ପସନ୍ଦର ବିଦ୍ୟାଳୟ ଯିବାକୁ ଚାଲିଛି ରାଜନୀତି

ଜଗତ୍‌ସିଂହପୁର ଅଫିସ,୧୧ା୭: ରାଜ୍ୟ ସରକାର କିଛି ବର୍ଷ ପ୍ରାଥମିକ ବିଦ୍ୟାଳୟସ୍ତରରେ ସମାନୁପାତିକ ଭିତ୍ତିରେ ଶିକ୍ଷକ ବଦଳି କରୁଥିଲେ। କିନ୍ତୁ ତାହା ବନ୍ଦ କରାଯାଇ ନୂଆ ବଦଳି ନିୟମ ଲାଗୁ କରାଯାଇଛି। ଏଥିରେ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟସ୍ତରରେ ଖାଲି ପଦବୀ ପୂରଣ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ସେମାନଙ୍କ ପସନ୍ଦର ବିଦ୍ୟାଳୟକୁ ବଦଳି ପାଇଁ ସୁଯୋଗ ଦିଆଯାଇଛି। କୌଣସି ନିର୍ଦ୍ଦିଷ୍ଟ ବିଦ୍ୟାଳୟରେ ସମାନ ପଦବୀ ପାଇଁ ଏକାଧିକ ଆବେଦନ କରିଥିଲେ ବରିଷ୍ଠତା ଭିତ୍ତିରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି। ଏନେଇ ଗତ ୭ ତାରିଖ ସୁଦ୍ଧା ଅନଲାଇନ୍‌ ଆବେଦନ ପାଇଁ ସମୟ ଦିଆଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଜଗତ୍‌ସିଂହପୁର ଜିଲାରେ କେତେଜଣ ଆବେଦନ କରିଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ। ବାସ୍ତବରେ କିନ୍ତୁ ଗଳି ରାସ୍ତା ଦେଇ ପସନ୍ଦର ବିଦ୍ୟାଳୟରେ ନିଯୁକ୍ତି ପାଇଁ ଅନେକ ଲବି ଜାରି ରଖିଛନ୍ତି। ଏନେଇ ରାଜନୀତି ଜୋର ଧରିଛି। କୁହାଯାଉଛି ପାଖାପାଖି ୭୦ ପ୍ରତିଶତ ପଦବୀ ରାଜନେତାଙ୍କ ମାଧ୍ୟମରେ ପୂରଣ ହୋଇଯିବ। ଜିଲା ମୁଖ୍ୟାଳୟ ସମେତ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବହୁ ସଂଖ୍ୟକ ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅନ୍ୟ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ପ୍ରଭାବଶାଳୀ ଲୋକଙ୍କ ବାହୁଛାୟା ତଳେ ରହି ଗାଦି ମାଡି ବସିଛନ୍ତି । ଅଥଚ ଅନେକ ଦୂର ଦୂରାନ୍ତରେ ଦୀର୍ଘ ବର୍ଷ ଧରି ବହୁ କଷ୍ଟରେ ଶିକ୍ଷାଦାନ କରି ଆସୁଥିବା ଶିକ୍ଷକମାନଙ୍କ ଲବି ନ ଥିବାରୁ କଷ୍ଟ ପାଉଛନ୍ତି। ଶିକ୍ଷା ବିଭାଗର ଏହି ନୀତି ତେଲିଆ ମୁଣ୍ଡରେ ତେଲ ସଦୃଶ ବୋଲି ସାଧାରଣରେ ଆଲୋଚନା ହେଉଛି।
ସମାନୁପାତିକ ଶିକ୍ଷକ ବଦଳି ଆରମ୍ଭ ହେବା ବେଳେ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିଲା। କାରଣ ଯେଉଁସବୁ ବିଦ୍ୟାଳୟରେ ଅନୁମୋଦନଠାରୁ ଅଧିକ ସଂଖ୍ୟକ ଶିକ୍ଷକ ଥିଲେ ସେମାନଙ୍କ ମଧ୍ୟରୁ ଯିଏ ସର୍ବାଧିକ ସମୟ କାର୍ଯ୍ୟରତ ଥିବେ ତାଙ୍କୁ ବଦଳି କରାଯିବା ପାଇଁ ସ୍ଥିର ହୋଇଥିଲା। କେତେଜଣ ଶିକ୍ଷକ ନିର୍ଦ୍ଦିଷ୍ଟ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଗାଦି ମାଡି ବସିଥିବାରୁ ସେମାନେ ଚିନ୍ତିତ ହୋଇଯାଇଥିଲେ। ରାଜନୈତିକ ଓ ଅନ୍ୟ ପ୍ରଭାବଶାଳୀ ଲୋକଙ୍କ ମାଧ୍ୟମରେ ଚାପ ପକାଇ ଏହାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲେ। ଅନେକେ ଏଥିରେ ସଫଳ ହେଉଥିଲେ ସୁଦ୍ଧା କେତେଜଣଙ୍କୁ ନିରାଶ ହେବାକୁ ପଡ଼ିଥିଲା। କିନ୍ତୁ ନିର୍ବାଚନ ସମୟରେ ରାଜ୍ୟ ସରକାର ଏହି ବଦଳି ପ୍ରକ୍ରିୟା ବନ୍ଦ କରି ଦେଇଥିଲେ। ଖାଲି ପଦବୀ ପୂରଣ ପାଇଁ ବିକଳ୍ପ ଭାବେ ପସନ୍ଦ ବାଛିବାକୁ ନୂତନ ନିୟମ ଲାଗୁ କରିଥିଲେ। ଏହି ନିୟମ ଅନୁସାରେ, ଜିଲା ଭିତରେ ବଦଳି ଚାହୁଁଥିଲେ ଗୋଟିଏ ବିଦ୍ୟାଳୟରେ ସର୍ବନିମ୍ନ ୬ ବର୍ଷ ଶିକ୍ଷାଦାନ କରିଥିବା ଜରୁରୀ। ବାହାର ଜିଲାକୁ ଯିବାକୁ ଚାହିଁଲେ ସର୍ବନିମ୍ନ ଗୋଟିଏ ବିଦ୍ୟାଳୟରେ ୧୫ ବର୍ଷ କାମ କରିଥିବା ଦରକାର। ଚୁକ୍ତିଭିତ୍ତିକ ଶିକ୍ଷକ ହୋଇଥିଲେ ଆପୋସ ବୁଝାମଣାଭିତ୍ତିରେ ବଦଳି ହୋଇପାରିବ। ଶାରୀରିକ କ୍ଷତିଗ୍ରସ୍ତ (ସର୍ତ୍ତ ରହିଛି) ହୋଇଥିଲେ କୌଣସି କଟକଣା ନାହିଁ । ଓପେପା ପୋର୍ଟାଲରେ ଆବେଦନ ପରେ ଚୟନ କରାଯିବ ବୋଲି ଜିଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନୁରୂପ ଭାବେ ପ୍ରାଥମିକ ବିଦ୍ୟାଳୟସ୍ତରରେ ମଧ୍ୟ ବଦଳି ହେବ।
ଅନୁଯାୟୀ, ଉଚ୍ଚ ବିଦ୍ୟାଳୟ ସ୍ତରରେ ଜଗତ୍‌ସିଂହପୁର ଜିଲାରେ ୮ ପ୍ରଧାନ ଶିକ୍ଷକ (କ୍ଲାସ୍‌ ୨) ଓ ୩୫ ପ୍ରଧାନ ଶିକ୍ଷକ (ସିନିୟର ଏସ୍‌ଇଏସ୍‌) ପଦବୀ ଖାଲି ପଡିଛି। ସେହିପରି ୧୦୫ କଳା, ୪୭ ପିସିଏମ୍‌, ୪୭ ସିବିଜେଡ୍‌, ୪୮ ସଂସ୍କୃତ, ୨୮ ପିଇଟି ଓ ୪ ଉର୍ଦ୍ଦୁ ଶିକ୍ଷକ ପଦବୀ ଖାଲି ରହିଛି । ସେହିପରି ପ୍ରାଥମିକ ବିଦ୍ୟାଳୟସ୍ତରରେ ଜିଲାରେ ଲେଭଲ୍‌ ୩ ବରିଷ୍ଠ ପ୍ରଧାନ ଶିକ୍ଷକ ଅନୁମୋଦିତ ପଦବୀ ୯ଟି ଥିବାବେଳେ ସେଥିରୁ ୭ଟି ଖାଲି ପଡ଼ିଛି। ସେହିପରି ଲେଭଲ ୩ ପ୍ରଧାନ ଶିକ୍ଷକ ଅନୁମୋଦିତ ପଦବୀ ସଂଖ୍ୟା ୪୨୫ ଥିବାବେଳେ ୩୫୮ଟି ଖାଲି ରହିଛି। ଲେଭଲ ୪ ପ୍ରଧାନ ଶିକ୍ଷକ ଅନୁମୋଦିତ ପଦବୀ ସଂଖ୍ୟା ୩୩୭ରୁ ୧୭୧ଟି ଖାଲି ରହିଛି। ଲେଭଲ ୪ ସ୍ନାତକ ଶିକ୍ଷକ (କଳା) ଅନୁମୋଦିତ ପଦବୀ ୩୬୮ରୁ ୧୧୯ଟି ଖାଲି ପଡିଛି। ଲେଭଲ ୪ ସ୍ନାତକ ବିଜ୍ଞାନ ଶିକ୍ଷକ ଅନୁମୋଦିତ ପଦବୀ ୩୬୮ରୁ ୩୩୯ଟି ଖାଲି ରହିଛି। ଲେଭଲ୍‌ ୫(ବି) ବରିଷ୍ଠ ଶିକ୍ଷକ (ବର୍ଗ ୧ର) ୮୯୭ ଅନୁମୋଦିତ ପଦବୀରୁ ୪୭୭ଟି ଖାଲି ପଡ଼ିଛି। ଲେଭଲ ୫(ବି) ବରିଷ୍ଠ ଶିକ୍ଷକ (ବର୍ଗ ୨) ୬୩୬ ଅନୁମୋଦିତ ପଦବୀରୁ ୧୭୬, ଲେଭଲ ୫(ଏ) ସହକାରୀ ଶିକ୍ଷକ ୩୦୪୦ ଅନୁମୋଦିତ ପଦବୀରୁ ୧୨୦୨ ପଦବୀ ଖାଲି ରହିଛି। ଏହାସତ୍ତ୍ୱେ ନୂତନ ନିୟମ ଅନୁସାରେ ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ।
ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା କହିଛନ୍ତି, ପୋର୍ଟାଲରେ ସ୍ବତଃଭାବେ ଦୀର୍ଘ ବର୍ଷ ଧରି ଗୋଟିଏ ସ୍କୁଲରେ ରହିଥିବା ଶିକ୍ଷକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri