ଅସ୍ତ୍ରବିରତିକୁ ନେଇ ବିଶ୍ୱ ବିଭାଜିତ

ଜେରୁଜେଲମ୍‌ ,୯ା୧୨: ଦକ୍ଷିଣ ଇସ୍ରାଏଲ୍‌ ଉପରେ ହମାସ୍‌ ଅକ୍ଟୋବର ୭ରେ ଆକ୍ରମଣ କରିଥିଲା। ଏହି ଆକ୍ରମଣକୁ ୨ ମାସ ପୂରିଥିବାବେଳେ ଜୋର୍ଡାନ ନଦୀ ଏବଂ ଭୂମଧ୍ୟସାଗର ମଧ୍ୟବର୍ତ୍ତୀ ଭୂଖଣ୍ଡରେ ଧ୍ୱଂସ ଓ ମୃତ୍ୟୁର ବିଭୀଷିକା ଲାଗି ରହିଛି। ହମାସ ଆତଙ୍କବାଦୀମାନେ ଦକ୍ଷିଣ ଇସ୍ରାଏଲ୍‌ରେ ପଶି ୧,୨୦୦ ଲୋକଙ୍କୁ ହତ୍ୟା କରିବା ସହ ୨୪୦ ଜଣଙ୍କୁ ଅପହରଣ କରିନେଇଯାଇଥିଲେ। ଫଳରେ ଇସ୍ରାଏଲ୍‌ ଗାଜା ଷ୍ଟ୍ରିପ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା। ଇସ୍ରାଏଲ୍‌ ସେନାର ବୋମାମାଡ଼ ଏବଂ ଆକାଶମାର୍ଗରୁ ଆକ୍ରମଣ ଜାରି ରହିଥିବାବେଳେ ଇତିମଧ୍ୟରେ ୧୬,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରୁ ଅନୂ୍ୟନ ୭,୦୦୦ ହେଉଛନ୍ତି ଛୋଟ ପିଲା। ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କ୍‌ରେ ଇସ୍ରାଏଲ୍‌ ଆକ୍ରମଣରେ ୨୦୦ରୁ ଅଧିକ ପାଲେଷ୍ଟିନୀୟ ନିହତ ହୋଇଛନ୍ତି ଓ ସମ୍ପୂର୍ଣ୍ଣ ଗାଁଗୁଡ଼ିକ ଜନଶୂନ୍ୟ ହୋଇଯାଇଛି। ଇସ୍ରାଏଲ୍‌ ସେନା ହସ୍ପିଟାଏ, ସ୍କୁଲ୍‌ ଏବଂ ଶରଣାର୍ଥୀ ଶିବିରଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ କରିବାରୁ ବହୁ ନିରୀହ ପ୍ରାଣ ହରାଇଛନ୍ତି। ଜାତିସଂଘ କର୍ମଚାରୀ ଓ ଏହାର ବିଲ୍ଠିଂ ମଧ୍ୟ ଆକ୍ରମଣରୁ ବାଦ୍‌ ପଡ଼ିନାହିଁ।
ଯୁଦ୍ଧ ବନ୍ଦ ଲାଗି ବିଭିନ୍ନ ଦେଶ ପକ୍ଷରୁ କୂଟନୈତିକ ସ୍ତରରେ ଉଦ୍ୟମ ଜାରି ରହିଛି। ଜାତିସଂଘରେ ଭୋଟ, ସର୍ବସାଧାରଣରେ ମନ୍ତବ୍ୟ ଏବଂ ବୃହତ୍‌ କୂଟନୈତିକ ପଦକ୍ଷେପ ଦୁଇ ମାସ ହେଲା ଜାରି ରହିଥିବାବେଳେ ଏହାର ଫଳପ୍ରଦ ହୋଇପାରି ନାହିଁ। ଇସ୍ରାଏଲ୍‌କୁ ସମର୍ଥନ ଓ ଯୁଦ୍ଧ ବନ୍ଦ ଦାବିକୁ ନେଇ ବିଶ୍ୱ ଦୁଇଭାଗ ହୋଇଯାଇଛି। ହିଂସା ଓ ଯୁଦ୍ଧ ଶେଷ କରିବା ପାଇଁ ‘ଯୁଦ୍ଧବିରତି’ ନା ‘ମାନବୀୟ ବିରାମ’ ଶବ୍ଦ ବ୍ୟବହାର କରାଯିବ, ତାକୁ ନେଇ ବିଶ୍ୱ ସହମତ ହୋଇପାରୁ ନାହିଁ। ଅଧିକାଂଶ ଦେଶ ଯୁଦ୍ଧବିରତି ସପକ୍ଷରେ ଦାବି କରୁଥିବାବେଳେ ଇସ୍ରାଏଲ୍‌ ସହଯୋଗୀ ରାଷ୍ଟ୍ର ବିରାମ ପାଇଁ କହୁଛନ୍ତି। ଜାତିସଂଘରେ ୫୫ ପ୍ରତିଶତ ଦେଶ ଗାଜାରେ ଯୁଦ୍ଧବିରତି ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟ ୨୩ ପ୍ରତିଶତ ମାନବୀୟ ବିରାମ ପାଇଁ କହିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ଅଛନ୍ତି ଆମେରିକା, ଜାପାନ, କାନାଡ଼ା, ଅଷ୍ଟ୍ରେଲିଆ, ବ୍ରିଟେନ୍‌ ପ୍ରମୁଖ। ୨୨ଟି ଦେଶ କୌଣସି ମତାମତ ଦେଇ ନ ଥିଲେ। ୪୬ ପ୍ରତିଶତ ଦେଶ ଇସ୍ରାଏଲ୍‌କୁ ଦଖଲକାରୀ କହିଥିବାବେଳେ ୫୪ ପ୍ରତିଶତ କୌଣସି ମତ ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?