଁ।

Dharitri – Odisha’s No.1 Odia Daily