୨୦୦ ଫୁଟ ଟାଓ୍ବାର ଉପରେ ୧୩୫ ଦିନ ରହିଲେ ଏହି ଯୁବକ, କାରଣ ଜାଣିଲେ…

ଚଣ୍ଡିଗଡ଼,୨ା୮: ପଞ୍ଜାବର ଗୁରୁଦାସପୁରରେ ଜଣେ ଯୁବକ ୨୦୦ ଫୁଟ ଉଚ୍ଚର ଟାଓ୍ବାର ଉପରେ ଦିନେ କି ଦୁଇଦିନ ନୁହେଁ, ପୂରା ୧୩୫ ଦିନ ବିତାଇଥିଲେ। ପ୍ରବଳ ଖରା, ବର୍ଷାକୁ ଖାତିର ନ କରି ଏହି ଟାଓ୍ବାର ଉପରେ ରହିଥିଲେ ଯୁବକ ଜଣକ। ପୋଲିସ ଏବଂ ପ୍ରଶାସନ ତାଙ୍କୁ ଟାଓ୍ବାର ଉପରୁ ଓହ୍ଲାଇବା ପାଇଁ କହିଥିଲେ ମଧ୍ୟ ସେ ଓହ୍ଲାଇ ନ ଥିଲେ। ସେ କହିଲେ ମୋ’ ସର୍ତ୍ତ ପୂରଣ ନ ହେବା ଯାଏ ମୁଁ ଟାଓ୍ବାର ଉପରୁ ଓହ୍ଲାଇବି ନାହିଁ।

ଏହି ଯୁବକଙ୍କ ନାଁ ସୁରେନ୍ଦ୍ର ପାଲ ସିଂହ। ସେ ଇଟିଟି ଟେଷ୍ଟରେ ପାସ କରିବା ପରେ ଶିକ୍ଷକରେ ଭର୍ତ୍ତି ହେବା ପାଇଁ ଅପେକ୍ଷା କରିଥିଲେ। ମାତ୍ର ଦୀର୍ଘଦିନ ଧରି ପଦବୀ ପୂରଣ ପାଇଁ କୌଣସି ନୋଟିସ ଆସିଲା ନାହିଁ। ବେରୋଜଗାର କାରଣ ଯୋଗୁ ଏଥିରେ ଭାଙ୍ଗି ପଡ଼ିଥିଲେ। ସେ ସରକାରଙ୍କ ଅବହେଳାକୁ ଦାୟୀ କରି ଏପରି ଭିନ୍ନ ଆନ୍ଦୋଳନ ଆରମ୍ଭ କରିଥିଲେ। ସୁରେନ୍ଦ୍ର ଗୁରୁଦାସପୁରସ୍ଥିତ ଏକ ମୋବାଇଲ୍‌ ଟାଓ୍ବାର ଉପରେ ଚଢ଼ି ଯାଇଥିଲେ। ଏହି ଟାଓ୍ବାର ଉପରେ ସେ ୧୩୫ ଦିନ ରହିଥିଲେ। ଏହା ପରେ ସରକାର ୬୦୦୦ ନୂଆ ଶିକ୍ଷକ ଭର୍ତ୍ତି ପାଇଁ ଘୋଷଣା କରିଥିଲେ। ସୁରେନ୍ଦ୍ର ଏହା ଜାଣିବା ପରେ ଖୁସିରେ ନାଚି ଉଠିବା ସହ ଟାଓ୍ବାର ଉପରୁ ଓହ୍ଲାଇଥିଲେ।

ଅନ୍ୟପକ୍ଷରେ ଦୀର୍ଘଦିନ ଧରି ସେ ଖରା, ବର୍ଷାରେ ଟାଓ୍ବାରରେ ଉପରେ ରହି ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଯାଇଛି। ସେ ଠିକ୍‌ରେ ପାଦ ଲଗାଇ ଠିଆ ହୋଇପାରୁନାହାନ୍ତି। ପ୍ରଶାସନିକ ଅଧିକାରୀମାନେ ଆମ୍ବୁଲାନ୍ସ ଡକାଇ ତାଙ୍କୁ ହସ୍ପିଟାଲ ନେଇଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ସୁରେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri