ପସନ୍ଦର ବିଦ୍ୟାଳୟ ଯିବାକୁ ଚାଲିଛି ରାଜନୀତି

ଜଗତ୍‌ସିଂହପୁର ଅଫିସ,୧୧ା୭: ରାଜ୍ୟ ସରକାର କିଛି ବର୍ଷ ପ୍ରାଥମିକ ବିଦ୍ୟାଳୟସ୍ତରରେ ସମାନୁପାତିକ ଭିତ୍ତିରେ ଶିକ୍ଷକ ବଦଳି କରୁଥିଲେ। କିନ୍ତୁ ତାହା ବନ୍ଦ କରାଯାଇ ନୂଆ ବଦଳି ନିୟମ ଲାଗୁ କରାଯାଇଛି। ଏଥିରେ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟସ୍ତରରେ ଖାଲି ପଦବୀ ପୂରଣ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ସେମାନଙ୍କ ପସନ୍ଦର ବିଦ୍ୟାଳୟକୁ ବଦଳି ପାଇଁ ସୁଯୋଗ ଦିଆଯାଇଛି। କୌଣସି ନିର୍ଦ୍ଦିଷ୍ଟ ବିଦ୍ୟାଳୟରେ ସମାନ ପଦବୀ ପାଇଁ ଏକାଧିକ ଆବେଦନ କରିଥିଲେ ବରିଷ୍ଠତା ଭିତ୍ତିରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି। ଏନେଇ ଗତ ୭ ତାରିଖ ସୁଦ୍ଧା ଅନଲାଇନ୍‌ ଆବେଦନ ପାଇଁ ସମୟ ଦିଆଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଜଗତ୍‌ସିଂହପୁର ଜିଲାରେ କେତେଜଣ ଆବେଦନ କରିଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ। ବାସ୍ତବରେ କିନ୍ତୁ ଗଳି ରାସ୍ତା ଦେଇ ପସନ୍ଦର ବିଦ୍ୟାଳୟରେ ନିଯୁକ୍ତି ପାଇଁ ଅନେକ ଲବି ଜାରି ରଖିଛନ୍ତି। ଏନେଇ ରାଜନୀତି ଜୋର ଧରିଛି। କୁହାଯାଉଛି ପାଖାପାଖି ୭୦ ପ୍ରତିଶତ ପଦବୀ ରାଜନେତାଙ୍କ ମାଧ୍ୟମରେ ପୂରଣ ହୋଇଯିବ। ଜିଲା ମୁଖ୍ୟାଳୟ ସମେତ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବହୁ ସଂଖ୍ୟକ ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅନ୍ୟ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ପ୍ରଭାବଶାଳୀ ଲୋକଙ୍କ ବାହୁଛାୟା ତଳେ ରହି ଗାଦି ମାଡି ବସିଛନ୍ତି । ଅଥଚ ଅନେକ ଦୂର ଦୂରାନ୍ତରେ ଦୀର୍ଘ ବର୍ଷ ଧରି ବହୁ କଷ୍ଟରେ ଶିକ୍ଷାଦାନ କରି ଆସୁଥିବା ଶିକ୍ଷକମାନଙ୍କ ଲବି ନ ଥିବାରୁ କଷ୍ଟ ପାଉଛନ୍ତି। ଶିକ୍ଷା ବିଭାଗର ଏହି ନୀତି ତେଲିଆ ମୁଣ୍ଡରେ ତେଲ ସଦୃଶ ବୋଲି ସାଧାରଣରେ ଆଲୋଚନା ହେଉଛି।
ସମାନୁପାତିକ ଶିକ୍ଷକ ବଦଳି ଆରମ୍ଭ ହେବା ବେଳେ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିଲା। କାରଣ ଯେଉଁସବୁ ବିଦ୍ୟାଳୟରେ ଅନୁମୋଦନଠାରୁ ଅଧିକ ସଂଖ୍ୟକ ଶିକ୍ଷକ ଥିଲେ ସେମାନଙ୍କ ମଧ୍ୟରୁ ଯିଏ ସର୍ବାଧିକ ସମୟ କାର୍ଯ୍ୟରତ ଥିବେ ତାଙ୍କୁ ବଦଳି କରାଯିବା ପାଇଁ ସ୍ଥିର ହୋଇଥିଲା। କେତେଜଣ ଶିକ୍ଷକ ନିର୍ଦ୍ଦିଷ୍ଟ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଗାଦି ମାଡି ବସିଥିବାରୁ ସେମାନେ ଚିନ୍ତିତ ହୋଇଯାଇଥିଲେ। ରାଜନୈତିକ ଓ ଅନ୍ୟ ପ୍ରଭାବଶାଳୀ ଲୋକଙ୍କ ମାଧ୍ୟମରେ ଚାପ ପକାଇ ଏହାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲେ। ଅନେକେ ଏଥିରେ ସଫଳ ହେଉଥିଲେ ସୁଦ୍ଧା କେତେଜଣଙ୍କୁ ନିରାଶ ହେବାକୁ ପଡ଼ିଥିଲା। କିନ୍ତୁ ନିର୍ବାଚନ ସମୟରେ ରାଜ୍ୟ ସରକାର ଏହି ବଦଳି ପ୍ରକ୍ରିୟା ବନ୍ଦ କରି ଦେଇଥିଲେ। ଖାଲି ପଦବୀ ପୂରଣ ପାଇଁ ବିକଳ୍ପ ଭାବେ ପସନ୍ଦ ବାଛିବାକୁ ନୂତନ ନିୟମ ଲାଗୁ କରିଥିଲେ। ଏହି ନିୟମ ଅନୁସାରେ, ଜିଲା ଭିତରେ ବଦଳି ଚାହୁଁଥିଲେ ଗୋଟିଏ ବିଦ୍ୟାଳୟରେ ସର୍ବନିମ୍ନ ୬ ବର୍ଷ ଶିକ୍ଷାଦାନ କରିଥିବା ଜରୁରୀ। ବାହାର ଜିଲାକୁ ଯିବାକୁ ଚାହିଁଲେ ସର୍ବନିମ୍ନ ଗୋଟିଏ ବିଦ୍ୟାଳୟରେ ୧୫ ବର୍ଷ କାମ କରିଥିବା ଦରକାର। ଚୁକ୍ତିଭିତ୍ତିକ ଶିକ୍ଷକ ହୋଇଥିଲେ ଆପୋସ ବୁଝାମଣାଭିତ୍ତିରେ ବଦଳି ହୋଇପାରିବ। ଶାରୀରିକ କ୍ଷତିଗ୍ରସ୍ତ (ସର୍ତ୍ତ ରହିଛି) ହୋଇଥିଲେ କୌଣସି କଟକଣା ନାହିଁ । ଓପେପା ପୋର୍ଟାଲରେ ଆବେଦନ ପରେ ଚୟନ କରାଯିବ ବୋଲି ଜିଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନୁରୂପ ଭାବେ ପ୍ରାଥମିକ ବିଦ୍ୟାଳୟସ୍ତରରେ ମଧ୍ୟ ବଦଳି ହେବ।
ଅନୁଯାୟୀ, ଉଚ୍ଚ ବିଦ୍ୟାଳୟ ସ୍ତରରେ ଜଗତ୍‌ସିଂହପୁର ଜିଲାରେ ୮ ପ୍ରଧାନ ଶିକ୍ଷକ (କ୍ଲାସ୍‌ ୨) ଓ ୩୫ ପ୍ରଧାନ ଶିକ୍ଷକ (ସିନିୟର ଏସ୍‌ଇଏସ୍‌) ପଦବୀ ଖାଲି ପଡିଛି। ସେହିପରି ୧୦୫ କଳା, ୪୭ ପିସିଏମ୍‌, ୪୭ ସିବିଜେଡ୍‌, ୪୮ ସଂସ୍କୃତ, ୨୮ ପିଇଟି ଓ ୪ ଉର୍ଦ୍ଦୁ ଶିକ୍ଷକ ପଦବୀ ଖାଲି ରହିଛି । ସେହିପରି ପ୍ରାଥମିକ ବିଦ୍ୟାଳୟସ୍ତରରେ ଜିଲାରେ ଲେଭଲ୍‌ ୩ ବରିଷ୍ଠ ପ୍ରଧାନ ଶିକ୍ଷକ ଅନୁମୋଦିତ ପଦବୀ ୯ଟି ଥିବାବେଳେ ସେଥିରୁ ୭ଟି ଖାଲି ପଡ଼ିଛି। ସେହିପରି ଲେଭଲ ୩ ପ୍ରଧାନ ଶିକ୍ଷକ ଅନୁମୋଦିତ ପଦବୀ ସଂଖ୍ୟା ୪୨୫ ଥିବାବେଳେ ୩୫୮ଟି ଖାଲି ରହିଛି। ଲେଭଲ ୪ ପ୍ରଧାନ ଶିକ୍ଷକ ଅନୁମୋଦିତ ପଦବୀ ସଂଖ୍ୟା ୩୩୭ରୁ ୧୭୧ଟି ଖାଲି ରହିଛି। ଲେଭଲ ୪ ସ୍ନାତକ ଶିକ୍ଷକ (କଳା) ଅନୁମୋଦିତ ପଦବୀ ୩୬୮ରୁ ୧୧୯ଟି ଖାଲି ପଡିଛି। ଲେଭଲ ୪ ସ୍ନାତକ ବିଜ୍ଞାନ ଶିକ୍ଷକ ଅନୁମୋଦିତ ପଦବୀ ୩୬୮ରୁ ୩୩୯ଟି ଖାଲି ରହିଛି। ଲେଭଲ୍‌ ୫(ବି) ବରିଷ୍ଠ ଶିକ୍ଷକ (ବର୍ଗ ୧ର) ୮୯୭ ଅନୁମୋଦିତ ପଦବୀରୁ ୪୭୭ଟି ଖାଲି ପଡ଼ିଛି। ଲେଭଲ ୫(ବି) ବରିଷ୍ଠ ଶିକ୍ଷକ (ବର୍ଗ ୨) ୬୩୬ ଅନୁମୋଦିତ ପଦବୀରୁ ୧୭୬, ଲେଭଲ ୫(ଏ) ସହକାରୀ ଶିକ୍ଷକ ୩୦୪୦ ଅନୁମୋଦିତ ପଦବୀରୁ ୧୨୦୨ ପଦବୀ ଖାଲି ରହିଛି। ଏହାସତ୍ତ୍ୱେ ନୂତନ ନିୟମ ଅନୁସାରେ ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ।
ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା କହିଛନ୍ତି, ପୋର୍ଟାଲରେ ସ୍ବତଃଭାବେ ଦୀର୍ଘ ବର୍ଷ ଧରି ଗୋଟିଏ ସ୍କୁଲରେ ରହିଥିବା ଶିକ୍ଷକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?