ପୋଲିସକୁ ମହିଳା କମିଶନଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର(ବ୍ୟୁରୋ)/ଯାଁଳା,୧୭।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡି ପରିସରରେ ଏକ ଜବତ କାର୍‌ରୁ ମହିଳାଙ୍କ କଙ୍କାଳ ଜବତ ଘଟଣାରେ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତି ବେହେରା ମଙ୍ଗଳବାର କମିଶନରେଟ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି। ଘଟଣାର ତଦନ୍ତ କରି ୧ ମାସ ଭିତରେ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମଙ୍ଗଳବାର ଡିସିପି ଡ. ଉମାଶଙ୍କର ଦାଶ ଯାଁଳା ଫାଣ୍ଡି ପରିସରରେ ଥିବା ସମ୍ପୃକ୍ତ ଜବତ କାର୍‌କୁ ଯାଞ୍ଚ କରିଛନ୍ତି। ଏଥିସହ ଫାଣ୍ଡିଠାରୁ ଉକ୍ତ ଗାଡ଼ିର ଦୂରତା ପରଖିଥିଲେ। ମହିଳାଙ୍କ ପରିଚୟ ଜାଣିବା ପାଇଁ ସ୍ଥାନୀୟ ଅଞ୍ଚଳରେ କେତେଜଣ ଲୋକଙ୍କୁ ପଚାରିବା ସହ ଆଶ୍ରୟସ୍ଥଳ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିବା ପାଇଁ ଫାଣ୍ଡି ଅଧିକାରୀଙ୍କୁ କହିଥିଲେ। ମହିଳାଙ୍କ ସମ୍ଭାବ୍ୟ ସ୍କେଚ୍‌ର ରଫ୍‌ ହୋଇଛି। ଆଗାମୀ ୩/୪ଦିନ ମଧ୍ୟରେ ପୁରା ଫଟୋ ଆସିଯିବ। ଏହି ଫଟୋକୁ ପ୍ରସାରଣ କରାଯାଇ ମହିଳାଙ୍କ ପରିଚୟ ପାଇବା ପାଇଁ ଉଦ୍ୟମ ହେବ ବୋଲି ଡିସିପି ଦାଶ କହିଛନ୍ତି। ଯାଞ୍ଚ ବେଳେ ଡିସିପିଙ୍କ ସହ ଏସିପି ପ୍ରାଣବନ୍ଧୁ ରାଉତ ଓ ତଦନ୍ତକାରୀ ମହିଳା ଇନ୍ସପେକ୍ଟର ବନିତା ମହାରଣା ଉପସ୍ଥିତ ଥିଲେ। ଅନ୍ୟପଟେ ଗତ ସୋମବାର ଘଟଣାକୁ ନେଇ ନିଲମ୍ବିତ ହୋଇଥିବା ଏସ୍‌ଆଇଙ୍କୁ ମହିଳା ଥାନାଧିକାରୀ ମହାରଣା ପଚରାଉଚରା କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ତଥା ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସୂଚନା ମିଳିଛି।
ଉକ୍ତ କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଗଞ୍ଜାମ ପୋଲିସ ଭୁବନେଶ୍ୱର ଯାଁଳା ଫାଣ୍ଡି ଅଞ୍ଚଳରେ ଚଢ଼ାଉ କରି ଧରିଥିଲା। ସେବେଠାରୁ ଉକ୍ତ କାର୍‌ ଯାଁଳା ଫାଣ୍ଡି ପରିସରରେ ପଡ଼ିରହିଛି। ଗତ ଫେବୃୟାରୀ ୧୨ରେ ଗାଡ଼ି ନେବାକୁ ମାଲିକ ବିପିନ ପଟ୍ଟନାୟକ କୋର୍ଟ ଅର୍ଡର ଧରି ଫାଣ୍ଡିରେ ପହଞ୍ଚତ୍ଥିଲେ। କାର୍‌ ପାଖକୁ ଯିବାବେଳେ ଭିତରେ ମଣିଷ କଙ୍କାଳ ପଡ଼ିଥିବା ସହ ଦୁର୍ଗନ୍ଧ ବାହାରୁଥିଲା। କାର୍‌ କାଚ ଭଙ୍ଗାଯାଇଥିବା ଦେଖିବାକୁ ମିଳିଥିଲା। ପରେ ପୋଲିସ ଉକ୍ତ କଙ୍କାଳ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଏମ୍‌ସ ପଠାଇ ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାକୁ ନେଇ ଡିସିପି ଦାଶ ଜୋନ୍‌ ଏସିପିଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ। ଗତ ୬ ତାରିଖରେ ଫାଣ୍ଡି ଅଧିକାରୀ ଡିସିପିଙ୍କ ପାଖରେ ଏକ ସ୍ପଷ୍ଟୀକରଣ ପତ୍ର ଉପସ୍ଥାପନ କରିଥିଲେ, ଯେଉଁଥିରେ ଏ ଘଟଣା ସମ୍ପର୍କରେ ସେ କିଛି ଜାଣି ନ ଥିବା ଓ ନିଜକୁ ନିର୍ଦ୍ଦୋଷ ବୋଲି ଉଲ୍ଲେଖ କରିଥିଲେ। ପରେ ତାଙ୍କୁ କାର୍ଯ୍ୟରେ ଅବହେଳା ନିମନ୍ତେ ଡିସିପି ସସ୍‌ପେଣ୍ଡ କରିଥିଲେ। ସେହିଦିନ ଏହି ଘଟଣାର ତଦନ୍ତ ଦାୟିତ୍ୱ ମହିଳା ଥାନା ଆଇଆଇସିଙ୍କୁ ହସ୍ତାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri