ଥାନା ପରିସରରେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦ା୨ (ବ୍ୟୁରୋ): ଧାର ଟଙ୍କାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଗୁରୁବାର ରାତିରେ ଅପହରଣ କରାଯିବା ଏବଂ ପରେ ଶହୀଦନଗର ଥାନା ପରିସରରେ ତାଙ୍କର ମୃତ୍ୟୁ ଘଟିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗାଡ଼କଣ ଅଞ୍ଚଳରେ ରହୁଥିବା ବିଚିତ୍ର ପଲେଇ(୪୨)। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଶହୀଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିରେ ରହୁଥିବା ନେତ୍ରମଣି ବେହେରା(୪୦) ଏବଂ ତାଙ୍କ ଭାଇ କଟକ ସଦର ଥାନା ଅନ୍ତର୍ଗତ ଉରାଙ୍ଗପ୍ରଧାନ ଗ୍ରାମର ବଟକୃଷ୍ଣ ବେହେରା(୩୧)ଙ୍କୁ ଗିରଫ କରି ପଚରାଉଚରା କରୁଛି। ଶୁକ୍ରବାର ସେମାନଙ୍କୁ ଅପହରଣ ଏବଂ ହତ୍ୟା ଅଭିଯୋଗରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।
ମିଳିଥିବା ସୂଚନାନୁସାରେ ନେତ୍ରମଣି ଏକ ବିଉଟି ପାର୍ଲର କରିଛନ୍ତି। ମୃତ ବିଚିତ୍ରଙ୍କ ଘର ଯାଜପୁର ଜିଲା ବରୀ ଅଞ୍ଚଳରେ ହୋଇଥିବାବେଳେ ସେ ଗାଡ଼କଣରେ ରହୁଥିଲେ। କିଛି ବର୍ଷ ତଳେ ନେତ୍ରମଣିଙ୍କଠାରୁ ବିଚିତ୍ର ୩ଲକ୍ଷ ଟଙ୍କା ଧାର ନେଇଥିଲେ। ହେଲେ ଟଙ୍କା ନ ଫେରାଇ ଦିନ ଗଡ଼ାଇ ଚାଲିଥିଲେ। ଏପରି କି କିଛି ମାସ ତଳେ ନେତ୍ରମଣୀଙ୍କୁ ଏକ ଚେକ୍‌ ଦେଇଥିଲେ, ଯାହାକି ବାଉନ୍‌ସ ହୋଇଯାଇଥିଲା। ଧାର ଟଙ୍କା ବୁଧବାର ଶୁଝିଦେବେ ବୋଲି ବିଚିତ୍ର ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଫେରାଇ ନ ଥିଲେ। ଫଳରେ ନେତ୍ରମଣୀ ତାଙ୍କ ଭାଇ ବଟକୃଷ୍ଣଙ୍କ ସହଯୋଗରେ ଗୁରୁବାର ରାତିରେ ବିଚିତ୍ରଙ୍କୁ ଜବରଦସ୍ତ ଏକ କାର୍‌ରେ ବସାଇ ଶହୀଦନଗର ଥାନାକୁ ଆଣୁଥିଲେ। ହେଲେ ବାଣୀବିହାର ଛକ ନିକଟରେ ଗାଡ଼ିର ବେଗ ଧୀର ହେବାରୁ ବିଚିତ୍ର ଗାଡ଼ିରୁ ଡେଇଁ ପଡ଼ି ଦୌଡ଼ିବାକୁ ଲାଗିଥିଲେ। ଏଥିସହ ତାଙ୍କୁ ଅପହରଣ କରାଯାଉଥିବା ଚିତ୍କାର କରିଥିଲେ। ବଟକୃଷ୍ଣ ତାଙ୍କୁ ପିଛା କରି ଗାଳିଗୁଲ କରିବା ସହ ମାଡ଼ ମାରିଥିଲେ। ଏହାଦେଖି ବାଣୀବିହାରର କେତେଜଣ ଛାତ୍ର ଓ ସ୍ଥାନୀୟ ଲୋକ ସେଠାରେ ରୁଣ୍ଡ ହୋଇ ଘଟଣା ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଥାନା ନିକଟରେ ଏହି ଘଟଣା ଘଟିଥିବାରୁ ସେମାନଙ୍କୁ ଲୋକମାନେ ଥାନା ପରିସରକୁ ନେଇଥିଲେ। ହେଲେ ବିଚିତ୍ର ସେଠାରେ ଅସୁସ୍ଥ ହୋଇ ତଳେ ପଡ଼ିଯିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ପିସିଆର୍‌ ଯୋଗେ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri