ବିବାଦ ମୂଳେ ଏ ଜଗତ

ଡ. ନିରଞ୍ଜନ ମିଶ୍ର

 

ବିଧାତା ଯେତେବେଳେ ଭାରତ ସୃଷ୍ଟି କଲା, ତାକୁ ଅନେକ ମୂଲ୍ୟବାନ ପଦାର୍ଥ ଦେଲା, କିନ୍ତୁ ତା’ର କପାଳରେ ଲେଖିଦେଲା ‘ବିବାଦ’। ଏ କଥା କହିଛନ୍ତି ବଙ୍କିମଚନ୍ଦ୍ର ଚାଟାର୍ଜୀ। କଥାଟି ଅକ୍ଷରେ ଅକ୍ଷରେ ସତ୍ୟ। ଅବସ୍ଥାଚକ୍ରରେ ପଡ଼ି ଆମେ ଦୀର୍ଘ ୨୦୦ ବର୍ଷ ବ୍ରିଟିଶ ସାମ୍ରାଜ୍ୟବାଦୀ ଶାସକମାନଙ୍କ କବଳରେ ରହିଲୁ। ସେତେବେଳେ ବ୍ରିଟିଶ ସାମ୍ରାଜ୍ୟରୁ ସୂର୍ଯ୍ୟ ଅସ୍ତ ହେଉ ନ ଥିଲେ ବୋଲି କୁହାଯାଏ। ସକାଳୁ କବାଟ ଖୋଲିଲେ ଆମେ ଦେଖୁ ଆଲୁଅ ଓ ଅନ୍ଧାର ମଧ୍ୟରେ ବିବାଦ ପ୍ରକୃତି ପୃଷ୍ଠରେ। ଅନ୍ଧାରକୁ ପରାସ୍ତ କରି ଆଲୋକ ସର୍ବତ୍ର ବିରାଜମାନ। ଆମେ ଆମର କର୍ମରେ ଲାଗିପଡୁ। କିନ୍ତୁ ସନ୍ଧ୍ୟାରେ ଠିକ୍‌ ଓଲଟା ଅନ୍ଧାର ଆସି ଆଲୋକକୁ ତଡ଼ି ଦେଇଛି। ପ୍ରକୃତି ପୃଷ୍ଠରେ ଏ ବିବାଦ କେଉଁ ଆବହମାନ କାଳରୁ ଚାଲି ଆସିଛି। ଏ ପ୍ରସଙ୍ଗରେ ବିଶିଷ୍ଟ ଇଂରାଜୀ କବି ଟି.ଏସ୍‌. ଇଲିୟଟ୍‌ଙ୍କ କବିତାର ଗୋଟିଏ ଧାଡି ମନେପଡ଼େ-” ଦି ବ୍ଲାକ୍‌ କ୍ଲାଉଡ୍‌ କ୍ୟାରିଡ୍‌ ଦି ସନ୍‌ ଆଓ୍ବେ“। ଅର୍ଥାତ୍‌ ଆକାଶରେ ସୂର୍ଯ୍ୟଦେବଙ୍କୁ ଖଣ୍ଡେ କଳା ବାଦଲ ହଠାତ୍‌ ଘୋଡ଼ାଇ ଦେଲା। ଏହାର ଆଉ ଏକ ଭିତିରିଆ ଅର୍ଥ ଅଛି ଯଥା- ଈଶ୍ୱର ପୁତ୍ର ଯିଶୁଖ୍ରୀଷ୍ଟଙ୍କୁ ଦୁଷ୍ଟ ସଇତାନ ଶକ୍ତିମାନେ ହଠାତ୍‌ ଅପହରଣ କରିନେଲେ।
ଦିନେ ମୁଁ କୌତୂହଳବଶତଃ ୟୁଟ୍ୟୁବ୍‌ରେ ଟାଇପ୍‌ କଲି , ”ଡାଇରେକ୍ଟ ଆକ୍‌ସନ୍‌ ଡେ: ଦି ଗ୍ରେଟ୍‌ କାଲକାଟା ମାସାକର୍‌ ୧୯୪୬“। ସେହିଦିନଠାରୁ ବ୍ରିଟିଶ୍‌ ଇଣ୍ଡିଆରେ ପାକିସ୍ତାନ ଗଠନ ପାଇଁ ବିବାଦ ଆରମ୍ଭ ହେଲା। କଲିକତାରେ ଅତି ନିର୍ମମ ଭାବରେ ଲୋକଙ୍କୁ ହତ୍ୟା କରାଗଲା। ତା‘ ପରେ, କ୍ରମଶଃ ସ୍ବାଧୀନତାର ଅନେକ ଘଟଣା ୟୁଟ୍ୟୁବରୁ ପଢ଼ିଲି। ଯଥା- ‘ ଅଟ୍‌ଲି ଅନ୍‌ ନେତାଜୀ’, ‘କ୍ରିପସ୍‌ ପ୍ରପୋଜାଲ’, ‘ ରେଡ୍‌ ଫୋର୍ଟ ଟ୍ରାୟାଲ୍‌ ୧୯୪୫-୪୬’, ମାଉଣ୍ଟବ୍ୟାଟେନ୍‌ ପ୍ଳାନ୍‌ ଇତ୍ୟାଦି।
ଅଟ୍‌ଲି ତାଙ୍କର ଭାରତ ଗସ୍ତ ସମୟରେ କହିଥିଲେ ଯେ, ନେତାଜୀଙ୍କ ଆଇ.ଏନ୍‌.ଏ.ର ସଶସ୍ତ୍ର ସଂଗ୍ରାମ ଯୋଗୁ ସେମାନେ ଭାରତ ଛାଡ଼ିବାକୁ ବାଧ୍ୟ ହେଲେ। ୧୯୪୫-୪୬ରେ ଆଜାଦ୍‌ ହିନ୍ଦ୍‌ ଫୌଜ୍‌ର ତୁଙ୍ଗ ନେତା କମାଣ୍ଡର ସାହାନବାଜ ଖାନ୍‌, କଲୋନେଲ ପ୍ରେମ ସେହଗଲ ଓ କଲୋନେଲ ଗୁରୁବକ୍‌ସ ସିଂହ ଧିଲନ୍‌ଙ୍କ ରେଡ୍‌ ଫୋର୍ଟରେ ପବ୍ଲିକ୍‌ ଟ୍ରାୟାଲ କରାଗଲା ଦେଶଦ୍ରୋହ ଅପରାଧରେ। ସାରା ଦେଶରେ ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ନିଆଁ ଜଳିଲା। ତା’ପରେ ରୟାଲ ଇଣ୍ଡିଆନ୍‌ ନେଭିରେ ଭାରତୀୟ ସୈନ୍ୟମାନେ ବ୍ରିଟିଶ ସରକାରର ଆଦେଶ ମାନିବେନି ବୋଲି କହିଲେ। ରିଅର୍‌ ଆଡମିରାଲ ଲର୍ଡ ମାଉଣ୍ଟ ବ୍ୟାଟେନ୍‌ ନେତାଜୀଙ୍କ ସଂଗ୍ରାମରେ ଭୀତତ୍ରସ୍ତ ହୋଇପଡ଼ିଲେ। ପ୍ରକୃତରେ ଜୁନ୍‌ ୧୯୪୮ ସୁଦ୍ଧା ଇଂରେଜମାନେ ଭାରତରୁ ଅପସରି ଯିବା ପାଇଁ ଅଟଲି କହିଥିଲେ। କିନ୍ତୁ ତା’ ପୂର୍ବରୁ ସେ ଆମକୁ ସ୍ବାଧୀନତା ଦେଲେ। ଇତିହାସରୁ ଆମେ ଜାଣୁ ଗାନ୍ଧିଜୀ ୧୯୩୦ପରେ ଭାରତର ଏକମାତ୍ର ଅପ୍ରତିଦ୍ୱନ୍ଦ୍ୱୀ ନେତାରୂପେ ଆବିର୍ଭାବ ହେଲେ। କିନ୍ତୁ ତାଙ୍କର ଅହିଂସା ଆନ୍ଦୋଳନ ଭାରତର ସ୍ବାଧୀନତା ପାଇଁ ଯଥେଷ୍ଟ ନ ଥିଲା। ନେତାଜୀଙ୍କ ସଶସ୍ତ୍ର ସଂଗ୍ରାମ ଆମ ଦେଶର ସ୍ବାଧୀନତାକୁ ତ୍ୱରାନ୍ବିତ କରିଥିଲା। ଏ ସବୁ ଲେଖିବାର ଉଦ୍ଦେଶ୍ୟ ୟୁଟ୍ୟୁବରେ ପ୍ରାୟ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ସଂକ୍ଷେପରେ ଦେଖିବାକୁ ମିଳେ। ଏହାକୁ ମହାଭାରତରେ ସଂଜୟକୁ ଦିଆଯାଇଥିବା ‘ ଦିବ୍ୟଚକ୍ଷୁ’ ସଙ୍ଗରେ ତୁଳନା କରାଯାଇପାରେ। ‘ବିବାଦ’ ସବୁ ଯୁଗରେ ସମାନ। ଗାନ୍ଧିଜୀଙ୍କ ଅହିଂସା ନୀତିରେ ନେତାଜୀଙ୍କ ବିଶ୍ୱାସ ନ ଥିଲା। ତଥାପି ସମସ୍ତେ ମିଳିମିଶି କାମ କରୁଥିଲେ। କ’ଣ କଲେ ଭାରତର ମଙ୍ଗଳ ହେବ ସେ କଥା ଚିନ୍ତା କରୁଥିଲେ। ନେତାଜୀ ପ୍ରଥମେ ଗାନ୍ଧିଜୀଙ୍କୁ ‘ଜାତିର ପିତା’ ବୋଲି ସମ୍ବୋଧନ କରିଥିଲେ।
ଆମ ଯୁଗର ବିବାଦ ବିଷୟ ଅନୁଧ୍ୟାନ କଲାବେଳେ ୟୁକ୍ରେନ୍‌ ଓ ରୁଷିଆ ଯୁଦ୍ଧ ବିଷୟରେ ଧ୍ୟାନ କରିବାକୁ ହେବ। ସବୁବେଳେ ଇତିହାସର ପୁନରାବୃତ୍ତି ହୁଏ କାରଣ ତୁଙ୍ଗ ନେତାମାନେ ଅଧିକ ମୋହଗ୍ରସ୍ତ। ୧୯୬୨ରେ କ୍ୟୁବା ‘ମିସାଇଲ କ୍ରାଇସିସ୍‌’ ସୃଷ୍ଟି ହେଲା। ରୁଷିଆ କ୍ୟୁବାରେ ପରମାଣୁ ଅସ୍ତ୍ର ଖଚିତ ମିସାଇଲ ଆମେରିକା ଆଡ଼କୁ ମୁହଁାଇ ରଖିଲା। ଆତ୍ମରକ୍ଷା ପାଇଁ ଏ ସବୁ କରୁଛି କହିଲା। କିଛିଦିନ ଆମେରିକା ଓ ରୁଷିଆ ମଧ୍ୟରେ ତୀବ୍ର ବାକ୍ୟ ବିନିମୟ ଚାଲିଲା। ସମଗ୍ର ପୃଥିବୀ ପରମାଣୁ ବୋମା ବିସ୍ଫୋରଣଜନିତ ସଙ୍କଟ ମଧ୍ୟକୁ ଟାଣି ହୋଇଆସିଲା। ଯାହାହେଉ, ଆମେରିକା ପ୍ରେସିଡେଣ୍ଟ ଜନ୍‌ ଏଫ୍‌. କେନେଡି ଓ ରୁଷିଆର କୃଶ୍ଚେଭ୍‌ଙ୍କ ମଧ୍ୟରେ ବୁଝାମଣା ଫଳରେ ଏ ବିବାଦର ଅବସାନ ହେଲା। ଏବେ ତ ସମଗ୍ର ୟୁକ୍ରେନ୍‌ ମଶାଣିପଦାରେ ପରିଣତ ହେଲାଣି। ତଥାପି ରାଷ୍ଟ୍ରପତି ପୁଟିନଙ୍କ ରାଗ କମୁନି। ଡ୍ରୋନ୍‌ ସାହାଯ୍ୟରେ ଆକ୍ରମଣ ଜାରି ରଖୁଛନ୍ତି। ତାଙ୍କ ଉପଦେଷ୍ଟାମାନେ ମାତ୍ର ସାତ ଆଠ ଦିନ ମଧ୍ୟରେ ୟୁକ୍ରେନ ଦଖଲ ଶେଷ ହୋଇଯିବ ବୋଲି କହୁଥିଲେ। କିନ୍ତୁ ଏବେ ଆଠମାସ ହେଲାଣି। କ୍ୟୁବା ବେଳର ପରମାଣୁ ଭୟ ସମସ୍ତଙ୍କୁ ଘାରିଲାଣି।
ବିଷୟଟିକୁ ସାରିବା ପୂର୍ବରୁ ପୁଣିଥରେ ‘ବିବାଦ’ ପ୍ରସଙ୍ଗକୁ ଆସିବା ଆମ ପୁରାଣମାନଙ୍କରେ ଏ ବିଷୟରେ ଭଲ ଭାବେ ବର୍ଣ୍ଣନା କରାଯାଇଛି। ଯଥା- ରାମାୟଣରେ ରାମ-ରାବଣ ବିବାଦ, ଭରତ -କୈକେୟୀ ବିବାଦ ଇତ୍ୟାଦି। ପାଣ୍ଡବମାନଙ୍କୁ ପାଞ୍ଚଖଣ୍ଡ ଗାଁ ଦେବା ପାଇଁ ବାସୁଦେବ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନକୁ ଅନୁରୋଧ କରିଥିଲେ। ସେ ତାକୁ ପ୍ରତ୍ୟାଖ୍ୟାନ କରିଥିଲା। ‘ ବିନା ଯୁଦ୍ଧେ ନ ଦେବି ମୁଁ ସୂଚ୍ୟାଗ୍ରେ ମେଦିନୀ ’- ଏଭଳି ଅହଂକାର ଯୋଗୁ ମହାଭାରତ ଯୁଦ୍ଧ ହୋଇ ରକ୍ତନଦୀ ବୋହିଗଲା। ଏ କଥା ସମସ୍ତେ ଜାଣନ୍ତି। ଏ ଧରାଧାମରେ ମଣିଷ ଥିଲାଯାଏ ‘ବିବାଦ’ ରହିଥିବ। ସବୁ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହେଉ ଓ ଏ ପୃଥିବୀରେ ଶାନ୍ତି ବିରାଜମାନ କରୁ।
୫୬, ଭିଆଇପି ଏରିଆ, ଆଇଆରସି ଭିଲେଜ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri