ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ମେଡିକାଲ ଯିବା ପୂର୍ବରୁ କନ୍ୟା ସନ୍ତାନ ପ୍ରସବ କଲେ ମହିଳା

ରାୟଗଡ଼ା,୫ା୨(ଆଶିଷ ରଞ୍ଜନ ପଣ୍ଡା): ଗାଁକୁ ରାସ୍ତା ନାହିଁ। ଫଳରେ ୧ କିମି ଷ୍ଟ୍ରେଚରରେ ବୁହା ହୋଇଯିବା ପରେ ୨୨ କିମି ଆମ୍ବୁଲାନ୍ସରେ ମେଡିକାଲ ଗଲେ ଗର୍ଭବତୀ। ହେଲେ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଗର୍ଭବତୀ ପ୍ରସବ କଲେ। ତେବେ ସ୍ଥିତି ଗମ୍ଭୀର ହେବାରୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଏପରି ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତ କଣ୍ଟାବାଞ୍ଜି ଗାଁରେ। ବୁଧବାର ଗର୍ଭବତୀ କଳାମଣି ମାଝୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ ପରିବାରବର୍ଗ। କାଶୀପୁରଠାରୁ ୧୦୮ ଆମ୍ବୁଲାନ୍ସ ଗର୍ଭବତୀଙ୍କ ଗାଁକୁ ଯାଇଥିଲା। କିନ୍ତୁ କଣ୍ଟାବାଞ୍ଜି ଗାଁର ୧ କିମି ପୂର୍ବରୁ ଅଟକି ଗଲା ଆମ୍ବୁଲାନ୍ସ। କାରଣ ଗାଁକୁ ଯିବାକୁ ହେଲେ ରାସ୍ତାରେ ରହିଥିବା ଏକ ନଦୀ ପାରି ହେବାକୁ ପଡ଼େ। ଫଳରେ ଆମ୍ବୁଲାନ୍ସ ଗାଁରେ ପହଞ୍ଚିବାକୁ ବିଳମ୍ବ ହୋଇଥିଲା। ଏଣୁ ଗର୍ଭବତୀଙ୍କ ଅବସ୍ଥା ବିଗିଡ଼ିଥିଲା ଓ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଚାଲିଚାଲି ଗାଁକୁ ଆମ୍ବୁଲାନ୍ସ କର୍ମଚାରୀ ଗାଁରେ ପହଞ୍ଚି ଷ୍ଟେଚର ମାଧ୍ୟମରେ ନଈ ଭିତରେ ପଶି ଖାଲଖମା ରାସ୍ତାରେ ଖଙ୍ଗାରମୁଣ୍ଡା ଛକରେ ରଖିଥିବା ଆମ୍ବୁଲାନ୍ସ ନିକଟରେ ପହଞ୍ଚି ସେଠାରୁ ୨୨ କିମି ଆମ୍ବୁଲାନ୍ସରେ ଆଣି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ବି ଗର୍ଭବତୀଙ୍କ ଅସ୍ଥା ଗମ୍ଭୀର ଅଛି। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଚାଷୀଙ୍କ ଦୁଃଖ: ଅମଳ ବେଳେ କଲରା କିଆରୀ ଉଜାଡ଼ିଲେ ଦୁର୍ବୃତ୍ତ, ଜମୁର୍ଡା ଗ୍ରାମରେ ଉତ୍ତେଜନା!

ବରଗଡ଼, ୧୪/୦୩ (ପ୍ରେମାନନ୍ଦ ଖମାରୀ): ଜଣେ ଚାଷୀ ରକ୍ତକୁ ପାଣି କରି ଫସଲ ଉଜେଇଥିବା ବେଳେ, ଅମଳ ସମୟରେ ଦୁର୍ବୃତ୍ତଙ୍କ କଳା ପାହାର ଚାଷୀର ମେରୁଦଣ୍ଡ ଭାଙ୍ଗି…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri