୩୦ ହଜାର କର୍ମଚାରୀଙ୍କୁ ଭିଆର୍‌ଏସ୍‌ ଦେବ ଏସ୍‌ବିଆଇ

ନୂଆଦିଲ୍ଲୀ,୭।୯ : ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଏହାର ପ୍ରାୟ ୩୦,୧୯୦ କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର ଯୋଜନା (ଭିଆର୍‌ଏସ୍‌)ରେ ଅବସର ଦେବାକୁ ଯୋଜନା କରୁଛି। ଦେଶର ସବୁଠାରୁ ବଡ ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ବର୍ତ୍ତମାନ ୨.୪୯ ଲକ୍ଷ କର୍ମଚାରୀ କାମ କରୁଛନ୍ତି। ଏହା ଗୋଟିଏ ବର୍ଷ ତଳେ ୨.୫୭ ଲକ୍ଷ ରହିଥିଲା। ବ୍ୟାଙ୍କର ଖର୍ଚ୍ଚ କାଟ ଯୋଜନା ଅନ୍ତର୍ଗତ ଏଭଳି ଯୋଜନା ହାତକୁ ନିଆଯାଉଥିବା ଶୁଣାଯାଉଛି। ଯୋଜନାର ଡ୍ରାଫ୍ଟ ବର୍ତ୍ତମାନ ପ୍ରସ୍ତୁତ ହୋଇ ସାରିଛି। ଏହା ବୋର୍ଡର ମଞ୍ଜୁରୀ ଅପେକ୍ଷାରେ ରହିଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବ୍ୟାଙ୍କର ସମସ୍ତ ସ୍ଥାୟୀ କର୍ମଚାରୀ ଏବଂ ଅଧିକାରୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ଅଧିକାରୀମାନେ ଅନ୍ତତଃ ପକ୍ଷେ ୨୫ ବର୍ଷ ଚାକିରି କରିଥିବେ ଏବଂ କଟ୍‌ ଅଫ୍‌ ତାରିଖ ଅନୁଯାୟୀ ସେମାନଙ୍କୁ ୫୫ ବର୍ଷ ହୋଇଥିବା ଆବଶ୍ୟକ ବୋଲି ପ୍ରାରମ୍ଭିକ ସୂଚନାରୁ ଏହା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିକାନ୍ତଙ୍କ ସ୍ବାକ୍ଷରରେ ଜାରି ହେବ ନୂଆ ୫୦ ଟଙ୍କିଆ ନୋଟ୍‌

ମୁମ୍ବାଇ,୧୭-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ନୂଆ ୫୦ ଟଙ୍କିଆ ନୋଟ୍‌ ଜାରି କରିବାକୁ ଯାଉଛି। ମହାତ୍ମା ଗାନ୍ଧୀ ସିରିଜରେ ଜାରି ହେବାକୁ ଥିବା ନୂଆ...

ଅଭିବୃଦ୍ଧି ପୂର୍ବାନୁମାନ ୫.୬%କୁ ଖସାଇଲା ମୁଡିସ୍‌

ନୂଆଦିଲ୍ଲୀ,୧୫-୧୧: ୨୦୧୯ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ବୁଧବାର ୫.୬%କୁ ଖସାଇ ଦେଇଛି। ଦେଶର ଅର୍ଥ ବ୍ୟବସ୍ଥାରେ ଆସିଥିବା ଚାହିଦା ହ୍ରାସକୁ...

ବିଦେଶୀ ନିବେଶକ ଉଠାଇ ନେଲେ ୬୪୫୨ କୋଟି

ମୁମ୍ବାଇ: କୋଭିଡ୍‌-୧୯ର ଦ୍ୱିତୀୟ ଲହର ପୁଞ୍ଜି ବଜାର ନିବେଶକଙ୍କ ମନକୁ ପ୍ରଭାବିତ କରିଛି। ଫଳରେ ଫରେନ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ)ମାନେ ପୁଞ୍ଜି ବଜାରରୁ ଚଳିତ ମାସ...

ବିମାନ ଟିକେଟ ରିଫଣ୍ଡ ନେଇ ସ୍ପଷ୍ଟକର: ସୁପ୍ରିମକୋର୍ଟ

ଦୂଆଦିଲ୍ଲୀ: ଲକ୍‌ଡାଉନ ଯୋଗୁ ଦେଶ ମଧ୍ୟରେ ବିମାନ ସେବା ବାତିଲ ରହିଥିଲା। ହେଲେ ପୂର୍ବରୁ ବିମାନ ଟିକେଟ କରିଥିବା ଲୋକମାନେ ଏହି ଅବଧିରେ ଉଡାଣ ଲାଗି...

ଋଣରେ ବୁଡ଼ିଥିବା ଅନୀଲ ଅମ୍ବାନୀ ବିକିବେ ମୁମ୍ବାଇର ମୁଖ୍ୟାଳୟ

ନୂଆଦିଲ୍ଲୀ,୧।୭: ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ଅନୀଲ ଅମ୍ବାନୀ ନିଜ ଋଣଭାରରୁ ମୁକୁଳିବା ପାଇଁ ଲାଗିପଡ଼ିଛନ୍ତି। ଏଥିଯୋଗୁ ଅନୀଲ ଏବେ ମୁମ୍ବାଇରେ ସାନ୍ତାକ୍ରୁଜ୍‌ରେ ଥିବା ତାଙ୍କ ମୁଖ୍ୟାଳୟକୁ...

ପୁଣି ଫେରିପାରେ ଟିକ୍‌ଟକ୍‌

ନୂଆଦିଲ୍ଲୀ,୧୩।୭: ଚାଇନା ସେନା ଆକ୍ରମଣ ଫଳରେ ଭାରତ ସରକାର ଟିକ୍‌ଟକ୍‌ ସହ ଚାଇନାର ୫୯ ଆପ୍ଲିକେଶନକୁ ଭାରତ ବଜାରରୁ ବ୍ୟାନ୍‌ କରି ଦେଇଛନ୍ତି। ଏହା ଦ୍ୱାରା...

ଦରଦାମ୍‌ ବୃଦ୍ଧିର ଦୋହରା ମାଡ଼, ପୁଣି ମହଙ୍ଗା ହେଲା ସିଏନ୍‌ଜି-ପିଏନ୍‌ଜି…

ନୂଆଦିଲ୍ଲୀ, ୧୪।୪ : ଦେଶରେ ଇନ୍ଧନ ଲଗାତାର ମହଙ୍ଗା ହେବାରେ ଲାଗିଛି। ଗୁରୁବାର ସିଏନ୍‌ଜି-ପିଏନ୍‌ଜର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ବୁଧବାର-ଗୁରୁବାର ମଧ୍ୟରାତ୍ରରୁ ଦିଲ୍ଲୀରେ ସିଏନଜିର...

୨୯ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ଆକାଉଣ୍ଟ ବନ୍ଦ କଲା ହ୍ବାଟ୍‌ସଆପ୍‌

ନୂଆଦିଲ୍ଲୀ,୧।୩: ସୁରକ୍ଷା ଦୃଷ୍ଟିରୁ ହ୍ବାଟ୍‌ସଆପ୍‌ ପ୍ରାୟ ୨୯ ଲକ୍ଷ ୧୮ ହଜାର ଭାରତୀୟ ଆକାଉଣ୍ଟ ବନ୍ଦ କରିଦେଇଛି। ଭାରତ ସରକାର ଏବଂ ହ୍ବାଟସଆପ୍‌ର ନୀତି ଉଲ୍ଲଂଘନ...

Advertisement
Archives

Model This Week