ରାସ୍ତାକଡ଼ରେ ପ୍ରସବ କଲେ ମହିଳା

ପାରଳାଖେମୁଣ୍ଡି,୧୪ା୧୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପାରଳାଖେମୁଣ୍ଡି ରାଜନହର ମୁଖ୍ୟ ରାସ୍ତା କଡ଼ରେ ଜଣେ ଅସହାୟ ମହିଳା ପ୍ରସବ କରିଛନ୍ତି। ମହିଳା ଜଣକ ଭିକ୍ଷା ମାଗି ଚଳୁଥିଲେ। ପୂର୍ବାହ୍ନରେ ସେ ରାସ୍ତାକଡ଼ରେ ଭିକ୍ଷା ମାଗୁଥିବା ବେଳେ ହଠାତ୍‌ ପ୍ରସବ ଯନ୍ତ୍ରଣା ହୋଇଥିଲା। ଏ ନେଇ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ ମଧ୍ୟ ତାହା ପହଞ୍ଚତ୍ ନ ଥିଲା। ଫଳରେ ରାସ୍ତାକଡ଼ରେ ମହିଳା ଜଣକ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ସ୍ଥାନୀୟ ଲୋକେ ଏକ ଅଟୋରେ ମା’ ଓ ଶିଶୁକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ବର୍ତ୍ତମାନ ମା’ ଓ ଶିଶୁପୁତ୍ର ସୁସ୍ଥ ଥିବା ଜଣାପଡ଼ିଛି।