ଫାଟିଗଲା ବିଶ୍ୱର ସବୁଠୁ ବଡ଼ ଆକ୍ୱାରିୟମ୍‌

ବର୍ଲିନ, ୧୮।୧୨: ଜର୍ମାନୀ ରାଜଧାନୀ ବର୍ଲିନରେ ଥିବା ବିଶ୍ୱର ସବୁଠୁ ବଡ଼ ଆକ୍ୱାରିୟମ୍‌ ଫାଟି ନଷ୍ଟ ହୋଇଯାଇଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହାକୁ ଦେଖିବା ପାଇଁ ଆସନ୍ତି। ଏହି ବିଶାଳକାୟ ଆକ୍ୱାଡୋମ୍‌ରେ ଥିବା ରଙ୍ଗିନ ମାଛ ଲୋକଙ୍କୁ ଅଧିକ ଆକୃଷ୍ଟ କରିଥାନ୍ତି। ପାଖାପାଖି ୮୦ ପ୍ରକାର ପ୍ରଜାତିରୁ ଊର୍ଦ୍ଧ୍ୱ ମାଛ ରହୁଥିବା ଆକ୍ୱାଡୋମ୍‌ ଆକ୍ୱାରିୟମ୍‌ ଶୁକ୍ରବାର ସକାଳୁ ଫାଟିଯାଇଛି। ୧୦ ଲକ୍ଷ ଲିଟର ଜଳ ଥିବା ଆକ୍ୱାରିୟମ୍‌ ଫାଟିବା ଦ୍ୱାରା ଏହା ପାଖରେ ଥିବା ହୋଟେଲ, କେଫ୍‌ ଏବଂ ଚକୋଲେଟ୍‌ ଷ୍ଟୋର୍‌ରେ ବନ୍ୟା ଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଘଟଣାରେ ମୋଟ ୨ ଜଣ ଆହତ ହୋଇଥିବା ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ୟୁନିୟନ୍‌ ଇନ୍‌ଭେଷ୍ଟମେଣ୍ଟ ରିୟଲ୍‌ ଇଷ୍ଟେଟ୍‌ ପକ୍ଷରୁ ତିଆରି କରାଯାଇଥିବା ଏହି ଆକ୍ୱାରିୟମ୍‌ ଫାଟିବାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ।

ସକାଳ ପ୍ରାୟ ୬ଟାବେଳେ ଏହି ବିଶାଳକାୟ ଆକ୍ୱାରିୟମ୍‌ ଫାଟିବା ଯୋଗ ଅଧିକ ସଂଖ୍ୟାରେ ଲୋକ ପ୍ରଭାବିତ ହୋଇ ନ ଥିବା ସ୍ଥାନୀୟ ମେୟର ଫ୍ରାଞ୍ଜିସ୍କା ଗିଫି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଆକ୍ୱାଡୋମ୍‌ର ଓ୍ବେବ୍‌ସାଇଟ୍‌ରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଏହା ବିଶ୍ୱର ସବୁଠୁ ବଡ଼ ସିଲିଣ୍ଡ୍ରିକାଲ ଆକ୍ୱାରିୟମ୍‌। ୪୬ ଫୁଟ (୧୪ ମିଟର) ଉଚ୍ଚତାରେ ସ୍ଥାପିତ ଏହି ଆକ୍ୱାରିୟମ୍‌ ଲମ୍ବ ୮୨ ଫୁଟ୍‌ (୨୫ ମିଟର)। ଆକ୍ୱାରିୟମ୍‌ର ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସ୍‌କୁ ଖସିଯିବା ଯୋଗୁ ଆକ୍ୱାଡୋମ ଫାଟିଥିବା ଆଲୋଚନା ହେଉଛ। ଆକ୍ୱାରିୟମ୍‌ରେ ଥିବା ୧,୫୦୦ ମାଛଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ କିଛି ମାଛ ସୌଭାଗ୍ୟବଶତଃ ବଞ୍ଚତ୍ୟାଇଛନ୍ତି। ୪୦୦ରୁ୫୦୦ ମାଛଙ୍କୁ ଭେଟେରିନାରୀ ଡାକ୍ତର ଓ ଅଗ୍ନିଶମ ବିଭାଗ ଦ୍ୱାରା ରକ୍ଷା କରାଯାଇଛି। ବିନା ଇଲେକ୍ଟ୍ରସିଟିରେ ଆକ୍ୱାଡୋମରେ ମାଛ ରହିବା କଷ୍ଟକର ହୋଇପଡ଼ିଥିବାବେଳେ ସେମାନଙ୍କୁ ନିକଟସ୍ଥ ସି ଲାଇଫ୍‌ ଆକ୍ୱାରିମ୍‌କୁ ସ୍ଥାନାନ୍ତର କରାଯାଇଛି। ୨୦ ବର୍ଷ ପୂର୍ବେ ଏହି ଆକ୍ୱାଡୋମ୍‌ ନିର୍ମାଣ କରିଥିବା ଆମେରିକାର ରେନଲ୍ଡ ପୋଲିମର ଟେକ୍ନୋଲୋଜି ଘଟଣାର ଯାଞ୍ଚ ପାଇଁ କମ୍ପାନୀ ପକ୍ଷରୁ ଏକ ଟିମ୍‌ ବର୍ଲିନ ପଠାଇବ। ଅନ୍ୟପକ୍ଷେ ୨୦୦୩ ଡିସେମ୍ବରରେ ଆକ୍ୱାଡୋମ୍‌ ଆକ୍ୱାରିୟମ୍‌ ପର୍ଯ୍ୟଟକଙ୍କ ଲାଗି ଖୋଲାଯାଇଥିବାବେଳେ ୨୦୨୦ରେ ଶେଷଥର ଲାଗି ଏହାର ମରାମତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶର ପ୍ରଥମ Shadow କ୍ୟାବିନେଟ! ବିରୋଧୀଙ୍କ ‘ୱାଚଡଗ’ ଯୋଜନା ସ୍ବଚ୍ଛତା ଆଣିବ ନା ନୂଆ ବିବାଦ ସୃଷ୍ଟି କରିବ? ଜାଣନ୍ତୁ…

ଢାକା,୧୭।୨: ଗତ କିଛି ଦିନ ଧରି, ବାଂଲାଦେଶୀ ରାଜନୀତିରେ ଏକ ନୂତନ କାର୍ଯ୍ୟକାଳ ଆରମ୍ଭ ହୋଇଛି, Shadow କ୍ୟାବିନେଟ। ଫେବୃଆରୀ ୧୨, ୨୦୨୬ରେ ଅନୁଷ୍ଠିତ ୧୩ତମ ସଂସଦୀୟ…

ଫାଇନାଲ ଷ୍ଟେଜରେ ଭାରତ-ଆମେରିକା ଟ୍ରେଡ ଡିଲ! ଏହିଦିନ ଆମେରିକା ଯିବ ଭାରତୀୟ ଟିମ୍‌

ନୂଆଦିଲ୍ଲୀ,୧୭।୨: ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏବଂ ଭାରତର ମୁଖ୍ୟ ଆଲୋଚନାକାରୀ ଦର୍ପଣ ଜୈନ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଲକ୍ଷ୍ୟ…

ଆଜି ଶପଥ ନେବେ ରହମାନ

ଢାକା,୧୭ା୨: ବାଂଲାଦେଶରେ ମଙ୍ଗଳବାର ବିଏନ୍‌ପି (ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି) ସରକାର ଶପଥ ନେବ। ଦଳୀୟ ଅଧ୍ୟକ୍ଷ ତାରିକ୍‌ ରହମାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

କଟକଣା ହଟିଲେ ସାଲିସ ପାଇଁ ଇରାନ୍‌ ରାଜି

ତେହରାନ୍‌,୧୬ା୨:ଇରାନ ନିଜର ଆଣବିକ କାର୍ଯ୍ୟକ୍ରମକୁ ନେଇ ଆମେରିକା ସହ ସାଲିସ କରିବାକୁ ପ୍ରସ୍ତୁତ ରହିଛି। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତ ରଖିଛି। ଯଦି ଆମେରିକା କଟକଣା ହଟାଇବ…

ଆଣବିକ ରିଆକ୍ଟର ପ୍ରସ୍ତୁତ କଲେ ୧୨ ବର୍ଷୀୟ ଛାତ୍ର: ରୁମ୍‌ରେ ୪ ବର୍ଷର ଗବେଷଣା ପରେ ସଫଳତା

ଟେକ୍ସାସ୍‌,୧୬ା୨:ଆମେରିକାର ଟେକ୍ସାସ୍‌ ରାଜ୍ୟସ୍ଥିତ ଡଲାସ୍‌ ସହରର ଜଣେ ୧୨ ବର୍ଷର ଛାତ୍ର ଯାହା କରିଛନ୍ତି ତାହା ବୈଜ୍ଞାନିକ ଏବଂ ଗବେଷକ ମହଲକୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri