ମହିଳାଙ୍କ ଜମି ହଡ଼ପ କରିଛି ଠିକା ସଂସ୍ଥା

ଚଣ୍ଡିଖୋଲ,୧୧ା୭(ଡି.ଏନ୍‌.ଏ.): ବଡ଼ଚଣା ବ୍ଲକ ଅନ୍ତର୍ଗତ ନିଆଳିଠାରେ ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ୨୦୧୬ରୁ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଶେଷ ହୋଇନାହିଁ। ୩ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବାର ଅବଧି ଥିବାବେଳେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ଠିକା କମ୍ପାନୀ ବିଳମ୍ବ କରିଛି, ଯଦ୍ଦ୍ବାରା ଶେଷ ପର୍ଯ୍ୟାୟରେ ଠିକା କମ୍ପାନୀର ଜମି ହଡ଼ପ ଓ ଦାଦାଗିରି ଭଳି କାର୍ଯ୍ୟର ଗୁମର ଖୋଲୁଛି। ପ୍ରକଳ୍ପର ପାଇପ ଲାଇନ୍‌ ଗୁରୁବାର ନିଆଳି ଗ୍ରାମର ଚାଷୀ ନେତା ଶିଶିର କୁମାର ସାମଲଙ୍କ ଘରବାରି ସମ୍ପତ୍ତି ମଧ୍ୟଦେଇ ନିଆଯାଉଥିବାବେଳେ ଏହାକୁ ସେ ବିରୋଧ କରିଥିଲେ। ଫଳରେ ଉଠା ଜଳସେଚନର ସହକାରୀ ଯନ୍ତ୍ରୀ ବାଲିଚନ୍ଦ୍ରପୁର ଥାନାରେ ତାଙ୍କ ନାମରେ ଏତଲା ଦେଇଥିଲେ। ପରେ ଦର୍ପଣ ତହସିଲଦାରଙ୍କ ଉପସ୍ଥିତିରେ ତାଙ୍କୁ ପୋଲିସ ଉଠାଇ ନେଇଥିଲା। ଶେଷରେ ଶନିବାର ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟପକ୍ଷରେ ଜଣେ ମହିଳାଙ୍କ ଜମି ହଡ଼ପ କରାଯାଇ ପ୍ରକଳ୍ପ ନିର୍ମାଣ କରାଯାଇଛି। ହେଲେ ତାଙ୍କୁ କୌଣସି କ୍ଷତିପୂରଣ ମିଳି ପାରିନାହିଁ। ଏସବୁକୁ ନେଇ ନବନିର୍ମାଣ କୃଷକ ସଂଗଠନ ପ୍ରତିବାଦ କରିବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୂଚନା ଦେଇଛି।
ନିଆଳି ମୌଜାର ଖାତା ନଂ.୭୯୧ ପ୍ଲଟ ନଂ.୨୫୫୯ର ୧୩ ଡିସିମିଲ ଜମିକୁ କମ୍ପାନୀ କର୍ତ୍ତୃପକ୍ଷ ୨୦୧୭ ମାର୍ଚ୍ଚ ୩ରେ କିଣିଥିଲେ। ଏହି ଜମିରେ ପ୍ରକଳ୍ପ ଆରମ୍ଭ କରିବା କଥା। ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଚଞ୍ଚକତା କରି ଏହାର ପାର୍ଶ୍ୱରେ ଥିବା ଖାତା ନଂ.୫୧୬ ଓ ପ୍ଲଟ ନଂ. ୨୫୬୦ରେ ପ୍ରକଳ୍ପ ନିର୍ମାଣ କରିଛନ୍ତି। ଉକ୍ତ ଜମି ନିଆଳି ଗ୍ରାମର ବିଧବା ମହିଳା କବିତା ସାମଲଙ୍କ ନାମରେ ଅଛି। ଏହା ୧୪ ଡିସିମିଲ ହୋଇଥିବାବେଳେ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ କୌଣସି କ୍ଷତିପୂରଣ ନ ଦେଇ ଜୋର ଜବରଦସ୍ତ ଜମି ହାତେଇଛନ୍ତି। ଏହାକୁ ନେଇ କବିତା ତତ୍କାଳୀନ ତହସିଲଦାର, ଜିଲାପାଳ ଓ ବାଲିଚନ୍ଦ୍ରପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ହେଲେ କେହି ତାଙ୍କ କଥା ଶୁଣି ନ ଥିଲେ। କବିତାଙ୍କ ଗୋଟିଏ ପୁଅ ଥିବାବେଳେ ସେ ସୁରଟରେ ରହୁଛନ୍ତି। ୨୦୨୦ରେ ସେ ଆସି ପ୍ରତିବାଦ କରିବାବେଳେ ତାଙ୍କୁ ଧମକ ଚମକ ମିଳିଥିଲା। ତେଣୁ ସେ ଚୁପ୍‌ ରିହଥିଲେ। ଏବେ ଘଟଣା ଜଣାପଡ଼ିବା ପରେ ନବ ନିର୍ମାଣ କୃଷକ ସଂଗଠନ ତରଫରୁ ପ୍ରତିବାଦ ଜୋରଦାର କରାଯିବ ବୋଲି ସଂଗଠନର ରାଜ୍ୟ ସହସଂଯୋଜକ ନିମାଇଁ ଚରଣ ରାୟ କହିଛନ୍ତି। ତାଙ୍କ କହିବା ଅନୁସାରେ, ଶିଶିରଙ୍କୁ କ୍ଷତିପୂରଣ ନ ଦେଇ କମ୍ପାନୀ କର୍ତ୍ତୃପକ୍ଷ କାମ କରିବାରୁ ସେ ବିରୋଧ କରିଥିଲେ। ଅନ୍ୟପକ୍ଷରେ ଜଣେ ବିଧବାଙ୍କ ଜମିକୁ କମ୍ପାନୀ କର୍ତ୍ତୃପକ୍ଷ ଜୋର ଜବରଦସ୍ତ ଦଖଲ କରି ପ୍ରକଳ୍ପ ନିର୍ମାଣ କରୁଛନ୍ତି। ତେଣୁ ଏସବୁକୁ ନେଇ ଆଗାମୀ ଦିନରେ କମ୍ପାନୀ ବିରୋଧରେ ସଂଗଠନ ଜୋରଦାର ଆନ୍ଦୋଳନ କରିବ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଉଠା ଜଳସେଚନ ନିଗମର ସହକାରୀ ନିର୍ବାହୀ ଯନ୍ତ୍ରୀ ଶଶାଙ୍କ ଶେଖର ଦଳବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ପ୍ରକଳ୍ପ ନିର୍ମାଣ ସ୍ଥଳ ଭୁଲ୍‌ ବଶତଃ ଅନ୍ୟ ସ୍ଥାନରେ ହୋଇଛି। ଜମି ଚିହ୍ନଟ ବେଳେ ଏଭଳି ତ୍ରୁଟି ହୋଇଛି। ତେଣୁ ଆମେ ଏହାର ସମାଧାନ କରିଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri