Posted inଫୁରସତ

କଦଳୀ ପତ୍ରରେ ଅଭିନେତ୍ରୀଙ୍କ ଅବିକଳ ଡ୍ରେସ୍‌ ତିଆରି କରନ୍ତି ଏହି ଯୁବକ, ସୋସିଆଲ ମିଡିଆରେ ହେଉଛି ଟ୍ରେଣ୍ଡ୍‌

ସୋସିଆଲ ମିଡିଆ ଆସିବା ପୂର୍ବରୁ ଅଧିକାଂଶ ଲୋକଙ୍କଠାରେ ଭରପୂର ପ୍ରତିଭା ଥିଲା ମାତ୍ର ପ୍ଲାଟ୍‌ଫର୍ମର ଅଭାବ ଯୋଗୁ ଲୋକଲୋଚନକୁ ଆସି ପାରୁ ନ ଥିଲେ। ବର୍ତ୍ତମାନ ସୋସିଆଲ ମିଡିଆର ବହୁଳ ବ୍ୟବହାର ଯୋଗୁ ଏସବୁ ପ୍ରତିଭା ଏବେ ପ୍ରସ୍ଫୁଟିତ ହେବାରେ ଲାଗିଛି। କହିବାକୁ ଗଲେ ସୋସିଆଲ ମିଡିଆ ଯେମିତି ପ୍ରତିଭାର ମାଧ୍ୟମ ପାଲଟିଛି। ଏଥିରେ ଲୋକେ ସବୁକିଛି ଶେୟାର କରୁଛନ୍ତି। ଏମିତି ଜଣେ ଯୁବକ ହେଉଛନ୍ତି ସରବଜିତ୍‌ ସରକାର ଓରଫ୍‌ ନୀଲ ରଣାଓ୍ବତ୍‌। ତ୍ରିପୁରାର ଏକ ଛୋଟ ଗାଁରେ ନୀଲଙ୍କ ଜନ୍ମ।

ସେ ବଲିଉଡ୍‌ର ବଡ଼ବଡ଼ ଅଭିନେତ୍ରୀମାନଙ୍କ ସୁନ୍ଦର ସୁନ୍ଦର ଡ୍ରେସ୍‌ ଦେଖି ନିଜ ଆଇଡିଆରେ ତିଆରି କରିଥାନ୍ତି। ତା’ ପୁଣି ଆଉ କେଉଁଥିରେ ନୁହେଁ, ଗଛର ଡାଳପତ୍ରରେ ତିଆରି କରିଥାନ୍ତି। ଅବିକଳ ସେହି ଡ୍ରେସ୍‌ ପରି। ଯାହାକୁ ଲୋକେ ଏବେ ସୋସିଆଲ ମିଡିଆରେ ଖୁବ୍‌ ପସନ୍ଦ କରୁଛନ୍ତି। ନୀଲ୍‌ କୁହନ୍ତି, ନୀଳ ରଙ୍ଗ ଏବଂ କଙ୍ଗନା ରଣାଓ୍ବତ ତାଙ୍କର ବହୁ ପସନ୍ଦ। ତେଣୁ ସେ ତାଙ୍କ ନାମ ସରବଜିତ୍‌ ସରକାରରୁ ନୀଲ୍‌ ରଣାଓ୍ବତ୍‌କୁ ପରିବର୍ତ୍ତନ କରିଦେଇଛନ୍ତି।

ଏକ ସାକ୍ଷାତକାରରେ ନୀଲ୍‌ କହିଛନ୍ତି, ତାଙ୍କୁ ଫ୍ୟାଶନ ଦୁନିଆ ବହୁତ ପସନ୍ଦ। କିନ୍ତୁ ତାଙ୍କ ପରିବାର ବହୁ ଗରିବ ହୋଇଥିବାରୁ ସେ ଫ୍ୟାଶନ ଡିଜାଇନ କରିପାରନ୍ତି ନାହିଁ। କିନ୍ତୁ ସେ ବିଭିନ୍ନ ଗଛର ଡାଳ ପତ୍ରକୁ ବ୍ୟବହାର କରି ଏପରି ଡ୍ରେସ୍‌ ସବୁ ତିଆରି କରିଥାନ୍ତି। ବିଶେଷକରି ସେ କିଆରା ଆଡଭାନୀ, ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା, କଙ୍ଗନା ରଣାଓ୍ବତ୍‌, କୃତି ସେନନଙ୍କ ପରି ଅଭିନେତ୍ରୀଙ୍କ ଡ୍ରେସ୍‌କୁ ନିଜ ବୁଦ୍ଧିରେ କଦଳୀ ପତ୍ରରେ ତିଆରି କରିଥାନ୍ତି। ଏହି ଡ୍ରେସ୍‌କୁ ଏବେ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି।

ନୀଲଙ୍କ କହିବା କଥା, ସେ ଧିରେ ଧିରେ ଲୋକପ୍ରିୟ ହେବାରୁ ବର୍ତ୍ତମାନ ତାଙ୍କୁ ବଲିଉଡ୍‌ର ଟପ୍‌ ଡିଜାଇନର୍ସଙ୍କ ସହଯୋଗ ବି ମିଳୁଛି। ସେ କୁହନ୍ତି, ପ୍ରଥମେ ପ୍ରଥମେ ତାଙ୍କ ପରିବାର ଲୋକେ ଏନେଇ ତାଙ୍କୁ ଖୁବ୍‌ ରାଗୁଥିଲେ। ଯେତେବେଳେ ମୁଁ ଦିଲ୍ଲୀରେ ଅବୁ ଜାନୀ ଏବଂ ସନ୍ଦୀନ ଖୋସଲାଙ୍କ ପାଇଁ ର଼୍ୟାମ୍ପ୍‌ ଓ୍ବାକ୍‌ କଲି ସେତେବେଳେ ସମସ୍ତଙ୍କ ମୁହଁ ବନ୍ଦ ହୋଇଗଲା। ସେ କୁହନ୍ତି, ମୋର ପୋଷାକ ତିଆରି କରିବା ଏତେ ନିଶା ଯେ, ମୁଁ ଘରର କୌଣସି ସାମଗ୍ରୀକୁ ବାଦ୍‌ ଦିଏ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri