ଜଜ୍‌ଙ୍କ ସମ୍ମୁଖରେ ପ୍ରେମିକଙ୍କ ହାତ ଧରିଲେ ଯୁବତୀ

ରାଜନଗର, ୧୦ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅଞ୍ଚଳରେ ଘଟିଥିବା ଝିଆରୀଙ୍କ ପ୍ରେମ ସମ୍ପର୍କକୁ ନେଇ ଦାଦାଙ୍କୁ ହତ୍ୟା କରାଯିବା ଘଟଣା ବୁଧବାର ଭିନ୍ନ ମୋଡ଼ ନେଇଛି। ତାଙ୍କୁ କେହି ହତ୍ୟା କରିନାହାନ୍ତି। ଦ୍ରୁତଗତିରେ ସେ ନିଜ ବାଇକ୍‌ ଚଳାଇ ଝିଆରୀଙ୍କୁ ଉଦ୍ଧାର କରିବାକୁ ଯାଉଥିଲେ। ତାଙ୍କ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଏକ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଦାଦା ବିଚିତ୍ରାନନ୍ଦ ବିଶ୍ୱାଳ ଗୁରୁତର ହୋଇଥିଲେ। ତାଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପ୍ରାଥମିକ ତଦନ୍ତ ପରେ ଏହି ସିଦ୍ଧାନ୍ତରେ ପହଞ୍ଚତ୍ଛି। ଏହି ଘଟଣାରେ ପୋଲିସ ଝିଆରୀଙ୍କ ପ୍ରେମିକ ସମେତ ୪ ଯୁବକଙ୍କୁ ଥାନାରେ ଅଟକ ରଖିଥିଲା। ସେମାନଙ୍କ ବୟାନ ରେକର୍ଡ ପରେ ବୁଧବାର ସେମାନଙ୍କୁ ରାଜନଗର ଜେଏମ୍‌ଏଫ୍‌ କୋର୍ଟର ବିଚାରପତି ଜ୍ୟୋତିର୍ମୟୀ ଷଡଙ୍ଗୀଙ୍କ ସମ୍ମୁଖରେ ହଜାର କରାଯାଇଥିଲା। ବିଚିତ୍ରାନନ୍ଦଙ୍କ ଝିଆରୀ ବି କୋର୍ଟରେ ଏ ସଂକ୍ରାନ୍ତରେ ବୟାନ ଦେଇଥିଲେ। ତାଙ୍କ ବୟାନକୁ ଆଧାରକରି ପୋଲିସ ଅଟକ ରଖିଥିବା ୪ ଯୁବକଙ୍କୁ ଛାଡି ଦେଇଛି। ଦରକାର ପଡିଲେ ପୋଲିସ ୪ ଯୁବକଙ୍କୁ ତଦନ୍ତରେ ସହଯୋଗ କରିବାକୁ କହିଛି। ଏଥିପାଇଁ ସେମାନେ ଗଁା ଛାଡି ନ ଯିବାକୁ ତାଗିଦ୍‌ କରିଛି। ଅପରପକ୍ଷେ ଝିଆରୀ ବିଚାରପତିଙ୍କ ସମ୍ମୁଖରେ ନିଜ ପ୍ରେମିକଙ୍କ ହାତ ଧରି ତାଙ୍କ ସପକ୍ଷରେ ବୟାନ ଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ, ସୋମବାର ରାତ୍ରିରେ ରାଜନଗର ଥାନା ଅନ୍ତର୍ଗତ କୁରୁଣ୍ଟି ପଞ୍ଚାୟତ ଚନ୍ଦ୍ରଶିଖର ଗଁାର ଜଣେ ଯୁବତୀ ନିଜ ପ୍ରେମିକ ଶ୍ରୀକାନ୍ତ ଜେନା ଓରଫ ଲିପୁଙ୍କ ସହ ପଳାଉଥିଲେ। ଏହି ଘଟଣାରେ ଲିପୁଙ୍କ ୩ ସାଙ୍ଗ ବି ସାମିଲ ଥିଲେ। ଏ କଥା ଜଣାପଡ଼ିବା ପରେ ଯୁବତୀଙ୍କ ଦାଦା ବିଚିତ୍ରାନନ୍ଦ ନିଜ ବାଇକ୍‌ରେ ଯୁବକମାନଙ୍କୁ ଗୋଡାଇଥିଲେ। ହେଲେ ସେହି ଯୁବକମାନେ ବିଚିତ୍ରାନନ୍ଦଙ୍କୁ ଲୁହାରଡରେ ପିଟି ହତ୍ୟା କରିଥିଲେ ବୋଲି ଯୁବତୀଙ୍କ ଭାଇ ଦେବେନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଥାନାରେ ଦଫା ୩୬୬, ୩୦୨ ଓ ୩୪ ଆଇପିସିରେ ନଂ. ୭୧/୨୨ ମାମଲା ରୁଜୁ କରି ଝିଆରୀଙ୍କ ପ୍ରେମିକ ଜୁଣୁପାଙ୍ଗରା ଗଁାର ଲିପୁ, ତାଙ୍କ ସାଙ୍ଗ ବାବୁନି ଜେନା, ଦେବୁନି ଜେନା ଓ ବିଶ୍ୱରଞ୍ଜନ ପ୍ରଧାନଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ହତ୍ୟାକାଣ୍ଡ ଘଟିଥିବାସ୍ଥଳରେ ଅନୁଧ୍ୟାନ କରି ପୋଲିସ ଏହା ହତ୍ୟାକାଣ୍ଡ ନୁହେଁ, ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ପ୍ରାଥମିକ ତଦନ୍ତରୁ ଜାଣିଥିଲା। ତଥାପି ସାଇଣ୍ଟିଫିକ ଟିମ୍‌ର ରିପୋର୍ଟ ଓ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ବିଭୁପ୍ରସାଦ ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri