ମହିଳାଙ୍କୁ ଘରୁ ଡାକି ପୋଲିସ ମାଡ଼ ମାରିଥିବା ଅଭିଯୋଗ

ଚିତ୍ରକୋଣ୍ଡା,୯।୬(ଡି.ଏନ୍‌.ଏ.): ଗଞ୍ଜେଇ ଚାଲାଣ ସୂଚନା ପାଇ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ପୋଲିସ ସୋମବାର ରାତିରେ ନୂଆଗୁଡ଼ା ପଞ୍ଚାୟତର ଆର୍‌ଏସସି ୧୩, ଆର୍‌ଏସି ୧୦, ଆର୍‌ଏସି ୧୧ ଗ୍ରାମରେ ଯାନବାହନ ଯାଞ୍ଚ ସମୟରେ ୧୫୯୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଆର୍‌ଏସି ୧୩ ଗ୍ରାମର ଦଶରଥ ଖିଲ(୨୭) ଏବଂ କେଶବ ଖଡା(୨୩)।
ସୂଚନା ଅନୁଯାୟୀ, ଆର୍‌ଏସି ୧୩ ଗ୍ରାମ ନିକଟରେ ଦୁଇଟି ଗାଡ଼ି ନମ୍ବର ଏପି ୦୫ ଇଡବ୍ଲ୍ୟୁ ୨୩୫୯ ଏବଂ ଓଡି ୧୦ ଡି ୭୦୪୩ ଏବଂ କେତେଜଣ ଲୋକ ଠିଆ ହୋଇଥିବା ପୋଲିସ ଦେଖିଥିଲା। ପୋଲିସ ସେଠାକୁ ଯାଇ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା। ୬୪ ବ୍ୟାଗ୍‌ ଗଞ୍ଜେଇ ରଖିଥିବାବେଳେ ପୋଲିସକୁ ଦେଖି କିଛି ଲୋକ ଜଙ୍ଗଲ ଦିଗକୁ ଦୌଡ଼ିଥିଲେ। ସେମାନଙ୍କ ମଧ୍ୟରୁ ପୋଲିସ ୨ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ଏହି ସମୟରେ ଆର୍‌ଏସି ୧୩ ଗ୍ରାମବାସୀ ସେଠାରେ ଉପସ୍ଥିତ ଥିଲେ। ଗାଁ ଲୋକେ ପୋଲିସକୁ ଘେରିଯାଇ ଗଞ୍ଜେଇ ଜବତ ନ କରି ଛାଡ଼ିଦେବାକୁ କହିଥିଲେ। ପୋଲିସ ସେମାନଙ୍କ କଥାକୁ ଖାତିର ନ କରି ଗଞ୍ଜେଇ ଜବତ କରିଥିବା ବୁଧବାର ଏସ୍‌ଡିପିଓ ଅଂଶୁମାନ ଦ୍ୱିବେଦୀ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଉକ୍ତ ଗଞ୍ଜେଇ ଜବତ ଘଟଣାରେ ମଙ୍ଗଳବାର ଆର୍‌ଏସସି ୧୩ ଗ୍ରାମର କେତେଜଣ ମହିଳା ପୋଲିସ ବିରୋଧରେ ଅଭିଯୋଗ କରିଛନ୍ତି। ବିନା କାରଣରେ ଚିତ୍ରକୋଣ୍ଡା ପୋଲିସ ଗାଁରେ ପଶି ଘରୁ ଡାକି ମହିଳାମାନଙ୍କୁ ମାଡ଼ ମାରିଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥିରେ କେତେଜଣ ମହିଳା ଗୁରୁତର ଏବଂ ଆହତ ହୋଇ ଡାକ୍ତରଖାନା ଯିବାକୁ ପଡ଼ିଥିବା ସେମାନେ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ମହିଳାମାନଙ୍କ କହିବା ହେଲା ଚିତ୍ରକୋଣ୍ଡା ଥାନାର ୫୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ୫ଟି ଗାଡ଼ିରେ ଆସି ରାତି ପ୍ରାୟ ଗୋଟାଏ ବେଳେ ଗାଁରେ ପଶିଥିଲେ।
କୌଣସି କାରଣ ନ ଦର୍ଶାଇ ଘରୁ ଡାକି ମାରପିଟ କରିଥିଲେ। ଅଭିଯୋଗ ନେଇ ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଭିତ୍ତିହୀନ ବୋଲି କହିଛନ୍ତି। ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଗିରଫ କରାଯାଇଥିବାରୁ ଗ୍ରାମବାସୀ ପୋଲିସକୁ ବଦନାମ କରିବାକୁ ଏଭଳି ଅଭିଯୋଗ କରିଥିବା କହିଛନ୍ତି। ଅନ୍ୟପକ୍ଷରେ ମାଲକାନଗିରି ଏସ୍‌ପି ନିତିଶ ଓ୍ବାଧଓ୍ବାନୀ ମଧ୍ୟ ଏହା ଏକ ମିଥ୍ୟା ଆରୋପ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ମନମୋହୁଛି ମାଲ୍ୟବନ୍ତ ମହୋତ୍ସବ: ଆଜି ଆସିବେ ଓଡ଼ିଆ ସୁପରଷ୍ଟାର ବାବୁଶାନ

କାଲିମେଳା, ୪।୧୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲାର ସବୁଠାରୁ ବଡ଼ ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଏବେ ପୂରା ଜିଲା ସମେତ ବ୍ଲକ ସ୍ତରରେ ମହାଆଡମ୍ବର...

ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା: ଆତ୍ମସମର୍ପଣ କଲେ ୩୭ ମାଓବାଦୀ

ମାଲକାନଗିରି,୨୨ା୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନାରେ ୩୭ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୋଲିସ ପାଇଁ ଏହା ବଡ ସଫଳତା ହୋଇଥିବା ମାଓବାଦୀ ସଂଗଠନକୁ ଶକ୍ତ...

ଜଳପ୍ରପାତରେ ନିଖୋଜ: ୩ ଦିନ ପରେ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ

ଗୋବିନ୍ଦପାଲି,୨୧।୧୧(କାର୍ତ୍ତିକ ରଥ): ମାଲକାନଗିରି ଜିଲା ଗୋବିନ୍ଦପାଲି ନିକଟ ଗୁମ୍ମାଝରଣ ଜଳପ୍ରପାତରେ ବୁଡି ୨ ଛାତ୍ର ନିଖୋଜ ଘଟଣାରେ ବୁଧବାର ଜଣେ ଛାତ୍ରଙ୍କ ମୃତଦେହ ମିଳିଥିବା ବେଳେ...

ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ଆସିଲା ହାର୍ଟଆଟାକ୍‌: ନିଜେ ଚାଲିଗଲେ, ହେଲେ…

ପଟାଙ୍ଗି,୨୦।୧୧(ଶରତ କୁମାର ଧଳ): ମଲାକାନଗିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହାର୍ଟଆଟାକ୍‌ ଆସିଥିଲା। ସେ ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ...

ଆମକୁ ୧୮ ହଜାର ଦରମା ଦିଅ

ମାଲକାନଗିରି, ୧୬।୧୧(ଦୁର୍ଯୋ୍ୟଧନ ପାତ୍ର): ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ପିଅନ ମହାସଂଘ, ମାଲକାନଗିରି ଜିଲା ଶାଖାର...

ପ୍ରେମିକାଙ୍କୁ iphone ଦେବା ପାଇଁ କରୁଥିଲେ ଏମିତି କାମ, ପୋଲିସ ହାବୁଡ଼ରେ ପଡ଼ିଗଲେ…

ଏମ୍‌ଭି୭୯(ଭିକି ବାରିକ )୧୫।୧୧: ଗାର୍ଲଫ୍ରେଣ୍ଡଙ୍କୁ Birthdayରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଜୋଗାଡ଼ କରିବା ପାଇଁ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକ ମାଲକାନଗିରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri