ଗାଁକୁ ଡାକି ପ୍ରେମିକାଙ୍କୁ ଜାଳିଦେଲେ ଯୁବକ

ପୁରୁଷୋତ୍ତମପୁର,୨୮ା୭(ଡି.ଏନ.ଏ.):ପ୍ରେମିକାଙ୍କୁ ନିଜ ଗଁାକୁ ଡାକି ତାଙ୍କ ଉପରେ ପେଟ୍ରୋଲ ଢାଳି ଜାଳି ଦେଇଛନ୍ତି ଜଣେ ଯୁବକ। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି। ରାତିରେ ବ୍ରହ୍ମପୁର ବଡ଼ ମେଡିକାଲରେ ଯୁବତୀଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବାଲିପଦର ଅଞ୍ଚଳର ଶୁଭସ୍ମିତା ଖାଡ଼ଙ୍ଗା (୨୫)। ଅଭିଯୁକ୍ତ ଯୁବକ ପ୍ରତାପୁରର କୃଷ୍ଣଚନ୍ଦ୍ର ସାହୁଙ୍କୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। କେଉଁ କାରଣରୁ କୃଷ୍ଣଚନ୍ଦ୍ର ଶୁଭସ୍ମିତାଙ୍କ ଉପରେ ପେଟ୍ରୋଲ ଢାଳିଲେ ତାହା ସ୍ପଷ୍ଟ ହୋଇନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରତାପୁର ଗ୍ରାମର ଏକ ପରିତ୍ୟକ୍ତ ଘରୁ ଜଣେ ଯୁବତୀଙ୍କ ଚିତ୍କାର ଶୁଣି ନିକଟସ୍ଥ ଜମିରେ କାମ କରୁଥିବା ଲୋକେ ସେଠାକୁ ଦୌଡ଼ି ଆସିଥିଲେ। ସେତେବେଳକୁ ଯୁବତୀଙ୍କ ଶରୀରରେ ନିଅଁା ଲାଗିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ପୋଲିସ ଗାଡ଼ିରେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପୁରୁଷୋତ୍ତମପୁର ତହସିଲଦାର ନୀତୀଶ କୁମାର ତ୍ରିପାଠୀ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ପୋଲିସ ଓ ତହସିଲଦାରଙ୍କ ସମ୍ମୁଖରେ ଯୁବତୀ ଜଣକ ତାଙ୍କ ନାମ ଶୁଭସ୍ମିତା ବୋଲି କହିବା ସହ ପରିଚୟ ଦେଇଥିଲେ। କୃଷ୍ଣଚନ୍ଦ୍ରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ସେ କହିଥିଲେ। କୃଷ୍ଣଚନ୍ଦ୍ର ଡାକିବା ପ୍ରକାରେ ଶୁଭସ୍ମିତା ପ୍ରତାପୁରକୁ ଆସିଥିଲେ। ଏହାପରେ ତାଙ୍କୁ କୃଷ୍ଣଚନ୍ଦ୍ର ଏକ ଘରକୁ ନେଇ ହଠାତ୍‌ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ସେ କହିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଶୁଭସ୍ମିତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ କୃଷ୍ଣଚନ୍ଦ୍ର ବାଇକ୍‌ ଯୋଗେ ଖସିଯିବା ଲାଗି ଉଦ୍ୟମ କରୁଥିବା ବେଳେ ପୋଲିସ ତାଙ୍କୁ କାବୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ,୨୦ା୩: ଶୁକ୍ରବାର ଖେଳାଯାଇଥିବା ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଟମ୍‌ ଲଥାମ(୬୩)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ…

ରୁଷିଆରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌: ଡ୍ରୋନ୍‌ ମାଡ଼ ଭୟରେ ଇଣ୍ଟରନେଟ୍‌ ସେବା ବନ୍ଦ, ପୁଟିନଙ୍କୁ ଘାରିଛି ଅଜଣା ଭୟ?

ନୂଆଦିଲ୍ଲୀ,୨୦।୩: ବର୍ତ୍ତମାନ ସାରା ବିଶ୍ୱ ଏକ ଅସ୍ଥିର ପରିସ୍ଥିତି ଦେଇ ଗତି କରୁଛି। ଗୋଟିଏ ପଟେ ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଅନ୍ୟପଟେ ଇରାନ, ଇସ୍ରାଏଲ…

ବାଲିଗୁଡ଼ାରେ ଗ୍ୟାସ୍‌ ସମସ୍ୟା, ହୋଟେଲ ବନ୍ଦ

ବାଲିଗୁଡା,୨୦ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି। ଫଳରେ ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି। ଅନ୍ୟପଟେ…

ସରକାରଙ୍କ ବଡ଼ ଘୋଷଣା: ନିୟମିତ ହେବେ ସ୍କିମାଟିକ ଜୁନିୟର ଶିକ୍ଷକ

ଭୁବନେଶ୍ୱର,୨୦।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚୁକ୍ତିଭିତ୍ତିକ ସ୍କିମାଟିକ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା ମିଳିବ ବୋଲି ସରକାରଙ୍କ…

IPL ପୂର୍ବରୁ ସରକାରଙ୍କ ‘ମାଷ୍ଟରଷ୍ଟ୍ରୋକ୍‌’: ୩୦୦ ଅଧିକ ବେଆଇନ ବେଟିଂ ସାଇଟ୍‌ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୦।୩: ଭାରତରେ ବେଆଇନ ଜୁଆ ଏବଂ ସଟ୍ଟାବାଜି (Betting) ଚଳାଉଥିବା ସଂସ୍ଥାଗୁଡ଼ିକ ବିରୋଧରେ କେନ୍ଦ୍ର ସରକାର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗକୁ ଆଇପିଏଲ୍‌(IPL…

ଗ୍ରାହକଙ୍କୁ Zomatoର ବଡ଼ ଝଟ୍‌କା! ଏଲ୍‌ପିଜି ସଙ୍କଟ ପରେ ଏବେ ଅନଲାଇନ୍‌ରେ ଖାଇବା ମଗାଇବା ହେଲା ମହଙ୍ଗା, ଦେବାକୁ ହେବ…

ନୂଆଦିଲ୍ଲୀ,୨୦।୩:ସାଧାରଣ ଲୋକଙ୍କ ପକେଟ ଉପରେ ପୁଣି ଏକ ମହଙ୍ଗା ମାଡ଼ ହୋଇଛି। ଯଦି ଆପଣ ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଛାତ୍ରୀମାନେ ନିଜ ସୁରକ୍ଷା ନିଜେ କରିବା ପାଇଁ ନେଲେ ଏମିତି ପଦକ୍ଷେପ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୩(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ରହିଥିବା ଋଷିମାଳ ଡିଗ୍ରୀ ମହାବିଦ୍ୟାଳୟରେ ମାର୍ଚ୍ଚ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା…

କାରଣ ଦର୍ଶାଅ ନୋଟିସର ଉତ୍ତର ନେଇ ପ୍ରତିକ୍ରିୟା ରଖିଲେ ପ୍ରମିଳା: ଦଳ ଫିଲଟର ହେଉଛି, ସବୁ ଅଳିଆ…

ଭୁବନେଶ୍ୱର,୨୦।୩: କାରଣ ଦର୍ଶାଅ ନୋଟିସର ଉତ୍ତର ନେଇ ପ୍ରତିକ୍ରିୟାରଖିଲେ ପ୍ରମିଳା ମଲ୍ଲିକ। ସେ କହିଛନ୍ତି,ଚିଠି ଗୋଟେ ଅଫିସରୁ ବସି ଟାଇପ ହୋଇଛି। ଏମାନେ ଦସ୍ତଖତ କରିଛନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri