ଟୁଇଟର୍‌ରେ ଏଭଳି ପ୍ରଶ୍ନ ପଚାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ

ଓ୍ବାଶିଂଟନ,୭।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍ଟ୍ରିକ କାର୍‌ କମ୍ପାନୀ ଟେସ୍‌ଲାର ସିଇଓ ଏଲନ ମସ୍କ ଟୁଇଟର୍‌ରେ ଏକ ପ୍ରଶ୍ନ ପଚାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ମସ୍କ ଏକ ସର୍ଭେରେ ପ୍ରଶ୍ନ କରିଛନ୍ତି ଯେ, ମୁଁ ଟେସ୍‌ଲାର ୧୦ ପ୍ରତିଶତ ଶେୟାର ବିକ୍ରି କରିବି କି? ଆସନ୍ତା ବର୍ଷରେ ସେ ଏକ ବଡ ଟିକସ ବିଲ ସାମ୍ନା କରିପାରନ୍ତି ବୋଲି ପୂର୍ବରୁ ମସ୍କ କହିଥିଲେ। ଏବେ ଶେୟାର ବିକ୍ରି କରିବାକୁ ସେ ଚିନ୍ତା କରିଛନ୍ତି।
ମସ୍କ କହିଥିଲେ ଯେ, ମୋର ନଗଦ ଟଙ୍କା ନ ଥିବାରୁ ଟିକସ ଦେବା ପାଇଁ ଶେୟାର ବିକ୍ରୟ କରିବା ଏକମାତ୍ର ପନ୍ଥା। ସେ ପୁଣି ଲେଖିଛନ୍ତି, ମୁଁ କୌଣସି ନଗଦ ଦରମା ନେଉ ନାହିଁ କିମ୍ବା କୌଣସି ସ୍ଥାନରୁ ବୋନସ ପାଇବି ନାହିଁ। ମୋର କେବଳ ଶେୟାର ଅଛି, ତେଣୁ ବ୍ୟକ୍ତିଗତ ଭାବେ ଟ୍ୟାକ୍ସ ଦେବାର ଏକମାତ୍ର ଉପାୟ ହେଉଛି ଶେୟାର ବିକ୍ରି କରିବା।
ଏଲନ ମସ୍କଙ୍କ ଦ୍ୱାରା ପରିଚାଳିତ ଟେସ୍‌ଲା ଶେୟାରଗୁଡିକର ମୋଟ ମୂଲ୍ୟ ପ୍ରାୟ ୩୦୦ ବିଲିୟନ ଡଲାର୍‌। ସେ ପଚାରିଥିଲେ, ‘ନିକଟ ଅତୀତରେ ଅବାସ୍ତବ ଲାଭରୁ ଟିକସ ଏଡ଼ାଇବା ପାଇଁ ଏକ ମାଧ୍ୟମ ହୋଇଛିି, ତେଣୁ ମୁଁ ଟେସ୍‌ଲାର ମୋର ୧୦ ପ୍ରତିଶତ ଅଂଶ ବିକ୍ରି କରିବାକୁ ଯାଉଛି। ମୁଁ ଯୋଜନା କରୁଛି ଆପଣ ଏହାକୁ ସମର୍ଥନ କରନ୍ତି କି?’
ମସ୍କଙ୍କ ଏହି ପ୍ରଶ୍ନ ଉପରେ ଏ ପର୍ଯ୍ୟନ୍ତ ୫୬.୯ ପ୍ରତିଶତ ଲୋକ ତାଙ୍କୁ ସମର୍ଥନ କରିବାକୁ କହିଛନ୍ତି। ଏଥିସହିତ ୪୩.୧% ଲୋକ ଏହାକୁ ବିରୋଧ କରିଛନ୍ତି। ତାଙ୍କର ଏହି ପୋଲ ଟୁଇଟ୍‌ ବର୍ତ୍ତମାନ ପ୍ରାୟ ୧୮ ହଜାର ଥର ରିଟୁଇଟ୍‌ କରାଯାଇଛି ଏବଂ ୮୯ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ମସ୍କ ଏହା ବିଷୟରେ କହିଛନ୍ତି ଯେ, ଯାହା ହେଉନା କାହିଁକି ମୁଁ ଏହାର ଫଳାଫଳ ଫଲୋ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri