ସର୍ବକନିଷ୍ଠ ସରପଞ୍ଚ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱ

ଶେରଗଡ଼,୩୧ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ ବ୍ଲକର ଦୁଇଟି ପଞ୍ଚାୟତ ଖିରିଡା ଓ ଧନନ୍ତରରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱି ରହିଛନ୍ତି। ଏମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି। ଧନନ୍ତର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରାଜେଶ ଜେନା ବ୍ଲକରେ ସର୍ବ କନିଷ୍ଠ ସରପଞ୍ଚ ପ୍ରାର୍ଥୀ ବୋଲି ଜଣାପଡ଼ିଛି। ସୁନାଥର ଗ୍ରାମର କାଳିଆ ଜେନାଙ୍କ ୨୨ ବର୍ଷୀୟ ପୁଅ ରାଜେଶ ଯୁକ୍ତ ୨ ପଢ଼ିଛନ୍ତି। ସେ ପ୍ରଥମ ଥର ରାଜନୀତିରେ ପାଦ ଥାପିଛନ୍ତି। ପଞ୍ଚାୟତବାସୀଙ୍କ ନିଷ୍ପତ୍ତି ପ୍ରକାରେ ରଜେଶ ସରପଞ୍ଚ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିଲେ। ଧନନ୍ତର ପଞ୍ଚାୟତରେ ସରପଞ୍ଚ ପଦବୀରେ ରାଜେଶ ଜଣେ ମାତ୍ର ପ୍ରାର୍ଥୀ ହୋଇଥିବା ବିଡିଓ ଶମ୍ଭୁନାଥ ନନ୍ଦି କହିଛନ୍ତି।