ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ ଦେଖେଇ ହେଲା ଭଳି ଅନେକ କଥା କହେ। ବିଶେଷକରି ଦୁଃଖୀ ମଣିଷ ନିକଟରେ ମିଥ୍ୟା ବିଳାପ କରେ। ବସି ବସି ବିରକ୍ତ ଲାଗୁଛି। କିଛି କାମଧନ୍ଦା ନାହିଁ କ’ଣ କରିବି। ଘରେ ବସି ବସି ଖାଉଛି। ପୁଅ ବୋହୂ ଯେ ଝା ରାସ୍ତାରେ ଖୁସି ଅଛନ୍ତି। ଝିଅ ଭାରି ଦେଖାଶୁଣା କରୁଛି। ସ୍ତ୍ରୀ ଖୁବ୍‌ ଦାୟିତ୍ୱ ନେଉଛି। ଭଗବାନ୍‌ଙ୍କ ଦୟାରୁ ଚଳିବାକୁ କିଛି ଅଭାବ ନାହିଁ। ସୁଖରେ ସଂସାର ଚାଲୁଛି। ତଥାପି କାହିଁକି କେଜାଣି ଭଲ ଲାଗୁନି। ଏଭଳି ମଣିଷମାନେ ସବୁ ସୁଖକୁ ଜାବୁଡ଼ି ଧରିବା ପରେ ସୁଖକୁ ଅନ୍ୟ ଆଗରେ ଭିନ୍ନ ଢଙ୍ଗରେ ପ୍ରକାଶ କରି ମଉଜ ନିଅନ୍ତି। ଅନ୍ୟ ସମ୍ମୁଖରେ ଯେଉଁଭଳି ହାବଭାବ ପ୍ରଦର୍ଶନ କରନ୍ତି, ଲାଗେ ଅସରାଏ ଦୁଃଖ ଆସି ଅଜାଡ଼ି ହୋଇପଡ଼ନ୍ତା କି? ସୁଖରେ ଥାଇକି ଦୁଃଖ ଖୋଜୁଥିବା ଏମିତି ମଣିଷମାନେ ସଦାକାଳେ ଅନ୍ୟର ଉତ୍ତରଣକୁ ସହ୍ୟ କରିପାରନ୍ତିନି। ନିଜଠାରୁ ଅଧିକ ସୁଖ ଭୋଗ କରୁଥିବା ମଣିଷଙ୍କୁ ଦେଖିଲେ ନିଜ ଭିତରେ ଶଢ଼ିଯାଆନ୍ତି। ନିଜଠାରୁ ଅପେକ୍ଷାକୃତ କମ୍‌ ଷ୍ଟାଟସ୍‌ର ହୋଇ ବି ଦୁଃଖକଷ୍ଟରେ ସାମାନ୍ୟ ଖୁସିରେ ବଞ୍ଚୁଥିବା ଲୋକଙ୍କୁ ଦେଖିଲେ ଈର୍ଷାଳୁ ହୋଇଯାଆନ୍ତି ଅକାରଣରେ। ଭାବନ୍ତି ନିଜେ ଭଲ। ବାକି ସଂସାର ଖରାପ। ତା’ପରେ କୁତ୍ସା ରଟନା କରିବା ଆରମ୍ଭ କରିଦିଅନ୍ତି। ଏହା ସ୍ବଭାବ ପାଲଟିଯାଏ ନିଜ ଅଜାଣତରେ। କାରଣ ନିଜ ପାଖରେ ଢେର ସମୟ ଥାଏ। ବଞ୍ଚୁଥିବା ବାକି ସମୟରେ ସେହି ମଣିଷମାନେ ଦେଖାଣିଆ ଢଙ୍ଗରେ ଦୁଃଖକୁ ଦରାଣ୍ଡି ବୁଲନ୍ତି। କିନ୍ତୁ ଅନ୍ୟର ଖୁସି ସେମାନଙ୍କ ପାଇଁ ଦୁଃଖ ପାଲଟିଯାଏ।
ଦୁଃଖକୁ ଖୋଜୁଥିବା ସୁଖୀ ମଣିଷମାନେ ଅନେକ କଥା ଭୁଲି ଯାଆନ୍ତି। ସେମାନେ ମନେରଖିବା ଉଚିତ୍‌ ଦୁଃଖ ବାହାରୁ କେବେ ଆସୁନାହିଁ। ଏହା ଆମ ଭିତରୁ ଜନ୍ମ ନେଉଛି। ଆମର ତୁଳନା, ଆମର ଅହଂକାର, ଆମର ଆସକ୍ତି, ଆମର ବଡ଼ପଣିଆ ଏସବୁ ମିଶି ଦୁଃଖର ଜାଲ ବୁଣୁଛି। ଆମେ ଅନ୍ୟଙ୍କ ସଫଳତାକୁ ଦେଖି ଅସନ୍ତୋଷରେ ଜଳୁଛୁ ା ନିଜର ବିଫଳତାକୁ ଦେଖି ହତାଶ ହେଉଛୁ। ଯେପରି ସୁଖ ଏକ ପ୍ରତିଯୋଗିତାର ପୁରସ୍କାର। କିନ୍ତୁ ସୁଖ କୌଣସି ପଦକ ନୁହେଁ, ଏହା ମନର ଅବସ୍ଥା। ଆମେ ମାଗଣାରେ କିଣି ଆଣୁଛୁ। ଜୀବନକୁ ଯଦି ଅନୁଶୀଳନ କରିବା, ତେବେ ଦେଖାଯାଏ ଯେ ମଣିଷ ସୁଖରେ ଥାଇ ବି ଅଧିକ ସୁଖ ଖୋଜୁଛି। ଅଜାଣତେ ଦୁଃଖକୁ ନିଜେ ଆମନ୍ତ୍ରଣ କରୁଛି। ଜୀବନର ଏହି ବିରୋଧାଭାସ ମଣିଷତ୍ୱର ସବୁଠାରୁ ଗଭୀର ରହସ୍ୟ। ସେ ସୁଖ ପାଇଁ ଧାଉଁଛି ା ଅଥଚ ତାହାର ଚିନ୍ତାଧାରା, ଆସକ୍ତି ଓ ଅହଂକାର ତାକୁ ଦୁଃଖରେ ବାନ୍ଧି ରଖୁଛି। ମଣିଷ ଯେତେବେଳେ ଆସକ୍ତିରେ ଧନ୍ଧି ହୁଏ, ସେତେବେଳେ ଦୁଃଖ ତା’ର ନିୟତି ହୁଏ।
ଆମେ ଯାହାକୁ ଭଲପାଉଛୁ, ତାହାକୁ ହରାଇବାର ଭୟ ଆମ ମନରେ ଦୁଃଖ ଜନ୍ମାଏ। ଯାହାକୁ ଚାହୁଁଛୁ ନ ପାଇଲେ ମନ କ୍ଷୁବ୍ଧ ହୁଏ। ଏହି ଆସକ୍ତି ଓ ଆକାଂକ୍ଷା ହେଉଛି ଦୁଃଖର ମୂଳ କାରଣ। ଏହି କାରଣରୁ ମଣିଷକୁ ‘ଦୁଃଖ ଖୋଜୁଥିବା ପ୍ରାଣୀ’ ବୋଲି କୁହାଯାଇପାରେ।
ଆଧୁନିକ ସମାଜରେ ଆପଣ ଯାହାକୁ ବି ପ୍ରଶ୍ନ କରିବେ- ଆପଣ ସୁଖୀ କି? ତା’ର ଉତ୍ତର ଅନେକ ଢଙ୍ଗରେ ଆସିବ। ଏସବୁ ଦୁଃଖ ଅଧିକ ସ୍ପଷ୍ଟ। ପ୍ରତିଯୋଗିତା ଦୌଡ଼ରେ ମଣିଷ ନିଜକୁ ହରାଇଦେଇଛି। ଅନ୍ୟଙ୍କ ସହିତ ତୁଳନା କରି ସେ ନିଜ ସୁଖକୁ ମାପୁଛି। ଅନ୍ୟଙ୍କ ସଫଳତା ତା’ର ମନରେ ଈର୍ଷା ଜନ୍ମାଉଛି। ଏହି ତୁଳନା ମନୋଭାବ ମଣିଷକୁ ନିଜେ ଦୁଃଖରେ ଫଳେଇଦେଉଛି। ସେ ବାହ୍ୟ ଜଗତକୁ ବଦଳାଇବାକୁ ଚେଷ୍ଟା କରୁଛି, କିନ୍ତୁ ନିଜ ମନକୁ ଦେଖୁନାହିଁ କି ନିଜେ ବଦଳିବାକୁ ଚେଷ୍ଟା କରୁନି।
ଦୁଃଖର ଆଉ ଏକ କାରଣ ହେଉଛି ଅହଂକାର। ‘ମୁଁ’ ଓ ‘ମୋର’ ଭାବନା ମଣିଷକୁ ଦୁଃଖରେ ବାନ୍ଧି ରଖେ। ଯେତେବେଳେ କେହି ତା’ର ଅହଂକାରକୁ ଆଘାତ କରେ ସେ ମାନସିକ ଯନ୍ତ୍ରଣା ଭୋଗେ। ଯେଉଁ ମଣିଷ ଅହଂକାରକୁ ତ୍ୟାଗ କରିପାରେ, ତା’ର ଅଧିକାଂଶ ଦୁଃଖ ଦୂର ହୋଇଯାଏ। ତେବେ ଦୁଃଖ ମଣିଷର ଶତ୍ରୁ ନୁହେଁ, ବରଂ ଗୁରୁ। ଦୁଃଖ ଆମକୁ ଜୀବନର ସତ୍ୟ ଶିଖାଏ। ସୁଖରେ ଆମେ ଅସାବଧାନ ହେଉ ା ଦୁଃଖ ଆମକୁ ଚିନ୍ତା କରିବାକୁ ବାଧ୍ୟ କରେ। ଦୁଃଖ ମଣିଷକୁ ପରିପକ୍ୱ କରେ ା ତା’ର ମନକୁ ଗଭୀର କରେ। ଅନେକ କବି, ଦାର୍ଶନିକ ଓ ସନ୍ଥମାନେ ଦୁଃଖରୁ ନିଜ ଜ୍ଞାନର ଆଲୋକ ପାଇଛନ୍ତି। ସେହିପରି ଦୁଃଖକୁ ଅସ୍ବୀକାର କରିବା ନୁହେଁ, ତାକୁ ବୁଝିବା ଆବଶ୍ୟକ।
ଚିନ୍ତା, ଭୟ, ସନ୍ଦେହ, ଆଶା ଆଶଙ୍କା ଏହିସବୁ ମନର ତରଙ୍ଗ। ମନ ଶାନ୍ତ ହୁଏ ତ ଦୁଃଖ ନଷ୍ଟ ହୋଇଯାଏ। ସତ୍ୟ ସୁଖ ବାହ୍ୟ ଜଗତରେ ନୁହେଁ, ଆତ୍ମାରେ ଅଛି। ଯେତେବେଳେ ମଣିଷ ନିଜ ସ୍ବରୂପକୁ ଜାଣିପାରେ, ସେ ଦୁଃଖରୁ ମୁକ୍ତ ହୁଏ। ସେ ବୁଝିପାରେ ଯେ, ସୁଖ ଓ ଦୁଃଖ ଦୁହେଁ କ୍ଷଣିକ। ଜୀବନ ଏକ ପ୍ରବାହ ା କେବେ ଆନନ୍ଦ, କେବେ ବିଷାଦ। ଏହାକୁ ସମଭାବରେ ଗ୍ରହଣ କରିବାରେ ହିଁ ଜୀବନର ସାର୍ଥକତା। ମଣିଷ ଯଦି ଦୁଃଖକୁ ଖୋଜିବା ବନ୍ଦ କରି ନିଜକୁ ଖୋଜିବା ଆରମ୍ଭ କରେ, ତେବେ ସେ ସତ୍ୟ ସୁଖକୁ ପାଇପାରିବ। ଆସକ୍ତି ଛାଡ଼ିବା, ଅହଂକାର ତ୍ୟାଗ କରିବା, ନିଷ୍କାମ କର୍ମ କରିବା ଓ ଆତ୍ମଚିନ୍ତନରେ ଲୀନ ହେବା ହେଉଛି ମୁକ୍ତିର ପଥ।
ଆଜିର ଯୁଗରେ ଦୁଃଖ ଅଧିକ ସୂକ୍ଷ୍ମ ହୋଇଯାଇଛି। ସୋସିଆଲ୍‌ ମିଡିଆରେ ହସୁଥିବା ମୁହଁଗୁଡ଼ିକୁ ଦେଖି ଆମେ ଭାବୁ ସେମାନେ ସବୁଠି ସୁଖୀ, କେବଳ ମୁଁ ଜଣେ ଦୁଃଖୀ। ଏହି ଭ୍ରମ ଆମକୁ ଭିତରୁ ଖାଇଯାଏ। ଆମେ ଅନ୍ୟଙ୍କ ଜୀବନକୁ ଦେଖି ନିଜ ଜୀବନକୁ ମୂଲ୍ୟହୀନ କରୁ। ଲାଇକ୍‌ ଓ ଅଦରକାରୀ ମତାମତରେ ଜୀବନର ବାସ୍ତବତାକୁ ମାପ କରୁ। ସୁଖରେ ଥାଇ ଦୁଃଖ ଖୋଜୁଥିବା ମଣିଷମାନେ ପ୍ରକାରାନ୍ତରେ ଅଯଥା ଦୁଃଖକୁ ଆବୋରି ବସନ୍ତି ା ନିଜ ଭିତରେ ନିଜେ ଶଢ଼ିବା ଆରମ୍ଭ କରନ୍ତି। ଦୁଃଖ ଖୋଜି ଖୋଜି ଦୁନିଆ ପାଇଁ ଏକଲା ମନେହୁଅନ୍ତି ା ନିଜ ପାଇଁ କିଛି ଲୋଡ଼ା ନାହିଁ ବୋଲି ଅନେକ କିଛି ଖୋଜିବାର ମାନସିକତା ହେତୁ ସାପ ପରି ନିଜ ଚାରିପଟେ ଗୋଡ଼େଇ ହୋଇ ରହେ ଅଶାନ୍ତି। ବାସ୍ତବରେ ଏଭଳି ମଣିଷ ଦୁଃଖ ଖୋଜନ୍ତିନି ବରଂ ତାଙ୍କ ଅଜ୍ଞାନତା ଓ ମୂଢ଼ପଣ ଆପଣାର ସମାଧିକୁ ସହଜରେ ତିଆରି କରନ୍ତି।

ଡ. ଦ୍ୱିତୀ ଚନ୍ଦ୍ର ସାହୁ
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?