ବର୍ଷେ ଗଲାନି, ଧସିଲା ନଦୀବନ୍ଧ

ଧାମନଗର,୨୭।୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ମୁସ୍ତଫାପୁର ପଞ୍ଚାୟତର ଗୋବିନ୍ଦାଗଡ଼ିଆଠାରୁ ଦୋବଲ ପଞ୍ଚାୟତର ରାମେଶ୍ୱରପୁର ପର୍ଯ୍ୟନ୍ତ ନିର୍ମିତ ଗେଙ୍ଗୁଟି ନଦୀବନ୍ଧ ଗତବର୍ଷ ମରାମତି ସହ ପ୍ରଶସ୍ତୀକରଣ ହୋଇଥିଲା। ହେଲେ ବର୍ଷା ଗଲାନି, ନଦୀବନ୍ଧ ପାର୍ଶ୍ୱରୁ ମାଟି ଧୋଇବା ଓ କିଛି ସ୍ଥାନରେ ଧସିବା ଆରମ୍ଭ କରିଛି। ଗତ ବର୍ଷାଋତୁ ପରେ ବନ୍ଧ ଅବସ୍ଥା ଖରାପ ହୋଇଛି। ଗୋବିନ୍ଦାଗଡ଼ିଆ, ବେଲମଳା, ରଘୁନାଥପୁର, ଦୋବଲ, ସୋଧ ଓ କୋଳେଇପଦା, ରାମେଶ୍ବରପୁର ପାଖରେ ସ୍ଥାନେ ସ୍ଥାନେ ବନ୍ଧ ପାର୍ଶ୍ୱ ଧସିଗଲାଣି। ପ୍ରାୟ ୪ କିଲୋମିଟର ଏହି ବନ୍ଧର ବିଭିନ୍ନ ସ୍ଥାନରେ ରେନ୍‌କଟ ହେବା ସହ ପାର୍ଶ୍ୱ ଧାରଗୁଡ଼ିକ ଫାଟିଯାଇଛି। ଏପରିକି ବନ୍ଧ ଉପରେ ହୋଇଥିବା ପିଚୁ କେତକ ସ୍ଥାନରେ ଉଠିଯାଇଛି। ବେଲମଳା ଓ ରଘୁନାଥପୁର ପାଖରେ ନଦୀପଠାରେ ଇଟା ପଡୁଥିବାରୁ କୋଇଲା, ବାଲି ବୋଝେଇ ଭାରିଯାନ ଚଳାଚଳ ଯୋଗୁ ନଦୀବନ୍ଧ ଦୁର୍ବଳ ହେଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।
ସୁଦୃଢ଼ୀକରଣ କାର୍ଯ୍ୟର ବର୍ଷଟିଏ ମଧ୍ୟରେ ଗେଙ୍ଗୁଟି ନଦୀବନ୍ଧ ନଷ୍ଟ ଆରମ୍ଭ ହେଲାଣି। ଫଳରେ ନଦୀବନ୍ଧ କାର୍ଯ୍ୟର ସ୍ବଚ୍ଛତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ଷକ ତଳେ ଗୋବିନ୍ଦାଗଡ଼ିଆଠାରୁ ରାମେଶ୍ବରପୁର ପର୍ଯ୍ୟନ୍ତ ନଦୀବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ ଶେଷ ହୋଇଥିଲା। ବନ୍ଧର ଉଚ୍ଚତା ଓ ଚଉଡ଼ା ବୃଦ୍ଧି ହେବା ସହ ପିଚୁ କରାଯାଇଥିଲା। ହେଲେ ସାମାନ୍ୟ ବର୍ଷାରେ ବନ୍ଧ ଅବସ୍ଥା ଶୋଚନୀୟ ହୋଇଛି। ବର୍ଷାଜଳ ନିଷ୍କାସନ ହୋଇ ନଦୀବନ୍ଧ କଡ଼ରେ ରେନ୍‌କଟ ସୃଷ୍ଟି ହୋଇଛି। ଠାଏ ଠାଏ ପିଚୁ ଉଠିଯାଇଥିବା ବେଳେ ମଝି ରାସ୍ତାରେ ଗାଢ଼ ହେଲାଣି। ବେଲମଳା ଓ ରଘୁନାଥପୁର ନିକଟରେ ନଦୀବନ୍ଧ ଦୁର୍ବଳ ହୋଇଗଲାଣି। ସେହିପରି ସୋଧ, କୋଳେଇପଦା ପାଖରେ ବନ୍ଧରେ ପଡ଼ିଥିବା ପିଚୁ ଉଠିଯାଇଛି।
ବନ୍ୟା ସମୟରେ ବେଲମଳା ପାଖରୁ ରାମେଶ୍ୱରପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ନଦୀବନ୍ଧରେ ଘାଇ ହୋଇଥାଏ। ୨୦୧୯-୨୦୨୦ରେ ପ୍ରାୟ ୯ କୋଟି ୯୬ଲକ୍ଷ ଟଙ୍କା ବ୍ୟୟରେ ନଦୀବନ୍ଧ ମରାମତି ସହ ସୁଦୃଢ଼ୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କରୋନା ପାଇଁ କାର୍ଯ୍ୟ ପ୍ରଭାବିତ ହୋଇ ୨୦୨୨ରେ ଶେଷ ହୋଇଥିଲା। ବିଭାଗୀୟ ଅଧିକାରୀଙ୍କ ଆବଶ୍ୟକ ତଦାରଖ ଅଭାବରୁ ଠିକାଦାର ନିମ୍ନମାନର କାମ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଧାମନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ଧିରେନ କୁମାର ପାଣି କହିଛନ୍ତି, ନଦୀବନ୍ଧ ସମସ୍ୟା ନେଇ ବିଭାଗର ଏସ୍‌ସିଙ୍କୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri