ସୀମା ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ଲାଲ୍‌ଚାନ୍ଦ୍‌ର ପ୍ରଶଂସା

ଭୁବନେଶ୍ୱର, ୨୫।୭: ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ସୁନା ଆମଦାନୀ ଶୁକ୍ଳ ହ୍ରାସ କରିଛନ୍ତି। ଏପରିକି ସୀମା ଶୁଳ୍କ ୧୫% ରୁ ୬%କୁ ହ୍ରାସ କରିବାକୁ ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ଆଗତ ୨୦୨୪-୨୫ କେନ୍ଦ୍ରୀୟ ବଜେଟରେ ଏହା ଘୋଷଣା କରିଛନ୍ତି। ଫଳରେ ସୁନା ଦର ଶସ୍ତା ହେବା ସହ ସୁନା ଚୋରାଚାଲାଣ ମଧ୍ୟ ବନ୍ଦ ହୋଇଯିବ। ଏହାଦ୍ୱାରା ନିୟମ ମାନୁଥିବା ତଥା ସାଧୁତାର ସହ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ବେଶ୍‌ ଉପକୃତ ହେବେ ବୋଲି ପୂର୍ବ ଭାରତର ସର୍ବବୃହତ୍‌ ଅଳଙ୍କାର ଶୋ’ରୁମ୍‌ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ହଂସ କହିଛନ୍ତି। ସେହିଭଳି ଅଳଙ୍କାର ଶିଳ୍ପ କଞ୍ଚାମାଲ ଉପରେ ନିର୍ଭରଶୀଳ ଥିଲାବେଳେ ଅର୍ଥମନ୍ତ୍ରୀଙ୍କ ଏହି ପ୍ରସ୍ତାବ ଦ୍ୱାରା ଘରୋଇ ବଜାରରେ ସୁନାର ମୂଲ୍ୟ ହ୍ରାସ ହେବା ସହ ଚାହିଦାରେ ମଧ୍ୟ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ସେହିପରି ଅର୍ଥନୈତିକ ମନ୍ଥରତା, ଭୂରାଜନୈତିକ ଅସ୍ଥିରତା ଏବଂ ମୁଦ୍ରା ମୂଲ୍ୟ ହ୍ରାସ ଭଳି ସ୍ଥିତିରେ ସୁନା ନିବେଶକମାନଙ୍କୁ ସୁରକ୍ଷା ଦେଇଥାଏ। ତେଣୁ ବର୍ତ୍ତମାନ ସୁନା ମୂଲ୍ୟରେ ହ୍ରାସ ଘଟିବା ସୁନା କିଣିବା ପାଇଁ ଏକ ଉତ୍ତମ ସମୟ ବୋଲି ହଂସ କହିଛନ୍ତି। ଉଲ୍ଲେଖଯୋଗ୍ୟ, ସଂସଦରେ ଆଗତ ୨୦୨୪-୨୫ କେନ୍ଦ୍ରୀୟ ବଜେଟରେ ସୁନା, ରୁପା ଏବଂ ପ୍ଲାଟିନମ୍‌ ଆଦି ଉପରେ ସୀମା ଶୁକ୍ଳ ହ୍ରାସ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଘୋଷଣାକୁ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ପ୍ରଶଂସା କରାଯିବା ସହ ଏହା ଏକ ମହାନ୍‌ ଏବଂ ସମୟୋଚିତ ପଦକ୍ଷେପ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବର୍ଷ ମଧ୍ୟରେ ପ୍ରଥମ: ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୧୮।୮: କୋରମ ଅଭାବରୁ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ (AGM) ସ୍ଥଗିତ ରଖାଯାଇଛି। ବୈଠକ ପାଇଁ ଆବଶ୍ୟକ ସଂଖ୍ୟକ ସଦସ୍ୟ ଉପସ୍ଥିତ ନଥିଲେ, ଯାହା ଫଳରେ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri