ଭାରି ପଡ଼ିଲାଣି ସହ ସଂକ୍ରମଣ

ଭୁବନେଶ୍ୱର, ୨୮ା୭(ବ୍ୟୁରୋ):ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ହଜାର ତଳକୁ ରହିଛି। ହେଲେ ଆଶାଜନକ ଭାବେ ସଂକ୍ରମଣ ସଂଖ୍ୟା କମି ନାହିଁ। କିଛି ଜିଲାରେ ସ୍ଥିତି ଜଟିଳ ରହିଛି। ଗୋଟେ ପଟେ କରେନା ସଂକ୍ରମଣର ଭୟ ଯାଇ ନ ଥିବାବେଳେ ଏବେ ସହସଂକ୍ରମଣ ଭାରି ପଡ଼ିଗଲାଣି। ଜଳବାହିତ ରୋଗ ଓ ମଶାଙ୍କ ଦ୍ୱାରା ହେଉଥିବା ରୋଗକୁ ନେଇ ଚିନ୍ତା ବଢ଼ିଲାଣି। କାରଣ ଡେଙ୍ଗୁ, ଚିକନଗୁନିଆ ରୋଗ କିମ୍ବା ଜଳବାହିତ ରୋଗର ଶିକାର ହୋଇଥିବା ବ୍ୟକ୍ତି ଯଦି କରୋନାରେ ସଂକ୍ରମିତ ହୁଅନ୍ତି ତେବେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାର ଆଶଙ୍କା ରହିଛି। ଏଥିପ୍ରତି ସଜାଗ ରହିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଚେତାଇ ଦେଇଛନ୍ତି। ସହ ସଂକ୍ରମଣ ନ ରୋକିଲେ ଆଗକୁ ସ୍ଥିତି ଅସମ୍ଭାଳ ହୋଇଯିବ। କୌଣସି ସହସଂକ୍ରମଣ ଆସିଲେ ହସ୍ପିଟାଲ ମ୍ୟାନେଜମେଣ୍ଟ ପରିଚାଳନାରେ ସମସ୍ୟା ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେଣୁ କରୋନା କାଳରେ ବର୍ଷାଦିନେ ଅଧିକ ସତର୍କ ରହିବାକୁ ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସତର୍କତାର ସହ ପଦକ୍ଷେପ ନେବା ସହ ନାଳ ନର୍ଦ୍ଦମା ପରିଷ୍କାରଠାରୁ ଆରମ୍ଭ କରି ଲୋକେ ଯେପରି ଶୁୁଦ୍ଧ ପିଇବା ପାଣି ପାଇବେ ସେନେଇ ନିଶ୍ଚିତ କରିବାକୁ କୁହାଯାଇଛି।
ଅପରପକ୍ଷରେ ରାଜ୍ୟରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଧିକ ରହୁଥିବାବେଳେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାଖାପାଖି ଥିବାବେଳେ ଭୁବନେଶ୍ୱରରୁ କେବଳ ୪୨୧ଜଣ ରହିଛନ୍ତି। ନୀଳାଦ୍ରି ବିହାର ଓ ଶୈଳଶ୍ରୀ ବିହାରରେ ଡେଙ୍ଗୁ ରେଗୀଙ୍କ ସଂଖ୍ୟା ବଢ଼ୁଥିବା ଦେଖାଯାଉଛି। ଡେଙ୍ଗୁ, ମ୍ୟାଲେରିଆ ହେଉ ବା ଅନ୍ୟ ଜଳବାହିତ ରୋଗ ତାକୁ ମୁକାବିଲା କରିବା ବିଏମ୍‌ସି ପାଇଁ ଏବେ ଚ୍ୟାଲେଞ୍ଜ ପାଲଟିଛି। ରାଜଧାନୀରେ ଡେଙ୍ଗୁ ଓ ମ୍ୟାଲେରିଆ ପ୍ରତିକାର ପାଇଁ ଯେଉଁସବୁ ପ୍ରତିଷେଧକ ବ୍ୟବସ୍ଥା ବର୍ଷାଦିନ ପୂର୍ବରୁ ବିଏମ୍‌ସି ପକ୍ଷରୁ ନିଆଯିବା କଥା ତାହା କରାଯାଇ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ବିଶେଷକରି ସହରର ନାଳ, ନର୍ଦ୍ଦମା ଓ ପାଣି ଜମି ରହୁଥିବା ସ୍ଥାନକୁ ପରିଷ୍କାର କରାଯିବା ସହ ମଶା ତେଲ ପକାଇବା ଏବଂ ମଶା ଧୂଆଁ ଛାଡ଼ିବା ଆଦି କାର୍ଯ୍ୟ ଠିକ୍‌ ଭାବେ ହୋଇ ନ ଥିବାରୁ ଏବେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସଚେତନ ହେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଜ୍ୱର ସହ ଗୋଡ଼ ହାତ ଘୋଳା ବିନ୍ଧା ହେଲେ ଟେଷ୍ଟ କରାଇ ନେବା ଜରୁରୀ। କ୍ୟାପିଟାଲ, ଆର୍‌ଏମ୍‌ଆର୍‌ସି, ଏମ୍‌ସ, ଖୋର୍ଦ୍ଧା ଜିଲା ମେଡିକାଲରେ ଟେଷ୍ଟ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ସେପଟେ ଭୁବନେଶ୍ୱରରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଥିବାବେଳେ ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଯଦି ମୃତ୍ୟୁ ହୋଇଥାଏ, ଘରୋଇ ହସ୍ପିଟାଲରେ ହୋଇଥିବ। କିନ୍ତୁ ଏନେଇ ବିଭାଗ ନିକଟକୁ କୌଣସି ରିପୋର୍ଟ ଆସିନାହିଁ। ଏସମ୍ପର୍କରେ ବିଏମ୍‌ସି କମିଶନର ସଞ୍ଜୟ ସିଂ କହିଛନ୍ତି, ଆମ ପାଖରେ ମୃତ୍ୟୁର କୌଣସି ସୂଚନା ନାହିଁ। ଖବର ପାଇବା ପରେ ଏହାର ତର୍ଜମା କରଯାଉଛି। ଏଥିସହ ସହରରେ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାଘାଟରେ ଜାତୀୟ ପତାକା ନ ପଡୁ

ସାଧାରଣତନ୍ତ୍ର ଦିବସର ସକାଳୁ ସକାଳୁ କୁନି ପିଲାଙ୍କ ହାତରେ ଜାତୀୟ ପତାକା ଓ ମୁହଁରେ ସମ୍ବିଧାନ ରଚୟିତାଙ୍କର ଜୟଗାନ ଶୁଣିଲେ ହୃଦୟରେ ଦେଶପ୍ରେମ ଜାଗିଉଠେ କିନ୍ତୁ...

ଲଘୁଚାପ: ସାରା ରାଜ୍ୟରେ ବର୍ଷା

ଭୁବନେଶ୍ୱର,୫ା୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଲଘୁଚାପ ଯୋଗୁ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। ଗତ ୨୪ ଘଣ୍ଟା...

ଓପିଟିସିଏଲ୍‌: ପୂରଣ ହେବ ବିଭିନ୍ନ ନିର୍ଦ୍ଦେଶକ ପଦ,ଦୁର୍ନୀତିକୁ ପ୍ରଶ୍ରୟ ନ ଦେବାକୁ ଦାବି

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ)- ରାଜ୍ୟ ସରକାର ନିକଟରେ ଓପିଟିସିଏଲ୍‌ର ସମସ୍ତ ନିର୍ଦ୍ଦେଶକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବରୁ ରହିଥିବା କୌଣସି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି...

ସୁରୁଖୁରୁରେ ଅଧିବେଶନ ଲାଗି ସର୍ବଦଳୀୟ ବୈଠକ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ୧ରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ଶୁକ୍ରବାର...

ଶହୀଦ ମାନ୍ୟତା, ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

ଖୋର୍ଦ୍ଧା ଅଫିସ/ନିରାକାରପୁର/ଜଟଣୀ, ୬ା୨(ଡି.ଏନ୍‌.ଏ.): ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ‘ଧରିତ୍ରୀ’ ଖବରଦାତା ରୋହିତ ବିଶ୍ୱାଳଙ୍କ ଶନିବାର ମୃତ୍ୟୁ ଘଟିଛି।...

ଉଚ୍ଛେଦ ଜାଗା ଚିହ୍ନଟ ନ କରି ହଟହଟା

ସଜନାଗଡ଼, ୧୭।୧୨(ଡି.ଏନ.ଏ.)-ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁ ସୋମବାର ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଥିବା ୭ ଡିସିମିଲ ଗୋଚର ଜାଗା ଉପରେ ହୋଇଥିବା ଦୋକାନ...

ଜିଲା ପରିଷଦ ସଭାପତି ନିର୍ବାଚନ ପାଇଁ ନୂଆ ନିୟମ

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୨୦୨୨ ଜାନୁୟାରୀ ୭ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ସଂଖ୍ୟା ୫୯୩ ଅନୁସାରେ ରାଜ୍ୟ ସରକାର ଓଡ଼ିଶା ଜିଲା ପରିଷଦ...

ତଦନ୍ତ ଶିଥିଳ, ଜମାକାରୀ ଚିନ୍ତାରେ

ଖୋର୍ଦ୍ଧା ଅଫିସ,୧୮ା୪: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ବିରୋଧରେ ଅର୍ଥ ଆତ୍ମସାତ୍‌ ସମେତ ଦୁଇଟି ସାଂଘାତିକ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।...

Advertisement
Archives

Model This Week