ପାଣି ଟାଙ୍କିରେ ଚଢ଼ିଥିବା ବେଳେ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସିଲେ ଶ୍ରମିକ

କେସିଙ୍ଗା,୧୪।୩ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଲ ଗ୍ରାମ ପଞ୍ଚାୟତ ଅଧୀନସ୍ତ ପୋଡ଼ଖମ୍ବ ଗ୍ରାମର ନିକଟରେ ଏକ ବ୍ରିଜ କାମ ନିର୍ମାଣ ସମୟରେ ଅଘଟଣ ଘଟିଛି। ଦୁଇ ଜଣ ଶ୍ରମିକ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ସେଥିମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଆଉ ଜଣେ ଡେକୁଲା ମାଝି। ସେମାନଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପାଣି ଟାଙ୍କିରେ ଚଢ଼ିଥିବା ବେଳେ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ।