ଶ୍ରମିକଙ୍କୁ ଠକୁଛି ଦିଲ୍ଲୀର ଠିକାସଂସ୍ଥା

ଯାଜପୁର,୧।୧୦(ହର୍ଷବର୍ଦ୍ଧନ ବେହେରା)ଗ୍ରାମାଞ୍ଚଳର ବିପିଏଲ୍‌ ପରିବାର ଦୀନଦୟାଲ ଗ୍ରାମଜ୍ୟୋତି ଯୋଜନାର ସଫଳତା ପାଇବାରେ ଏଯାଏ ବଞ୍ଚିତ ରହିଛନ୍ତି। ଏଥିରେ କେତେଜଣ ଅଧିକାରୀ ଓ ଠିକାଦାର ଅଧାପନ୍ତରିଆ କାମ କରି ମାଲାମାଲ ହୋଇଥିବାବେଳେ ସମ୍ପୃକ୍ତ ଶ୍ରମିକମାନେ ତାଙ୍କ ପାଉଣା ପାଇନାହାନ୍ତି। ଏନେଇ ଶ୍ରମିକମାନେ ବାରମ୍ବାର ଦିଲ୍ଲୀର ଠିକାସଂସ୍ଥା ଏବଂ ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହେଉଥିଲେ ହେଁ କେବଳ ମିଥ୍ୟା ପ୍ରତିଶ୍ରୁତି ଛଡ଼ା ଅନ୍ୟ କିଛି ଲାଭ ମିଳୁ ନ ଥିବା ମତପ୍ରକାଶ ପାଇଛି।

କେନ୍ଦ୍ର ସରକାରଙ୍କ ୭୦ ପ୍ରତିଶତ ଏବଂ ରାଜ୍ୟ ସରକାରଙ୍କ ୩୦ ପ୍ରତିଶତ ଆର୍ଥିକ ସହାୟତାରେ ଦୀନଦୟାଲ ଗ୍ରାମଜ୍ୟୋତି ଯୋଜନା ୨୦୧୭ରେ ଆରମ୍ଭ ହୋଇଥିଲା। ଦିଲ୍ଲୀର ବିନ୍ଧ୍ୟ ଟେଲିଲିଙ୍କସ୍‌ ଲିମିଟେଡ(ଭିଟିଏଲ୍‌) କମ୍ପାନୀକୁ ଏହି କାର୍ଯ୍ୟ ସମ୍ପାଦନ ପାଇଁ ଅନୁମତି ମିଳିଥିଲା। ଯାଜପୁର ସମେତ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଜିଲା ପାଇଁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ୨୦୨୦ରେ ଶେଷ ହୋଇଥିଲା। ତେବେ ଏହି ଯୋଜନାରେ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଶ୍ରମିକ ଓ ଛୋଟ ଠିକାଦାର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିଲେ। ତନ୍ମଧ୍ୟରୁ ପ୍ରାୟ ୨୨ଜଣ ଶ୍ରମିକ ଓ ଠିକାଦାରଙ୍କୁ ବକେୟା ପାଉଣା ପ୍ରଦାନ ନ କରି ଦିଲ୍ଲୀର ଠିକାସଂସ୍ଥା ଇତିମଧ୍ୟରେ ୨ୟ ପର୍ଯ୍ୟାୟ କାର୍ଯ୍ୟ କରିବା ଆରମ୍ଭ କରି ଦେଇଥିବା ଅଭିଯୋଗ ହୋଇଛି। ୨ୟ ପର୍ଯ୍ୟାୟରେ ଏହି ଠିକାସଂସ୍ଥା ବର୍ତ୍ତମାନ ଯାଜପୁର ଜିଲାର ପାଣିକୋଇଲି ନିକଟସ୍ଥ ସାହାପୁର, ବୈତରଣୀ ରୋଡ୍‌, ସିଂହପୁର ଓ ବରୀ ପ୍ରଭୃତି ଅଞ୍ଚଳରେ ନୂତନ ବିଦ୍ୟୁତ୍‌ ଷ୍ଟ୍ରକ୍ଚର ନିର୍ମାଣ କାର୍ଯ୍ୟ ଜାରି ରଖିଛି। ପୂର୍ବରୁ ଏହି ପ୍ରକଳ୍ପ ପାଇଁ ୩୬୩କୋଟି ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ଗୋଟିଏ ପଟେ ଭିଟିଏଲ୍‌ ଠିକାସଂସ୍ଥା ଶ୍ରମିକ ଓ ଠିକାଦାରଙ୍କୁ ଠକିଥିବା ଅଭିଯୋଗ ହୋଇଥିବାବେଳେ ଅନ୍ୟପଟେ ବିପିଏଲ୍‌ ଉପଭୋକ୍ତାମାନେ ବିଦ୍ୟୁତ୍‌ ସଂଯୋଗ ପାଇଁ ଚାହିଁ ରହିଛନ୍ତି। ଏଥିରେ ଅଧିକାଂଶ ଯୋଗ୍ୟ ଉପଭୋକ୍ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ମିଳିପାରି ନ ଥିବାବେଳେ କେତେଜଣ ଥିଲାବାଲା ଲୋକ ଏହାର ଫାଇଦା ନେଉଥିବା ଅଭିଯୋଗ ହେଉଛି। ଏହାବାଦ୍‌ ଏହି ପ୍ରକଳ୍ପରେ ବ୍ୟବହୃତ ବିଦ୍ୟୁତ ତାର ଓ ଅନ୍ୟାନ୍ୟ ସାଜ ସରଞ୍ଜାମ ନିମ୍ନମାନର ବୋଲି ସାଧାରଣରେ ଅଭିଯୋଗ ହେଉଛି। ଫଳରେ ଏହି ପ୍ରକଳ୍ପ ନାମରେ ବିପୁଳ କୋଟି ଟଙ୍କା ହରିଲୁଟ ହୋଇଥିବା କୁହାଯାଇଛି। ଓପିଟିସିଏଲ୍‌ ଓ ଟିପିଏନଏଓଡିଏଲ କର୍ତ୍ତୃପକ୍ଷ ବିନା ଯାଞ୍ଚରେ ଠିକାସଂସ୍ଥା ଭିଟିଏଲ୍‌କୁ ଯୋଜନାର ଅଧିକାଂଶ ଅର୍ଥ ପ୍ରଦାନ କରିଥିବାବେଳେ ଶ୍ରମିକ ଠିକାଦାରମାନଙ୍କୁ କାହିଁକି ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇନାହିଁ କିମ୍ବା ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ସେମି ଠିକାଦାରମାନେ କାର୍ଯ୍ୟ ଅନୁସାରେ ସେମାନଙ୍କ ଅର୍ଥ ପାଇପାରି ନ ଥିବାରୁ ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେଇପାରିନାହାନ୍ତି ବୋଲି ସଫେଇ ଦେଉଛନ୍ତି। ଫଳରେ ସେତେବେଳେ କାର୍ଯ୍ୟ କରିଥିବା ଶ୍ରମିକମାନେ ସେମାନଙ୍କ ପାଉଣା ନ ପାଇ ଭୋକଉପାସରେ କାଳ କାଟୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏପରିକି ସଂସ୍ଥାର ବରିଷ୍ଠ କନିଷ୍ଠ ଯନ୍ତ୍ରୀ, ଅଧିକାରୀମାନେ ଏମାନଙ୍କୁ ଦେଖାଦର୍ଶନ ନ ଦେଇ ପ୍ରାପ୍ୟ ରାଶି ଫାଙ୍କିବାକୁ ପଛାଇନାହାନ୍ତି । ଫଳରେ ସମ୍ପୃକ୍ତ ଶ୍ରମିକ ଓ ଠିକାଦାରଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ନିଜର ପ୍ରାପ୍ୟରାଶି ଅସୁଲ କରିବାକୁ ଯାଇ ଏହି ଶ୍ରମିକ ଓ ଠିକାଦାରମାନେ ଯାଜପୁର ଜିଲାର ପାଣିକୋଇଲି ଠାରେ ଥିବା ଉକ୍ତ ସଂସ୍ଥାର ଷ୍ଟକ ୟାର୍ଡରେ ପୂର୍ବରୁ ଏକାଧିକ ଥର ତାଲା ପକାଇ ଦେଇଥିଲେ । ଅପରପକ୍ଷେ ସମ୍ପୃକ୍ତ ସଂସ୍ଥା ବକେୟା ଅର୍ଥରାଶି ପଇଠ ନକରି ଓଲଟି ଆନ୍ଦୋଳନକାରୀଙ୍କ ନାମରେ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରିବାକୁ ପଛାଇ ନ ଥିଲା। ମାତ୍ର ପୋଲିସ ସମ୍ପୃକ୍ତ ସଂସ୍ଥାର ତ୍ରୁଟି ସମ୍ପର୍କରେ ଅବଗତ ହେବା ପରେ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି। ଏବେ ମାମଲା ଥାନାରେ ପହଞ୍ଚିବା ପରେ ଶ୍ରମିକ ଓ ଠିକାଦାରଙ୍କ ଦେୟ ପଇଠ କରିବାକୁ ଅଣଓଡ଼ିଆ ଠିକାସଂସ୍ଥା ପକ୍ଷରୁ ତାରିଖ ପରେ ତାରିଖ ଦିନ ଧାର୍ଯ୍ୟ କରାଯାଉଛି, ହେଲେ ଏଯାଏ ତାହା ଫଳପ୍ରଦ ହୋଇପାରିନାହିଁ। ଯେଉଁଥିପାଇଁ ବକେୟା ପାଉଣା ପାଇବା ଆଶାରେ ଶ୍ରମିକ ଓ ଠିକାଦାରମାନେ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡ଼ିଲେଣି ବୋଲି ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ରୋଡ୍‌ ଟାଟା ପାୱାର ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ଫୋନକୁ ଶନିବାର ସନ୍ଧ୍ୟାରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?