ମାଛ ଧରିବା ବେଳେ ଯୁବକଙ୍କ ଜୀବନ ଗଲା

ସାରସକଣା,୮ା୩: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ମନୋହରପୁର ଗ୍ରାମ ନିକଟସ୍ଥ ଦେଶୁଆବନ୍ଧରେ ମାଛ ଧରୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭୁରକୁଣ୍ଡବାଦୀ ଗ୍ରାମର ମଙ୍ଗଲା ବିନ୍ଧାଣୀଙ୍କ ପୁଅ ଦୁଃଖିଆ। ସୂଚନା ଯୋଗ୍ୟ, ମନୋହରପୁର ଗ୍ରାମ ନିକଟସ୍ଥ ଦେଶୁଆବନ୍ଧରେ ଦୁଃଖିଆ ମାଛ ଧରୁଥିଲେ। ସେତିକିବେଳେ ସେ ଗଭୀର ପାଣିକୁ ଚାଳିଯାଇ ବୁଡ଼ି ଯାଇଥିଲେ। ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୭/୨୧) ରୁଜୁ ହୋଇଛି। ସ୍ଥାନୀୟ ସରପଞ୍ଚ ମୃତକଙ୍କ ପରିବାରକୁ ୨୦୦୦ ଟଙ୍କା ସହାୟତା ପ୍ରଦାନ କରିଛନ୍ତି।