ନାଟମଣ୍ଡପ ଉପରକୁ ଚଢ଼ିଗଲେ ଯୁବକ

ପୁରୀ ଅଫିସ,୧୫।୮: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରବିବାର ଶ୍ରୀମନ୍ଦିର ନାଟମଣ୍ଡପ ଉପରିଭାଗ ତଥା ମଝିଦେଉଳ ଉପରକୁ ଜଣେ ଯୁବକ ଚଢ଼ିଯାଇଥିଲେ। ଚୂନରା ସେବାୟତ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଛି। ଶ୍ରୀମନ୍ଦିର ପୋଲିସ ସଂପୃକ୍ତ ଯୁବକଙ୍କୁ ସିଂହଦ୍ୱାର ଥାନା ଜିମାରେ ଦେଇଛନ୍ତି। ଗତ କିଛି ମାସ ମଧ୍ୟରେ ଏହା ତୃତୀୟ ଘଟଣା। ଶ୍ରୀମନ୍ଦିର ନୀଳଚକ୍ର ଛୁଇଁବା ପାଇଁ ସେ ନାଟମଣ୍ଡପକୁ ଚଢ଼ିଯାଇଥିଲେ ବୋଲି ଯୁବକ ଜଣକ କହିଛନ୍ତି। ତେବେ ସେ ମାନସିକ ବିକୃତ ନୁହନ୍ତି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରେ ମୁକ୍ତିମଣ୍ଡପ ପାଖ ମୁଦୁଲି ଦ୍ୱାର ପାଖରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ପକ୍ଷରୁ ନିର୍ମିତ ଅସ୍ଥାୟୀ ଲୁହା ପାହାଚ ଦେଇ ଜଣେ ଯୁବକ ନାଟମଣ୍ଡପ ଉପରକୁ ଚଢ଼ିଯାଇଥିଲେ। ସେ ମନ୍ଦିର ଉପରେ ଥିବା ସିଂହମୂର୍ତ୍ତି ଉପରେ ବସି ରହିଥିଲେ। କେତେଜଣ ଶ୍ରଦ୍ଧାଳୁ ଏହା ଦେଖି ଶ୍ରୀମନ୍ଦିର ପୋଲିସକୁ ସୂଚନା ଦେଇଥିଲେ। ଶ୍ରୀମନ୍ଦିର ପୋଲିସ ଏନେଇ ଚୂନରା ସେବାୟତଙ୍କ ସହାୟତା ଲୋଡ଼ିଥିଲା। ଚୂନରା ସେବାୟତମାନେ ଘଟଣାସ୍ଥଳରେ ପହଞ୍ଚି ମନ୍ଦିର ଉପରକୁ ଚଢ଼ି ସମ୍ପୃକ୍ତ ଯୁବକଙ୍କୁ ତଳକୁ ଆଣିଥିଲେ। ଏଥିଲାଗି ପ୍ରାୟ ୩୦ ମିନିଟ ଲାଗିଥିଲା। ସମ୍ପୃୃକ୍ତ ଯୁବକଙ୍କ ବୟସ ୩୨ ବର୍ଷ ଓ ତାଙ୍କ ନାମ ଜିତୁ ଗୌଡ଼ ହୋଇଥିବାବେଳେ ସେ ଗଞ୍ଜାମ ଜିଲା ବ୍ରହ୍ମପୁର ସହରର ନିବାସୀ ବୋଲି ସୂଚନା ମିଳିଛି। ସିଂହଦ୍ୱାର ଥାନା ଆଇଆଇସି ଶ୍ୱେତପଦ୍ମା ଦାଶ କହିଛନ୍ତି, ଶ୍ରୀମନ୍ଦିର ପୋଲିସ ଓ ସେବାୟତମାନେ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରି ସିଂହଦ୍ୱାର ଥାନାରେ ଜିମା ଦେଇଛନ୍ତି। ଏନେଇ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ପ୍ରାଥମିକ ତଦନ୍ତରେ ଯୁବକ ଜଣକ ଶ୍ରୀମନ୍ଦିର ଉପରକୁ ଚଢ଼ିଥିବା ସ୍ବୀକାର କରିଥିଲେ ମଧ୍ୟ ଅଧିକ କିଛି କହିନାହାନ୍ତି।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ପୋଲିସର ଦାୟିତ୍ୱହୀନ କାର୍ଯ୍ୟକଳାପକୁ ନେଇ ଚୂନରା ସେବାୟତ ଡ. ଶରତ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଶ୍ରୀମନ୍ଦିର ପରିସରରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଯୋଗାଇବା କାର୍ଯ୍ୟ ପୋଲିସର। ମାତ୍ର ଶ୍ରୀମନ୍ଦିର ପୋଲିସ ଠିକ୍‌ ଭାବେ କାର୍ଯ୍ୟ ସମ୍ପାଦନ କରୁନାହିଁ। ଜଣେ ବ୍ୟକ୍ତି ଯଦି ସୁରକ୍ଷାବଳୟ ଭାଙ୍ଗି ଶ୍ରୀମନ୍ଦିର ଉପରକୁ ଚଢ଼ିପାରୁଛନ୍ତି ତେବେ ସେଠାରୁ ତଳକୁ ଖସିପଡ଼ିବା କିମ୍ବା ଡେଇଁ ପଡ଼ିବା ମଧ୍ୟ ସମ୍ଭବ। ବିଗତ କିଛି ମାସ ମଧ୍ୟରେ ଏଭଳି କାର୍ଯ୍ୟକଳାପ ବଢିଥିବାରୁ ଏନେଇ ପୋଲିସ ପ୍ରଶାସନ ସ୍ବତନ୍ତ୍ର ଧ୍ୟାନ ଦେବା ଦରକାର। ନଚେତ୍‌ ଏହା ଏକ ଟ୍ରେଣ୍ଡରେ ପରିଣତ ହୋଇଯିବ। ଏଭଳି ଅନେକ ଭକ୍ତଙ୍କୁ ଆମେ ପ୍ରତିଦିନ ଭେଟୁଛୁ, ଯେଉଁମାନେ ନୀଳଚକ୍ର ପର୍ଯ୍ୟନ୍ତ ଯିବା ପାଇଁ ନେହୁରା ହେଉଛନ୍ତି। ମାତ୍ର ଏହା ପରମ୍ପରା ବିରୋଧୀ ଏବଂ ଅସୁରକ୍ଷିତ ହୋଇଥିବାରୁ ସେମାନଙ୍କୁ ଅନୁମତି ମିଳୁନାହିଁ। ସେହିପରି ଶ୍ରୀମନ୍ଦିର ଉପରେ ଚଢ଼ିଯାଉଥିବା ସମସ୍ତ ବ୍ୟକ୍ତିଙ୍କୁ ଯେ ମାନସିକ ବିକାରଗ୍ରସ୍ତ କହି ପ୍ରଶାସନ ଖସିଯାଉଛି ତାହା ନୁହେଁ, ଭକ୍ତି ଭାବରେ ମଧ୍ୟ ଅନେକ ଶ୍ରଦ୍ଧାଳୁ ଚଢିଯାଉଛନ୍ତି। ତେଣୁ ଶ୍ରଦ୍ଧାଳୁଙ୍କୁ ବାରଣ କରିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହେବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri