ଟୁଇଟର୍‌ରେ ଏଭଳି ପ୍ରଶ୍ନ ପଚାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ

ଓ୍ବାଶିଂଟନ,୭।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍ଟ୍ରିକ କାର୍‌ କମ୍ପାନୀ ଟେସ୍‌ଲାର ସିଇଓ ଏଲନ ମସ୍କ ଟୁଇଟର୍‌ରେ ଏକ ପ୍ରଶ୍ନ ପଚାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ମସ୍କ ଏକ ସର୍ଭେରେ ପ୍ରଶ୍ନ କରିଛନ୍ତି ଯେ, ମୁଁ ଟେସ୍‌ଲାର ୧୦ ପ୍ରତିଶତ ଶେୟାର ବିକ୍ରି କରିବି କି? ଆସନ୍ତା ବର୍ଷରେ ସେ ଏକ ବଡ ଟିକସ ବିଲ ସାମ୍ନା କରିପାରନ୍ତି ବୋଲି ପୂର୍ବରୁ ମସ୍କ କହିଥିଲେ। ଏବେ ଶେୟାର ବିକ୍ରି କରିବାକୁ ସେ ଚିନ୍ତା କରିଛନ୍ତି।
ମସ୍କ କହିଥିଲେ ଯେ, ମୋର ନଗଦ ଟଙ୍କା ନ ଥିବାରୁ ଟିକସ ଦେବା ପାଇଁ ଶେୟାର ବିକ୍ରୟ କରିବା ଏକମାତ୍ର ପନ୍ଥା। ସେ ପୁଣି ଲେଖିଛନ୍ତି, ମୁଁ କୌଣସି ନଗଦ ଦରମା ନେଉ ନାହିଁ କିମ୍ବା କୌଣସି ସ୍ଥାନରୁ ବୋନସ ପାଇବି ନାହିଁ। ମୋର କେବଳ ଶେୟାର ଅଛି, ତେଣୁ ବ୍ୟକ୍ତିଗତ ଭାବେ ଟ୍ୟାକ୍ସ ଦେବାର ଏକମାତ୍ର ଉପାୟ ହେଉଛି ଶେୟାର ବିକ୍ରି କରିବା।
ଏଲନ ମସ୍କଙ୍କ ଦ୍ୱାରା ପରିଚାଳିତ ଟେସ୍‌ଲା ଶେୟାରଗୁଡିକର ମୋଟ ମୂଲ୍ୟ ପ୍ରାୟ ୩୦୦ ବିଲିୟନ ଡଲାର୍‌। ସେ ପଚାରିଥିଲେ, ‘ନିକଟ ଅତୀତରେ ଅବାସ୍ତବ ଲାଭରୁ ଟିକସ ଏଡ଼ାଇବା ପାଇଁ ଏକ ମାଧ୍ୟମ ହୋଇଛିି, ତେଣୁ ମୁଁ ଟେସ୍‌ଲାର ମୋର ୧୦ ପ୍ରତିଶତ ଅଂଶ ବିକ୍ରି କରିବାକୁ ଯାଉଛି। ମୁଁ ଯୋଜନା କରୁଛି ଆପଣ ଏହାକୁ ସମର୍ଥନ କରନ୍ତି କି?’
ମସ୍କଙ୍କ ଏହି ପ୍ରଶ୍ନ ଉପରେ ଏ ପର୍ଯ୍ୟନ୍ତ ୫୬.୯ ପ୍ରତିଶତ ଲୋକ ତାଙ୍କୁ ସମର୍ଥନ କରିବାକୁ କହିଛନ୍ତି। ଏଥିସହିତ ୪୩.୧% ଲୋକ ଏହାକୁ ବିରୋଧ କରିଛନ୍ତି। ତାଙ୍କର ଏହି ପୋଲ ଟୁଇଟ୍‌ ବର୍ତ୍ତମାନ ପ୍ରାୟ ୧୮ ହଜାର ଥର ରିଟୁଇଟ୍‌ କରାଯାଇଛି ଏବଂ ୮୯ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ମସ୍କ ଏହା ବିଷୟରେ କହିଛନ୍ତି ଯେ, ଯାହା ହେଉନା କାହିଁକି ମୁଁ ଏହାର ଫଳାଫଳ ଫଲୋ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶକୁ ଟଙ୍କା ପଠାଇଛନ୍ତି ଗୋୟଲ:ଇଡି

ନୂଆଦିଲ୍ଲୀ,୨୫-୮: ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠାତା ନରେଶ ଗୋୟଲ ଟିକସ ଦେବାରୁ ରକ୍ଷା ପାଇବା ଲାଗି ଅନେକ ଯୋଜନା ପ୍ରସ୍ତୁତ କରିଥିଲେ। ଏହାରି ମାଧ୍ୟମରେ ସେ ଜାଲିଆତି...

ଭାରତକୁ ୯୦ ନିୟୁତ ଡଲାର ସାମଗ୍ରୀ ବିକିବ ଆମେରିକା

ଓ୍ବାଶିଂଟନ,୫ା୧୨(ପି.ଟି.): ଭାରତକୁ ୯୦ ନିୟୁତ ଡଲାର ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ଓ ସେବା ବିକ୍ରିକୁ ଶୁକ୍ରବାର ଆମେରିକା ମଞ୍ଜୁରୀ ଦେଇଛି। ଏହା ମଧ୍ୟରେ ରହିଛି ମିଲିଟାରି...

ସବୁଠୁ ଖରାପ ସ୍ଥିତିରେ ପାକିସ୍ତାନ ପାସପୋର୍ଟ, ମାତ୍ର ୩୨ ଦେଶକୁ କରିପାରିବେ ଯାତ୍ରା

ଇସଲାମାବାଦ,୨୦ା୭: ପାକିସ୍ତାନ ପାସପୋର୍ଟ ଦୁନିଆର ସବୁଠାରୁ ଖରାପ ର଼୍ୟାଙ୍କ ଅର୍ଥାତ୍‌ ଚତୁର୍ଥ ସ୍ଥାନରେ ରହିଛି। ବର୍ଷେ ପୂର୍ବରୁ ମଧ୍ୟ ଏହି ପାସପୋର୍ଟର ସ୍ଥାନ ଏପରି ଥିଲା।...

ମଣିଷଙ୍କଠାରେ ବାର୍ଡ ଫ୍ଲୁ ଭୂତାଣୁ, ଜଣେ ଶିଶୁ ଆକ୍ରାନ୍ତ…

ବେଜିଂ, ୨୭।୪ : ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ପକ୍ଷୀ, କୁକୁଡ଼ା ଏବଂ ପଶୁମାନଙ୍କଠାରେ ବାର୍ଡ ଫ୍ଲୁ ସଂକ୍ରମଣ ହେଉଥିଲା। ମାତ୍ର ଏବେ ପ୍ରଥମ ଥର ପାଇଁ...

ଓଡ଼ିଶା ପାଇଁ ଟିଡିଏସ୍‌ ଦାଖଲ ସମୟ ସୀମା ବୃଦ୍ଧି

ଭୁବନେଶ୍ୱର,୨୬-୫ : ଫନୀ ଯୋଗୁ ରାଜ୍ୟରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଯୋଗାଯୋଗ ପ୍ରକ୍ରିୟା ବ୍ୟାହତ ହୋଇଛି। ଏହା ଫଳରେ ଟିଡିଏସ୍‌ ଡିଡକ୍ଟରମାନେ ମଧ୍ୟ ଗୁରୁତର...

କରୋନାରେ ମୃତ ୫ ଲକ୍ଷ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବାଇଡେନ୍‌

ୱାଶିଂଟନ,୨୩ ।୨: କରୋନା ମହାମାରୀରେ ପ୍ରାୟ ଗୋଟିଏ ବର୍ଷ ମଧ୍ୟରେ ଆମେରିକାରେ ପାଖାପାଖି ୫ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଏହା ଆମେରିକାବାସୀଙ୍କ...

୨ ସିମେଣ୍ଟ କମ୍ପାନୀ କିଣିଲେ ଆଦାନୀ

ମୁମ୍ବାଇ,୧୭।୯: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ନିକଟରେ ୨ଟି ସିମେଣ୍ଟ କମ୍ପାନୀ ଆଦାନୀ ଅମ୍ବୁଜା ସହ ଏସିସି ସିମେଣ୍ଟକୁ...

ଲକ୍‌ଡାଉନ୍‌ରେ ବି ଭାରତରେ ଜନ୍ମ ନେବେ ୨ କୋଟି ୧୦ ଲକ୍ଷ ଶିଶୁ: ଚାଇନା ଦ୍ୱିତୀୟ ସ୍ଥାନରେ

ଜେନେଭା, ୧୧।୭: ଚଳିତ ୨୦୨୦ ବର୍ଷରେ ପୃଥିବୀରେ ୧୧ କୋଟିରୁ ଅଧିକ ଶିଶୁ ଜନ୍ମ ହେବେ। କରୋନା ମହାମାରୀ ସଙ୍କଟରେ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି...

Advertisement
Archives

Model This Week