Posted inଫୁରସତ

ମଣିଷ ନୁହେଁ ଭୂତ ସନ୍ତାନର ମା’ ହେବାକୁ ଚାହୁଁଥିଲେ ଏହି ମହିଳା

ସମାଜରେ ଭୂତ ଅଛନ୍ତି କି ନାହିଁ ସେ ନେଇ ପ୍ରାୟ ସବୁବେଳେ ଦ୍ୱନ୍ଦ୍ୱ ଦେଖାଯାଇଥାଏ। ବିଜ୍ଞାନ ମତରେ ଭୂତ ବୋଲି କିଛି ନାହିଁ। ଏସବୁ ମନର ଏକ ଭ୍ରମ। ମାତ୍ର ଅନେକ ଲୋକ ଅଛନ୍ତି ଯେଉଁମାନେ ଭୂତକୁ ବିଶ୍ୱାସ କରନ୍ତି। ଭୂତ ସହିତ ପ୍ରେମ, ଶୁଣିବା ପାଇଁ ଅଜବ ଲାଗିଥିଲେ ମଧ୍ୟ ଇଂଲଣ୍ଡରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।
ଇଂଲଣ୍ଡର ଆମେଥାଇଷ୍ଟ ରିଲାମ ନାମକ ଜଣେ ମହିଳା କେବଳ ଭୂତ ସହିତ ପ୍ରେମ ସମ୍ପର୍କ ରଖି ନ ଥିଲେ, ତାଙ୍କ ସହ ବିଦେଶକୁ ଛୁଟି କାଟିବାକୁ ମଧ୍ୟ ଯାଇଥିଲେ। ମାତ୍ର ରିଲାମ ବର୍ତ୍ତମାନ ଦୀର୍ଘ ଦିନର ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁଛନ୍ତି। ରିଲାମ ଦାବି କରିଛନ୍ତି ଯେ, ସେ ଏକ ଭୂତ ସହିତ ପ୍ରେମ ସମ୍ପର୍କରେ ଥିଲେ। କିଛି ଦିନ ପୂର୍ବରୁ ସେ ଏହା ମଧ୍ୟ କହିଥିଲେ ଯେ, ସେ ଏକ ଭୂତ ସନ୍ତାନର ମା’ ହେବାକୁ ଚାହୁଁଛନ୍ତି। କିନ୍ତୁ ବର୍ତ୍ତମାନ ରିଲାମ ଭୂତ ସହିତ ରହିଥିବା ସବୁ ସମ୍ପର୍କ ତୁଟାଇ ଦେବାକୁ ଚାହାଁନ୍ତି।

୨୦୧୮ ମସିହାରେ ରିଲାମ ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଦାବି କରିଥିଲେ ଯେ, ସେ ଗତ କିଛି ବର୍ଷ ଧରି ଭୂତଙ୍କ ସହ ସମ୍ପର୍କରେ ଥିଲେ। କିନ୍ତୁ ବର୍ତ୍ତମାନ ସେ କହିଛନ୍ତି ଯେ, ସେ ଆଉ ଭୂତକୁ ବିବାହ କରିବେ ନାହିଁ। କାରଣ ବର୍ତ୍ତମାନ ତାଙ୍କ ମଧ୍ୟରେ ଆଉ କିଛି ସମ୍ପର୍କ ନାହିଁ । ଆହୁରି ମଧ୍ୟ ସେ କହିଛନ୍ତି, ଆମେ ଦୁହେଁ ଛୁଟିରେ ଥାଇଲାଣ୍ଡ ଯାଇଥିଲୁ। ଯେତେବେଳେ ସେ ଛୁଟି ପାଳନ କରିବା ପରେ ଫେରିଗଲେ, ଭୂତର ଆଚରଣ ସମ୍ପୂର୍ଣ୍ଣ ବଦଳିଗଲା। ମୁଁ ଭାବୁଛି ସେ ଅନ୍ୟ କାହାକୁ ଭଲ ପାଉଥିଲେ।

ଭୂତ ସହିତ ପ୍ରେମ ଦାବି କରି ସେ କହିଥିଲେ ଯେ, ସେ ଭଲ ପାଉଥିବା ଭୂତ ଘରକୁ ଆହୁରି ଅନେକ ଆତ୍ମା ଆଣିଥିଲେ। ସେମାନେ ସମସ୍ତେ ଘରେ ଡ୍ରଗ୍ସ ନେଉଥିଲେ ଏବଂ ପାର୍ଟି କରୁଥିଲେ। ସେ ଘରକୁ ଆଣିଥିବା ଆତ୍ମାମାନେ ଅଜବ ଶବ୍ଦ କରୁଥିଲେ। ଏପରି ପରିସ୍ଥିତିରେ ସେ ଏକାକୀ ରହିବାକୁ ସ୍ଥିର କଲେ ଏବଂ ତାଙ୍କ ସହ ସମସ୍ତ ସମ୍ପର୍କ ସମାପ୍ତ ହେଲା ବୋଲି ରିଲାମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri