Posted inଫୁରସତ

ବିବାହ ପରେ ପ୍ରତିବର୍ଷ ଗର୍ଭବତୀ ହୋଇଆସୁଛନ୍ତି ଏହି ମହିଳା, ଏପର୍ଯ୍ୟନ୍ତ ଦେଲେଣି ଏତିକି ଶିଶୁ ଜନ୍ମ

ୱାଶିଂଟନ,୨୩।୧୧: ଜଣେ ଆମେରିକୀୟ ମହିଳା ତାଙ୍କ ବିବାହ ପରଠାରୁ ପ୍ରାୟ ପ୍ରତିବର୍ଷ ଗର୍ଭବତୀ ହୋଇ ଆସୁଛନ୍ତି। ଖୁବଶୀଘ୍ର ତାଙ୍କର ଦ୍ୱାଦଶ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ତେବେ ମହିଳା ଏଥିପାଇଁ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ କରାଯାଇଛି। କିନ୍ତୁ ଏହା ତାଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। କୋର୍ଟନି ରୋଜର୍ସ ନାମକ ଏହି ମହିଳା ତାଙ୍କ ବିବାହ ପରଠାରୁ ଗର୍ଭନିରୋଧକ ବ୍ୟବହାର କରିନାହାଁନ୍ତି।
ଆମେରିକାର ନ୍ୟୁ ମେକ୍ସିକୋ ଅଞ୍ଚଳରେ ରହୁଥିବା କୋର୍ଟନି ରୋଜର୍ସର ଇନଷ୍ଟାଗ୍ରାମରେ ୨୯ ହଜାର ଫଲୋଅର୍ସ ଅଛନ୍ତି। ଏତେ ସଂଖ୍ୟକ ସନ୍ତାନ ଜନ୍ମ ଦେଇଥିବାରୁ ତାଙ୍କୁ ନିରନ୍ତର ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ୩୭ ବର୍ଷୀୟ କୋର୍ଟନି, ପାଦରି କ୍ରିସଙ୍କୁ ବିବାହ କରିଥିଲେ ଏବଂ ସେବେଠାରୁ ପ୍ରତିବର୍ଷ ଗର୍ଭବତୀ ହୋଇଥିଲେ। ଦ୍ୱାଦଶ ଥର ପାଇଁ କୋର୍ଟନି ମା’ ହେବାକୁ ଯାଉଛନ୍ତି ଏବଂ ଆସନ୍ତା ମାର୍ଚ୍ଚରେ ତାଙ୍କର ପ୍ରସବ ତାରିଖ ରହିଛି।
ଏହି ଦମ୍ପତି ଏପର୍ଯ୍ୟନ୍ତ ୧୧ଟି ସନ୍ତାନ ଜନ୍ମ ଦେଇଛନ୍ତ। କ୍ଲିଣ୍ଟ, କ୍ଲେ, କେଡ, କ୍ୟାଲି, କ୍ୟାଶ, କଲ୍ଟ, କେସ, କୈଲିନା, କୌରାଲି ଏବଂ କ୍ୟାରିସ। ଏଥିମଧ୍ୟରୁ ଜ୍ୟେଷ୍ଠ ସନ୍ତାନର ବୟସ ଏଗାର ବର୍ଷ ଏବଂ ସାନପୁଅର ବୟସ ପ୍ରାୟ ଏକ ବର୍ଷ। କୋର୍ଟନକହିଛନ୍ତି ଯେ ସେ ନିଜେ ତାଙ୍କର ସମସ୍ତ ପିଲାମାନଙ୍କର ଯତ୍ନ ନିଅନ୍ତି। ପିଲାମାନଙ୍କୁ ନିଜର ଚାଷଜମିରୁ ଅମଳ ପନିପରିବା ଖାଇବାକୁ ଦିଅନ୍ତି।
ରୋଜର୍ସଙ୍କ ସ୍ବାମୀ ଘର ଚଳାଇବା ସହିତ ଏକ ଚର୍ଚ୍ଚରେ କାମ କରନ୍ତି। ସେ କହିଥିଲେ ଯେ ସେ ସର୍ବଦା ଜଣେ ମା ହେବାକୁ ଚାହାଁନ୍ତି ଏବଂ ତାଙ୍କ ସ୍ବାମୀ ତାଙ୍କ ମା’ (କୋର୍ଟନିଙ୍କ ଶାଶୁ) ଙ୍କ ପରି ଅତି କମରେ ୧୦ଟି ସନ୍ତାନ ପ୍ରସବ କରିବାକୁ ପରାମର୍ଶ ଦେଇଛନ୍ତି। ତେବେ,ଏବେ ଏହି ସଂଖ୍ୟା ବୃଦ୍ଧି ପାଇଛି। କୋର୍ଟନି କହିଛନ୍ତି, ମୋର ଦଶମ ସନ୍ତାନ ଜନ୍ମ କରିବା ପରେ ମଧ୍ୟ ମୁଁ ପୂର୍ବ ପରି ଛୋଟ ଦେଖାଯାଉଥିଲି, ତେଣୁ ମୁଁ ୧୦ ବଦଳରେ ଏକ ଡଜନ ପିଲାଙ୍କ ମା’ ବୋଲି କହିବାକୁ ସ୍ଥିର କଲି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri