ମହିଳାଙ୍କ ବେକ କାଟି ହତ୍ୟା ଘଟଣା: ମୁଣ୍ଡ ଖୋଜୁଛି ପୋଲିସ

ଭୁବନେଶ୍ୱର,୫।୨ (ବ୍ୟୁରୋ): ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ଦାସପୁର ରାସ୍ତା ପାର୍ଶ୍ୱରୁ ଗୁରୁବାର ସକାଳେ ମିଳିଥିବା ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହକୁ ନେଇ କମିଶନରେଟ ପୋଲିସର ନିଦ ହଜିଛି। ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ ୧୦ଦିନ ପରେ ବି ଖୋଲି ନ ଥିବାବେଳେ ଆଉ ଏକ ଘଟଣା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପ୍ରମାଣ ନଷ୍ଟ ପାଇଁ ଅପରାଧୀମାନେ ମହିଳାଙ୍କ ମୁଣ୍ଡକୁ ନେଇଯାଇଥିବାରୁ ପୋଲିସ ଅଡୁଆ ସୂତାରେ ଛନ୍ଦି ହୋଇପଡିଛି। ଅଭିଯୁକ୍ତଙ୍କ ପାଖରେ ପହଞ୍ଚତ୍ବାକୁ ହେଲେ ମହିଳାଙ୍କ ପରିଚୟ ନିହାତି ଜରୁରୀ। ତେବେ ମୁଣ୍ଡ ନ ମିଳିଲେ ପରିଚୟ ମିଳିବା ବି କଷ୍ଟକର ହୋଇପଡିବ। ତେଣୁ ପୋଲିସ ଘଟଣାସ୍ଥଳର ପାଖାପାଖି ୨ କିଲୋମିଟର ଜଙ୍ଗଲିଆ ଅଞ୍ଚଳ ଭିତରେ ପଶି ଖୋଜାଖୋଜି କରି ନିରାଶ ହୋଇଛି। ସନ୍ଧାନୀ କୁକୁର ଲଗାଇଥିଲେ ମଧ୍ୟ ମୁଣ୍ଡ ମିଳିପାରିନି। ଏପରିସ୍ଥଳେ ଝରାଫୁଲ ଭଳି ଏହି ହତ୍ୟା ମାମଲା ମଧ୍ୟ ରହସ୍ୟ ହୋଇଯିବ ବୋଲି ଆଶଙ୍କା ବଢ଼ିବାରେ ଲାଗିଛି।

ପ୍ରି ପ୍ଲାନ୍‌ ହତ୍ୟା, ଏକାଧିକଙ୍କ ସମ୍ପୃକ୍ତି ସନ୍ଦେହ
ପୂର୍ବ ଯୋଜନା ମୁତାବକ ମହିଳାଙ୍କୁ ହତ୍ୟା କରାଯାଇଥିବା ଓ ଏକାଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି। ଏମିତିକି ଅପରାଧୀମାନେ ପ୍ରମାଣ ଲୁଚାଇବା ସହ ପୋଲିସର ତଦନ୍ତକୁ ବାଟବଣା କରିବାକୁ ପୂରା ଯୋଜନା କରିଛନ୍ତି। ହାତରେ ଗ୍ଲୋଭ୍‌ସ ପିନ୍ଧି ହତ୍ୟା କରିଛନ୍ତି। ପାରିପାର୍ଶ୍ୱିକ ସ୍ଥିତିରୁ ମହିଳାଙ୍କୁ ଅନ୍ୟ ସ୍ଥାନରେ ହତ୍ୟା କରାଯାଇ କାରରେ ଆଣି ଏଠାରେ ଫିଙ୍ଗି ଦେଇଥିବା ଜଣାପଡୁଛି। ହତ୍ୟାକାରୀମାନେ ମୃତଦେହ ପାଖ ବୁଦାରେ ନୂଆ ଛୁରି ଓ ରକ୍ତ ଲଗା ଗ୍ଲୋଭ୍‌ସ ପକାଇ ଦେଇଛନ୍ତି। ଉକ୍ତ ଛୁରିରେ ହତ୍ୟାକଲା ଭଳି ରକ୍ତ ଲାଗି ନ ଥିବାରୁ ହତ୍ୟାରେ ଅନ୍ୟ ଏକ ଛୁରି କିମ୍ବା ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଥିବା ଓ ମିଳିଥିବା ଛୁରିକୁ ଅନ୍ୟ କେହି ଧରିଥିବାରୁ ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି। ବେକର ସ୍ଥିତିକୁ ଦେଖିଲେ ଫାର୍ସା କିମ୍ବା ଚାପଡ ଭଳି ଅସ୍ତ୍ରରେ କଟାଯାଇଥିବା ବାରିହୋଇପଡୁଛି। ତେଣୁ ଏସବୁ ଦିଗ ଉପରେ ପୋଲିସର ତଦନ୍ତ ଆଗକୁ ବଢ଼ିଛି।
ଜଗତ୍‌ସିଂହପୁରରୁ ଆସିଲା ସନ୍ଧାନୀ କୁକୁର
ଭୁବନେଶ୍ୱର ପୋଲିସ ପାଖରେ ତାଲିମପ୍ରାପ୍ତ ସନ୍ଧାନୀ କୁକୁର ନ ଥିବାରୁ ତଦନ୍ତ ଅଟକି ରହିଥିଲା। ପରେ ଜୋନ୍‌-୬ ଏସିପି ପ୍ରକାଶ ଚନ୍ଦ୍ର ପାଲ ଜଗତ୍‌ସିଂପୁରରୁ ସନ୍ଧାନୀ କୁକୁର ମଗାଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ଯାଞ୍ଚ କରିବା ସହ ପୋଲିସର ପ୍ରାଥମିକ ତଦନ୍ତ ସରିଥିଲେ ମଧ୍ୟ ମୃତଦେହ ସେମିତି ୪ ଘଣ୍ଟା ଧରି ପଡ଼ି ରହିଥିଲା। ଜଗତ୍‌ସିଂପୁରରୁ ସନ୍ଧାନୀ କୁକୁର ଆସିବା ପରେ ପୋଲିସ ଆଖପାଖ ଅଞ୍ଚଳରେ ଛାନ୍‌ଭିନ୍‌ କରିଥିଲା। ଅନ୍ୟପକ୍ଷେ କ୍ରାଇମବ୍ରାଞ୍ଚ ପାଖରେ ମଧ୍ୟ ମୃତଦେହ ଶୁଙ୍ଘି ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ସେପରି ସ୍ବତନ୍ତ୍ର ତାଲିମପ୍ରାପ୍ତ କୁକୁର ନ ଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।
ଡିଏନ୍‌ଏ ପରୀକ୍ଷା ପାଇଁ ଗଲା ନମୁନା
ଫରେନ୍‌ସିକ ଟିମ୍‌ ମୃତଦେହ ସହ ଘଟଣା ସ୍ଥଳରୁ କିଛି ନମୁନା ସଂଗ୍ରହ କରିଛି। ମହିଳାଙ୍କ ମୁଣ୍ଡ ନ ଥିବାରୁ ଡିଏନ୍‌ଏ ପରୀକ୍ଷା ପାଇଁ ତାଙ୍କ ଚୁଟି ମିଳିପାରିନାହିଁ। ତେଣୁ ଡିଏନ୍‌ରେ ଟେଷ୍ଟପାଇଁ ରକ୍ତ ଓ ହାଡ ସଂଗ୍ରହ କରାଯାଇଛି। ଏଥିସହିତ ତାଙ୍କୁ ବଳାତ୍କାର କରାଯାଇଛି କି ନାହିଁ ଜାଣିବା ଲାଗି ଗୁପ୍ତାଙ୍ଗ ଓ ପୋଷାକରୁ କିଛି ନମୁନା ମଧ୍ୟ ନିଆଯାଇଛି।
ବାୟୋଟେକ୍‌ ପାକର୍ର୍ ପରିସରକୁ ପଶିଲା ସନ୍ଧାନୀ କୁକୁର
ମୃତଦେହ ନିକଟରୁ ମିଳିଥିବା ରକ୍ତଭିଜା ଗ୍ଲୋଭସ୍‌ ଓ ଛୁରିକୁ ଶୁଙ୍ଘିବାପରେ ସନ୍ଧାନୀ କୁକୁର ସେଠାରୁ ସିଧା ୫୦୦ ମିଟର ଦୂରରେ ଥିବା ଓଡିଶା ବାୟୋଟେକ୍‌ ପାର୍କ ଆଡକୁ ମୁହାଁଇଥିଲା। ଏହା ପାର୍ଶ୍ୱକୁ ଲାଗି ଜଙ୍ଗଲିଆ ସ୍ଥାନ ରହିଛି। ଉକ୍ତ ପାର୍ଶ୍ୱରେ ଦୀର୍ଘଦିନ ହେବ ପାଚେରି ଭାଙ୍ଗି ଯାଇଥିବାବେଳେ ସନ୍ଧାନୀ କୁକୁର ଶୁଙ୍ଘି ଶୁଙ୍ଘି ସେହି ବାଟଦେଇ ଭିତରକୁ ପଶିଥିଲା। ପାଣି ଟାଙ୍କି ଥିବା ଓ ସିକ୍ୟୁରିଟି ଗାର୍ଡ ରହୁଥିବା ଏକ ଘରପାଖରେ ଘୁରିବୁଲିଥିଲା। ତେବେ ହତ୍ୟାକାରୀ ଏହି ସ୍ଥାନକୁ ଆସି ପାଖରେ ଥିବା ପାଣି ଟାଙ୍କିର ଟ୍ୟାପ୍‌ ଖୋଲି ଧୋଇହୋଇଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷେ ବାୟୋଟେକ୍‌ ପାର୍କର ଚାରିଆଡେ ସିସିଟିଭି କ୍ୟାମେରା ଲଗାଯାଇଥିଲେ ମଧ୍ୟ ଉକ୍ତ ପାର୍ଶ୍ୱରେ ନ ଥିଲା। ତେଣୁ ହତ୍ୟାକରୀମାନେ ପୂର୍ବରୁ ଏହି ସ୍ଥାନ ସହ ପରିଚିତ ଥିବା କିମ୍ବା ମୃତଦେହ ଫିଙ୍ଗିବା ପାଇଁ ଉକ୍ତ ସ୍ଥାନକୁ ବାଛି ପ୍ରମାଣ ନଷ୍ଟ ପାଇଁ ସବୁ ଯୋଜନା କରିଥିବା ପୋଲିସର ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି।

ଟାଟୁ, ଫିଙ୍ଗର ଫ୍ରିଣ୍ଟରୁ ପରିଚୟ ଖୋଜୁଛି ପୋଲିସ

ତଦନ୍ତରେ ଅଗ୍ରଗତି ପାଇଁ ମହିଳାଙ୍କ ପରିଚୟ ପୋଲିସ ପାଇଁ ବଡ଼ ମାଧ୍ୟମ। ତେଣୁ ପୋଲିସ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା କରୁଥିବାବେଳେ ଏଯାଏ ଆଖପାଖ ଥାନାରେ କୌଣସି ମହିଳାଙ୍କ ନିଖୋଜ ଅଭିଯୋଗ ହୋଇନାହିଁ। ଏପରିସ୍ଥଳେ ମୃତା ମହିଳାଙ୍କ ଡାହାଣ ହାତ କହୁଣିରେ ଥିବା ଏକ ଟାଟୁ ଓ ଫିଙ୍ଗର ପ୍ରିଣ୍ଟକୁ ନେଇ ପରିଚୟ ଖୋଜୁଛି ପୋଲିସ। ମୃତ ମହିଳାଙ୍କ ଫିଙ୍ଗର ପ୍ରିଣ୍ଟ୍‌ରୁ ଆଧାର କାର୍ଡ ମିଳିଗଲେ ପୋଲିସ ତାଙ୍କ ଠିକଣା ଖୋଜି ପରିବାର ଲୋକଙ୍କ ନିକଟରେ ପହଞ୍ଚତ୍ପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri