ନିଯୁକ୍ତି ସଙ୍କଟ ଚିନ୍ତାରେ ଯୁବବର୍ଗ

ନୂଆଦିଲ୍ଲୀ,୭।୯ : ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ ତ୍ରୈମାସରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଐତିହାସିକ ନିମ୍ନ ସ୍ତର -୨୩.୯%କୁ ଖସିଛି। ଲଗାତର ଭାବେ ଅଭିବୃଦ୍ଧି ଖସୁ ଥିବାରୁ ଘରୋଇ ବଜାରରେ ଯୁବବର୍ଗଙ୍କୁ ନିଯୁକ୍ତି ଯୋଗାଇବା କଷ୍ଟକର ହେବ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। ଗତ ୪ ଦଶନ୍ଧି ମଧ୍ୟରେ ଦେଶର ଜିଡିପି ସବୁଠାରୁ ଖରାପ ସ୍ଥିତିରେ ରହିଛି। କରୋନା ଯୋଗୁ ବଜାର ବର୍ତ୍ତମାନ ଅଧିକ କ୍ଷତିଗ୍ରସ୍ତ ହୋଇଛି। କମ୍ପାନୀଗୁଡିକରେ ଛଟେଇ ଜାରି ରହିଛି। ସବୁ କିଛି କେବେ ଟ୍ରାକ୍‌କୁ ଫେରିବ ସେ ନେଇ କେହି ସ୍ପଷ୍ଟ ଭାବେ କହି ପାରିବା ଭଳି ସ୍ଥିତି ଦେଖାଯାଉନାହିଁ। ଏହା ଯୁବବର୍ଗଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନ୍‌ଏସ୍‌ଓ) ପକ୍ଷରୁ ପ୍ରକାଶ ପାଇଥିବା ଜିଡିପି ଡାଟାକୁ ନେଇ ଅର୍ଥନୀତିଜ୍ଞ ଆଶଙ୍କା ପ୍ରକଟ କରିଛନ୍ତି। ବର୍ତ୍ତମାନ ଅଭିବୃଦ୍ଧି ଖସି ଚାଲିଥିବା ବେଳେ ଗତ ପ୍ରାୟ ୭ ବର୍ଷ ହେବ ଦେଶରେ ନିଯୁକ୍ତି ସୃଷ୍ଟି ଆଖି ଦୃଶିଆ ହୋଇନାହିଁ। ଏପଟେ କରୋନା ଯୋଗୁ କମ୍ପାନୀଗୁଡିକରେ ଲଗାତର ଛଟେଇ ଚିନ୍ତା ବଢାଇ ଚାଲିଛି।
ବଜାରକୁ ଦେଖିଲେ ଦୀର୍ଘ ମିଆଦୀ ଭିତ୍ତିରେ ଏହା ଅଭିବୃଦ୍ଧିକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞ କହିଛନ୍ତି। ଆଗାମୀ ଦିନଗୁଡିକରେ ନୂଆ ନିଯୁକ୍ତି ସୃଷ୍ଟି ଭାରତ ଲାଗି ଏକ ପ୍ରମୁଖ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି। ୨୦୧୯ ପରଠାରୁ ନିଯୁକ୍ତି ସଂକ୍ରାନ୍ତ ଆଉଟ୍‌ଲୁକ ବା ଦୃଷ୍ଟିକୋଣ ବେଶି ବିଗିଡିଯାଇଛି। କରୋନା ଆସିବା ପରେ ଏହା ବ୍ୟବସ୍ଥାକୁ ଆହୁରି ବିଗାଡି ଦେଇଛି। ସହରାଞ୍ଚଳ ନିଯୁକ୍ତି ବିଶେଷ କରି ବେତନ ଭିତ୍ତିକ ହୋଇଥିବା ବେଳେ ଦିନକୁ ଦିନ ସ୍ଥିତି ବିଗୁଡୁଛି ବୋଲି ମୁମ୍ବାଇ ଭିତ୍ତିକ ଥିଙ୍କ୍‌ ଟ୍ୟାଙ୍କ୍‌ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମୀ ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଜୁଲାଇ ସୁଦ୍ଧା କରୋନା ପ୍ରଭାବ ଯୋଗୁ ୧୮.୯ ନିୟୁତ ବେତନ ଭିତ୍ତିରେ କାମ କରୁଥିବା କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଏହା ମୋଟ ଶ୍ରମଶକ୍ତିର ୨୧% ବୋଲି ଜଣାପଡିଛି। ଚଳିତ ବର୍ଷ ଅଗଷ୍ଟ ଡାଟା ପ୍ରକାଶ ପାଇନାହିଁ। ଏହି ସ୍ଥିତି ଆହୁରି ବିଗିଡିବ ବୋଲି ରିପୋର୍ଟରେ ଆଶଙ୍କା କରାଯାଇଛି। ଅଗଷ୍ଟରେ ବେକାରୀ ହାର ବଢିଥିବା ବେଳେ ସହରାଞ୍ଚଳର ପ୍ରତି ୧୦ ଜଣରେ ଜଣକ ନିକଟରେ ବର୍ତ୍ତମାନ ଚାକିରି ନ ଥିବା ରିପୋର୍ଟରେ ପ୍ରକାଶ ପାଇଛି।
ଲଗାତର ହ୍ରାସ ହେଉଥିବା ନିଯୁକ୍ତିକୁ ଦେଖିଲେ ଜଣାପଡୁଛି,ଦେଶର ବର୍ଦ୍ଧିତ ଯୁବ ଶ୍ରମଶକ୍ତିଙ୍କ ପାଇଁ ପର୍ଯ୍ୟାପ୍ତ ହାରରେ ନିଯୁକ୍ତି ସୃଷ୍ଟି କରିବାକୁ ସରକାର ସକ୍ଷମ ହୋଇ ପାରୁନାହାନ୍ତି। ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ମହାମାରୀ ଯୋଗୁ ଭାରତର ୧.୨ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବେ। ଭାରତ ବଜାର ଗତ କିଛି ତ୍ରୈମାସ ହେବ ମାନ୍ଦାବସ୍ଥା ଦେଇ ଗତି କରୁଛି। ବର୍ତ୍ତମାନ ନିଯୁକ୍ତି ସୃଷ୍ଟି କମୁଥିବା ବେଳେ ଦେଶ ସାମ୍ନାରେ ପ୍ରମୁଖ ଆର୍ଥତ୍କ ସମସ୍ୟା ମୁଣ୍ଡ ଟେକୁଥିବା ଦୃଷ୍ଟିକୁ ଆସିଛି। ବେକାରି ହାର ଉଚ୍ଚରେ ରହିବା ଯୋଗୁ ଏହା ଘରୋଇ ବଜାରର ଚାହିଦା ଉପରେ ସିଧାସଳଖ ମାଡ କରୁଛି। ଏଥିରେ ୨୭% ହ୍ରାସ ଘଟି ଏପ୍ରିଲ-ଜୁନରେ ୧୪.୬୧ ଲକ୍ଷ କୋଟି ଟଙ୍କାକୁ ଖସିଛି। ଯାହା ଗତ ବର୍ଷ ସମାନ ସମୟରେ ୧୯.୯୩ ଲକ୍ଷ କୋଟି ଟଙ୍କା ରହିଥିଲା। ମହାମାରୀ ଯୋଗୁ ବଜାରର ଚାହିଦା ସମ୍ପୂର୍ଣ୍ଣ ଖସିଥିବାରୁ ଏହା ଅଭିବୃଦ୍ଧି ଉପରେ ମଧ୍ୟରେ ପ୍ରଭାବ ପକାଇଥିବା ଏସ୍‌ବିଆଇର ମୁଖ୍ୟ ଅର୍ଥନୀତିଜ୍ଞ ସୌମ୍ୟକାନ୍ତି ଘୋଷ କହିଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଜିଡିପି ଖସିବା ନେଇ ସେ ପୂର୍ବାନୁମାନ କରିଛନ୍ତି। ସରକାର ତୁରନ୍ତ ଭିତ୍ତିରେ ପଦକ୍ଷେପ ନେବା ଜରୁରୀ ହୋଇ ପଡିଥିବା ସେ ମତ ପ୍ରକାଶ କରିଛନ୍ତି। ଏସ୍‌ବିଆଇ ଏହାର ଇକୋରାପ୍‌ ରିପୋର୍ଟରେ କହିଛି ଯେ, ଦେଶର ପ୍ରକୃତ ଜିଡିପି ୧୦.୯% ଖସିବ। ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଅଭିବୃଦ୍ଧିରେ ଯଦି ସୁଦ୍ଧାର ନ ଆସେ ତେବେ ଆଗାମୀ ଦଶନ୍ଧିରେ ବର୍ଦ୍ଧିତ ଜନସଂଖ୍ୟା ପାଇଁ ନିଯୁକ୍ତି ସୃଷ୍ଟି କରିବା ଏକ ବଡ ଚ୍ୟାଲେଞ୍ଜ ବୋଲି କୁହାଯାଉଛି।
୨୦୧୯ ପରଠାରୁ ନିଯୁକ୍ତି ସୃଷ୍ଟି କେନ୍ଦ୍ର ସରକାରଙ୍କ ଲାଗି ଏକ ମୁଣ୍ଡବ୍ୟଥାର କାରଣ ପାଲଟିଛି। କାରଣ ଜିଡିପିରେ ଲଗାତର ହ୍ରାସ ପାଇ ୫%ରୁ ନିମ୍ନକୁ ଖସିଛି। ମହାମାରୀ ଯୋଗୁ ନିଯୁକ୍ତି ଆହୁରି ଖସିବା ନେଇ ଚିନ୍ତା ପ୍ରକଟ କରାଯାଇଛି। ଆଗାମୀ ୧୦ ବର୍ଷ ମଧ୍ୟରେ ୯ କୋଟି ଲୋକଙ୍କୁ ନିଯୁକ୍ତି ଯୋଗାଇ ଦେବା ଲାଗି ଭାରତକୁ ୮ରୁ ୮.୫% ହାରରେ ଅଭିବୃଦ୍ଧିର ଆବଶ୍ୟକତା ରହିଥିବା ମ୍ୟାକିନ୍‌ସେ ଗ୍ଲୋବାଲ ଇନଷ୍ଟିଚ୍ୟୁଟ ପକ୍ଷରୁ ଜାରି ଏକ ରିପୋର୍ଟରେ କୁହାଯାଇଛି। ୨୦୧୯-୨୦ରେ ଭାରତ ଯେଉଁ ହାରରେ ଅଭିବୃଦ୍ଧି କରିଛି ଏହା ତା’ର ଦୁଇ ଗୁଣ। ବର୍ଦ୍ଧିତ ଯୁବ ପ୍ରଫେଶନାଲଙ୍କୁ ନିଯୁକ୍ତି ଯୋଗାଣ ଲାଗି ଭାରତକୁ ବର୍ତ୍ତମାନ ୧.୨ କୋଟି ନିଯୁକ୍ତି ସୃଷ୍ଟି କରିବାର ଆବଶ୍ୟକତା ରହିଛି। ହେଲେ ଏବର ବଜାରକୁ ଦେଖିଲେ ତାହା ଅସମ୍ଭବ ପରି ମନେହୁଏ। କାରଣ ସରକାର ପ୍ରାୟ ୭ ବର୍ଷ ତଳେ ବୃହତ୍‌ ନିଯୁକ୍ତି ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ କରିବାକୁ ସକ୍ଷମ ହୋଇ ନାହାନ୍ତି। ନିରନ୍ତର ଅଭିବୃଦ୍ଧିକୁ ହାସଲ କରିବାରେ ଯଦି ଭାରତ ସକ୍ଷମ ନ ହୁଏ ତେବେ ଲୋକଙ୍କ ଆୟ ଏବଂ ଜୀବନଧାରଣ ମାନ ଉପରେ ଏହା ଗଭୀର ପ୍ରଭାବ ପକାଇବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ମାନୁଫାକ୍‌ଚରିଂ ଏବଂ ନିର୍ମାଣ କ୍ଷେତ୍ରରେ ସୁଧାର ସହ ନିଯୁକ୍ତି ସୃଷ୍ଟି ଲାଗି କେନ୍ଦ୍ର ସରକାରଙ୍କୁ ବଜାର ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ ମଧ୍ୟ ସରକାର ଏହାକୁ ଏବେ ଯାଏ ହାସଲ କରିବାକୁ ମଧ୍ୟ ସକ୍ଷମ ହୋଇ ନାହାନ୍ତି। ନୂଆ ନିବେଶ ଦ୍ୱାରା ପର୍ଯ୍ୟାପ୍ତ ସଂଖ୍ୟକ ନିଯୁକ୍ତି ସୃଷ୍ଟି କରିବାକୁ କେନ୍ଦ୍ର ସରକାର ଯଦି ସଫଳ ନ ହୁଅନ୍ତି ଭାରତ ଆଗାମୀ ଦଶନ୍ଧିରେ ଯେ କେବଳ ନିମ୍ନସ୍ତରର ଅଭିବୃଦ୍ଧିକୁ ଖସିଯିବ ତାହା ନୁହେଁ ବିଶ୍ୱର ଏକ ପ୍ରମୁଖ ଅର୍ଥ ବ୍ୟବସ୍ଥା ହେବାର ସୁଯୋଗକୁ ମଧ୍ୟ ହାତଛଡା କରିବାକୁ ପଡିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ଟ୍ରେନ୍‌ରେ ନିଆଁ ଲାଗିଯିବା ଗୁଜବ ପରେ ଚଳନ୍ତା ଗାଡ଼ିରୁ ଡେଇଁଲେ ଯାତ୍ରୀ! ଏହି ସମୟରେ ପିଟିଦେଲା ଅନ୍ୟ ଏକ ଟ୍ରେନ, ୪ମୃତ

ଭୋପାଳ,୧୪।୬: ମଧ୍ୟପ୍ରଦେଶର ମୋରେନାରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ ଲାଗିବାର ଗୁଜବ ଶୁଣି ଯାତ୍ରୀମାନେ ଟ୍ରେନରୁ ଡେଇଁ ପଡ଼ିଥିଲେ…

ରଜରେ ବଡ଼ ଅଘଟଣ; ୨ ଘଣ୍ଟା ବ୍ୟବଧାନରେ ୨ ଦୁର୍ଘଟଣା, କେନ୍ଦୁଝରରେ ୫ ମୃତ

କେନ୍ଦୁଝର,୧୪।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ପ୍ରଥମ ରଜ ପାଇଁ ଚାରିଆଡ଼େ ଉତ୍ସବର ପରିବେଶ ରହିଥିବା ବେଳେ କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଏନଏଚ ୪୯ ରେ…

ଫାଇନାଲ ହେଲା ଡିଲ୍‌? ପରମାଣୁ ଅସ୍ତ୍ର ନିର୍ମାଣ କରିବ ନାହିଁ ଇରାନ; ତେଲ କଟକଣା ବି ପ୍ରତ୍ୟାହାର

ତେହରାନ,୧୪।୬: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ସମ୍ପର୍କରେ ବିଭିନ୍ନ ବିବରଣୀ ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ଇରାନୀ ଅଧିକାରୀ ଏକ ସମ୍ବାଦ ସଂସ୍ଥାକୁ…

ୟୁପି-ପଞ୍ଜାବ ସମେତ ୫ ରାଜ୍ୟରେ ନଭେମ୍ୱର-ଡିସେମ୍ୱରରେ ହୋଇପାରେ ବିଧାନସଭା ନିର୍ବାଚନ! ଜାଣନ୍ତୁ କ’ଣ ରହିଛି କେନ୍ଦ୍ର ସରକାରଙ୍କ ପ୍ଲାନ

ନୂଆଦିଲ୍‌ଲୀ,୧୪।୬: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ବର୍ଷ ୨୦୨୭ରେ ହେବାକୁ ଥିବା ବିଧାନସଭା ନିର୍ୱାଚନ ଚଳିତ ବର୍ଷ ୨୦୨୬ରେ ହିଁ କରାଯାଇପାରେ। କେନ୍ଦ୍ର…

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri