ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼

ଭଦ୍ରକ ଅଫିସ,୬।୨: ପିଲାଚୋର ସନ୍ଦେହରେ ସ୍ଥାନୀୟ ଲୋକେ ଜଣେ ଯୁବକଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଭଦ୍ରକ ଛପୋଲିଆ ନିକଟରେ ଶନିବାର ଏଭଳି ଏକ ଘଟଣା ଘଟିଛି। ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛି। ତେବେ ସମ୍ପୃକ୍ତ ଯୁବକଙ୍କ ନିକଟରୁ ବିଭିନ୍ନ ପ୍ରକାର ଧାରୁଆ ମାରଣାସ୍ତ୍ର ଜବତ କରାଯାଇଥିବା ବେଳେ ସେ ମାନସିକ ବିକାରଗ୍ରସ୍ତ ଥିବା ପୋଲିସ ସୂଚନା ଦେଇଛି।