Posted inଫୁରସତ

ମଣିଷ ନୁହେଁ ଭୂତ ସନ୍ତାନର ମା’ ହେବାକୁ ଚାହୁଁଥିଲେ ଏହି ମହିଳା

ସମାଜରେ ଭୂତ ଅଛନ୍ତି କି ନାହିଁ ସେ ନେଇ ପ୍ରାୟ ସବୁବେଳେ ଦ୍ୱନ୍ଦ୍ୱ ଦେଖାଯାଇଥାଏ। ବିଜ୍ଞାନ ମତରେ ଭୂତ ବୋଲି କିଛି ନାହିଁ। ଏସବୁ ମନର ଏକ ଭ୍ରମ। ମାତ୍ର ଅନେକ ଲୋକ ଅଛନ୍ତି ଯେଉଁମାନେ ଭୂତକୁ ବିଶ୍ୱାସ କରନ୍ତି। ଭୂତ ସହିତ ପ୍ରେମ, ଶୁଣିବା ପାଇଁ ଅଜବ ଲାଗିଥିଲେ ମଧ୍ୟ ଇଂଲଣ୍ଡରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।
ଇଂଲଣ୍ଡର ଆମେଥାଇଷ୍ଟ ରିଲାମ ନାମକ ଜଣେ ମହିଳା କେବଳ ଭୂତ ସହିତ ପ୍ରେମ ସମ୍ପର୍କ ରଖି ନ ଥିଲେ, ତାଙ୍କ ସହ ବିଦେଶକୁ ଛୁଟି କାଟିବାକୁ ମଧ୍ୟ ଯାଇଥିଲେ। ମାତ୍ର ରିଲାମ ବର୍ତ୍ତମାନ ଦୀର୍ଘ ଦିନର ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁଛନ୍ତି। ରିଲାମ ଦାବି କରିଛନ୍ତି ଯେ, ସେ ଏକ ଭୂତ ସହିତ ପ୍ରେମ ସମ୍ପର୍କରେ ଥିଲେ। କିଛି ଦିନ ପୂର୍ବରୁ ସେ ଏହା ମଧ୍ୟ କହିଥିଲେ ଯେ, ସେ ଏକ ଭୂତ ସନ୍ତାନର ମା’ ହେବାକୁ ଚାହୁଁଛନ୍ତି। କିନ୍ତୁ ବର୍ତ୍ତମାନ ରିଲାମ ଭୂତ ସହିତ ରହିଥିବା ସବୁ ସମ୍ପର୍କ ତୁଟାଇ ଦେବାକୁ ଚାହାଁନ୍ତି।

୨୦୧୮ ମସିହାରେ ରିଲାମ ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଦାବି କରିଥିଲେ ଯେ, ସେ ଗତ କିଛି ବର୍ଷ ଧରି ଭୂତଙ୍କ ସହ ସମ୍ପର୍କରେ ଥିଲେ। କିନ୍ତୁ ବର୍ତ୍ତମାନ ସେ କହିଛନ୍ତି ଯେ, ସେ ଆଉ ଭୂତକୁ ବିବାହ କରିବେ ନାହିଁ। କାରଣ ବର୍ତ୍ତମାନ ତାଙ୍କ ମଧ୍ୟରେ ଆଉ କିଛି ସମ୍ପର୍କ ନାହିଁ । ଆହୁରି ମଧ୍ୟ ସେ କହିଛନ୍ତି, ଆମେ ଦୁହେଁ ଛୁଟିରେ ଥାଇଲାଣ୍ଡ ଯାଇଥିଲୁ। ଯେତେବେଳେ ସେ ଛୁଟି ପାଳନ କରିବା ପରେ ଫେରିଗଲେ, ଭୂତର ଆଚରଣ ସମ୍ପୂର୍ଣ୍ଣ ବଦଳିଗଲା। ମୁଁ ଭାବୁଛି ସେ ଅନ୍ୟ କାହାକୁ ଭଲ ପାଉଥିଲେ।

ଭୂତ ସହିତ ପ୍ରେମ ଦାବି କରି ସେ କହିଥିଲେ ଯେ, ସେ ଭଲ ପାଉଥିବା ଭୂତ ଘରକୁ ଆହୁରି ଅନେକ ଆତ୍ମା ଆଣିଥିଲେ। ସେମାନେ ସମସ୍ତେ ଘରେ ଡ୍ରଗ୍ସ ନେଉଥିଲେ ଏବଂ ପାର୍ଟି କରୁଥିଲେ। ସେ ଘରକୁ ଆଣିଥିବା ଆତ୍ମାମାନେ ଅଜବ ଶବ୍ଦ କରୁଥିଲେ। ଏପରି ପରିସ୍ଥିତିରେ ସେ ଏକାକୀ ରହିବାକୁ ସ୍ଥିର କଲେ ଏବଂ ତାଙ୍କ ସହ ସମସ୍ତ ସମ୍ପର୍କ ସମାପ୍ତ ହେଲା ବୋଲି ରିଲାମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖବରକାଗଜରେ ଖାଦ୍ୟ ରଖି ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ…

ଖବରକାଗଜରେ ଖାଦ୍ୟ ଗୁଡ଼ାଇ ଖାଉଛନ୍ତି କି ହୋଇ ଯାଆନ୍ତୁ ସାବଧାନ। ଏହା ଭୟାନକ ରୋଗକୁ ଡାକି ଆଣିପାରେ। ଏଥିସହ ସାଂଘାତିକ ପ୍ରମାଣିତ ହୋଇପାରେ। ଅଧିକାଂଶ ସମୟରେ...

୧୦୦ ବର୍ଷ ବୟସ୍କା ମହିଳା ମନାଇଲେ ୨୫ତମ ଜନ୍ମଦିନ, ଟ୍ବିଷ୍ଟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଓକାଲୋହୋମାରେ ଜଣେ ମହିଳାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲେ ମଧ୍ୟ ବୃଦ୍ଧାଜଣଙ୍କ ତାଙ୍କର ୨୫ତମ ଜନ୍ମଦିନ ପାଳନ କରିଛନ୍ତି। ଆଜ୍ଞା ହଁ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ...

କେବେ ଠୁ ଆରମ୍ଭ ହୋଇଛି କିସ୍‌ ପ୍ରଥା, ପ୍ରଥମେ କିଏ ଦେଇଥିଲେ କାହାକୁ

ନୂଆଦିଲ୍ଲୀ,୧। ୩: ଇତିହାସକୁ ଆଡେଇ ଦେଖିଲେ ବୈଜ୍ଞାନିକମାନେ ପ୍ରାଚୀନ ମଣିଷଣଙ୍କ ସଭ୍ୟତା ଓ ସଂସ୍କୃତି ବିଷୟରେ ଅନେକ ଗବେଷଣା କରିଛନ୍ତି। ସେ ସମୟରେ ଲୋକମାନେ କେମିତି...

ଆଲକହଲ ପିଇଲେ କମିଯାଏ ପେଟର ଚର୍ବି! ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ…

ମଦ ସୌକିନ ଲୋକ ମଦ ପିଇବା ପାଇଁ ବିଭିନ୍ନ ବାହାନା ଆପଣାଇଥା’ନ୍ତି। କ୍ଷତି ଠାରୁ ଅଧିକ ଲୋକଙ୍କୁ ସେମାନେ ଲାଭ ସମ୍ପର୍କରେ ସୂଚନା ଦେଇଥାନ୍ତି। ତେବେ...

ଅନନ୍ତ ଅମ୍ବାନୀଙ୍କ ବାହାଘରରେ ଏତିକି ଅତିଥି: ଅତିଥିମାନଙ୍କ ତାଲିକାରେ ରହିଛି…

ଜାମନଗର,୧।୩: ଭାରତର ଶ୍ରେଷ୍ଠ ଧନୀ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ୨୮ ବର୍ଷୀୟ ଅନନ୍ତଙ୍କର ବିବାହ ତାଙ୍କ ଦୀର୍ଘଦିନର ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟ(୨୯)ଙ୍କ ସହ...

ମାର୍ଚ୍ଚରେ ୧୧ଦିନ ସ୍କୁଲ ଛୁଟି! କରିନିଅନ୍ତୁ ପ୍ଲାନିଂ…

ନୂଆଦିଲ୍ଲୀ,୧।୩: ଛୁଟି କେବଳ ଛୁଟି ନୁହେଁ। ଏହା ଏକ ଇମୋଶନ। ତାହା ଖାଲି ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ନୁହେଁ, ସରକାରୀ-ବେସରକାରୀ ଠାରୁ ଆରମ୍ଭ କରି ଛୁଟି...

ପତଳା ପାଇଁ ଗାଡ଼ି ଚାଳନାରେ ଲାଗିଲା ବ୍ୟାନ୍‌, ଡ୍ରାଇଭିଂ ଲାଇସେନ୍ସ ରଦ୍ଦ

ଆଜିର ସମୟରେ ସମସ୍ତେ ପତଳା ହେବାକୁ ଚାହାନ୍ତି, ଲୋକମାନେ ଏଥିପାଇଁ କେତେ କ’ଣ ଉପାୟ କରନ୍ତି। ପତଳା ହେବା ଏବଂ ଫିଟ୍‌ ରହିବା ମଧ୍ୟରେ ପାର୍ଥକ୍ୟ...

ସ୍ତ୍ରୀ ପିନ୍ଧୁ ନ ଥିଲେ ସ୍ବାମୀଙ୍କ ପସନ୍ଦର ଶାଢୀ, ହୋଇଗଲା ଛାଡପତ୍ର!

ଆଗ୍ରା,୧।୩: ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମନଲାଖି ଶାଢୀ ନ ପିନ୍ଧିବାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଫାଟ ଦେଖାଯାଇଛି। କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri