କୁମ୍ଭୀର ଆତଙ୍କରେ ଯମୁନା ନଦୀ କୂଳବାସୀ

ଯାଜପୁର ଅଫିସ,୧୫ା୬: ଯାଜପୁର ଜିଲା ଦେଇ ପ୍ରବାହିତ ଖରସ୍ରୋତାର ଶାଖା ଯମୁନା ନଦୀ କୂଳବାସୀ ଗତ ୮ ମାସ ହେବ କୁମ୍ଭୀର ଆତଙ୍କରେ ରହିଛନ୍ତି। ଯାଜପୁର ବ୍ଲକ ଶିମିଳିଆ ପଞ୍ଚାୟତର ଷଠିଆ, ଟିଗିରି, ମେରକାଶନପୁର, ଦରାଜପୁର ପ୍ରଭୃତି ଗ୍ରାମର ଲୋକ ଏଥିପାଇଁ ନାହିଁ ନଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାଜପୁର ରୋଡ ବନାଞ୍ଚଳ, ଜଙ୍ଗଲ ବିଭାଗ ପକ୍ଷରୁ କୁମ୍ଭୀର ଯାତାୟାତ କରୁଥିବା ଖରସ୍ରୋତା ନଦୀର ଯମୁନା ନାଳ ମଧ୍ୟକୁ ସର୍ବସାଧାରଣ ପ୍ରବେଶ ନିଷେଧ ବୋର୍ଡ ମାରି ନିଜର ଦାୟିତ୍ୱ ସମ୍ପାଦନ କରାଯାଇଛି। କିନ୍ତୁ ଅନେକ ମୌଳିକ ସୁବିଧା ଅପହଞ୍ଚ ହୋଇଥିବାରୁ ଏହି ଗ୍ରାମବାସୀ ଯମୁନା ନାଳ ଉପରେ ନିର୍ଭର ହେବାକୁ ବାଧ୍ୟ ହେଉଛନ୍ତି।
ଆଖି ଆଗରେ କୁମ୍ଭୀର କୁକୁର ଓ ବାଛୁରୀ ଟାଣି ନେଇଯାଉଛି। ଗ୍ରାମରେ ପାନୀୟ ଜଳ ଓ ଶୌଚାଳୟ ସମସ୍ୟା ରହିଥିବାବେଳେ ତାହାର ସମାଧାନ ହେଉ ନ ଥିବାରୁ ଲୋକେ ଜୀବନକୁ ବାଜି ଲଗାଇ ନଦୀ ପାଣିକୁ ବ୍ୟବହାର କରୁଛନ୍ତି। କେତେବେଳେ କାହାକୁ କୁମ୍ଭୀର ଟାଣିନେବ ତାହା ଉପରେ ଭରସା ନାହିଁ। ମନରେ ଭୟ ଥିଲେ ବି ଜଣକୁ ବାଡ଼ି ଧରାଇ ଜଗୁଆଳ କରି ପିଲାଠୁ ବୟସ୍କ ଯାଏ ନଦୀରେ ଗାଧୋଇବା ସହ ଗୋରୁ ପାର କରୁଛନ୍ତି। ନଦୀ ଆରପଟେ ଗ୍ରାମବାସୀଙ୍କ ଚାଷ ଜମି ରହିଛି। ଏହି ନଦୀ ଉପରେ କୌଣସି ବ୍ରିଜ୍‌ ନ ଥିବାରୁ ସହଜ ଗମନାଗମନ ସମ୍ଭବ ହୋଇପାରୁନାହିଁ। ହୁଲି ଡଙ୍ଗାରେ ଚାଷୀ ପାର ହେଉଛନ୍ତି। ନଦୀରୁ କୁମ୍ଭୀରକୁ ଉଦ୍ଧାର କରି ଅନ୍ୟତ୍ର ଥଇଥାନ କରିବାକୁ ଗ୍ରାମବାସୀ ଦାବି କରୁଥିଲେ ମଧ୍ୟ ବନ ବିଭାଗ ତାହାକୁ ଗୁରୁତ୍ୱ ଦେଉନାହିଁି। ଏଠାରେ ୩୦୦ ପରିବାର ଲାଗି ମାତ୍ର ୨ଟି ନଳକୂପ ରହିଛି। ଖରାଦିନେ ଆବଶ୍ୟକ ପାଣି ବାହାରୁ ନ ଥିବାରୁ ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଅନ୍ୟପକ୍ଷରେ ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ କୁମ୍ଭୀରକୁ ଅନ୍ୟତ୍ର ସ୍ଥାନାନ୍ତର ଲାଗି ବନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୂଚନା ମିଳିଛି। ଗ୍ରାମବାସୀ ଅରକ୍ଷିତ ଜେନା କୁହନ୍ତି, ଗୋଟିଏ ପଟେ ସ୍ବଚ୍ଛ ଭାରତ ମିଶନ ଯୋଜନାରେ ପ୍ରତ୍ୟେକ ଘରେ ଶୌଚାଳୟ ଯୋଗାଇ ଦିଆଯାଉଛି। କିନ୍ତୁ ଯମୁନା ନଦୀକୂଳ ଗ୍ରାମବାସୀ ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି। ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ଶୌଚ ପାଇଁ ଯମୁନା ନଦୀକୂଳ ଉପରେ ନିର୍ଭର କରି ଜୀବନକୁ ବିପଦରେ ପକାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri