Posted inଜାତୀୟ

ଏକସଙ୍ଗେ ୫ ଶିଶୁକନ୍ୟା ଜନ୍ମଦେଲେ ମହିଳା

ରାଞ୍ଚତ୍, ୨୪ା୫: ଏକ ବିରଳ ଘଟଣା କ୍ରମରେ ଝାଡ଼ଖଣ୍ଡର ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଆର୍‌ଆଇଏମ୍‌ଏସ୍‌)ରେ ସୋମବାର ଜଣେ ମହିଳା ଏକସଙ୍ଗେ ୫ କନ୍ୟାସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଅଙ୍କିତା ନାମ୍ନୀ ଏହି ମହିଳାଙ୍କ ଘର ଚତ୍ରା ଜିଲା ଇଟ୍‌ଖୋରି ଅଞ୍ଚଳରେ। ସେ ୭ ମାସ ହେଲା ଗର୍ଭବତୀ ଥିଲେ। ସମୟ ପୂର୍ବରୁ ପ୍ରସବ ହୋଇଥିବାରୁ ପିଲାମାନଙ୍କ ଓଜନ ସ୍ବାଭାବିକଠାରୁ କମ୍‌ ରହିଛି। ପିଲାମାନଙ୍କୁ ନିଓନାଟାଲ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଏନ୍‌ଆଇସିୟୁ)ରେ ରଖାଯାଇଛି। ଆର୍‌ଆଇଏମ୍‌ଏସ୍‌ ପକ୍ଷରୁ ନବଜାତକମାନଙ୍କ ଫଟୋ ସହ ଟୁଇଟ୍‌ କରାଯାଇଛି। ଡାକ୍ତର ଶଶୀବାଳା ସିଂଙ୍କ ତତ୍ତ୍ୱାବଧାନରେ ସଫଳତାର ସହ ସନ୍ତାନ ପ୍ରସବ କରାଯାଇଥିଲା ବୋଲି ଏଥିରେ କୁହାଯାଇଛି।
ଅଙ୍କିତାଙ୍କ ଗର୍ଭରେ ୫ ଶିଶୁ ରହିଥିବା ଅଲ୍‌ଟ୍ରାସାଉଣ୍ଡରୁ ଜଣାପଡ଼ିଥିଲା। ସେମାନଙ୍କୁ ଜନ୍ମ ଦେବା ବିପଦପୂର୍ଣ୍ଣ ଓ ଆମ ପାଇଁ ଚ୍ୟାଲେଞ୍ଜ ଥିଲା ବୋଲି ଡାକ୍ତର ଶଶୀବାଳା କହିଛନ୍ତି। ତେବେ ସଫଳତାର ସହ ପିଲାମାନଙ୍କୁ ପ୍ରସବ କରାଯାଇଥିବାବେଳେ ମାଆ ଓ ଶିଶୁମାନେ ସୁସ୍ଥ ରହିଛନ୍ତି। ତେବେ ପିଲାମାନେ କମ୍‌ ଓଜନର ଥିବାରୁ ସେମାନଙ୍କୁ ଏନ୍‌ଆଇସିୟୁରେ ରଖାଯାଇଥିବା ଡ. ଶଶୀବାଳା କହିଛନ୍ତି। ଘରକୁ ଗୋଟିଏ ନୁହେଁ, ଏକସଙ୍ଗେ ୫ ଲକ୍ଷ୍ମୀ ଆସିଥିବାରୁ ସେ ବହୁତ ଖୁସି ବୋଲି ଅଙ୍କିତା କହିଛନ୍ତି। ବିବାହର ୭ ବର୍ଷ ପରେ ସେ ଗର୍ଭବତୀ ହୋଇଥିଲେ। ତାଙ୍କ ସ୍ବାମୀ ଜଣେ ଫଳ ବ୍ୟବସାୟୀ। ଆର୍ଥତ୍କ ଦୁର୍ବଳ ଶ୍ରେଣୀର ହୋଇଥିବାରୁ ଝିଅମାନଙ୍କ ଲାଳନପାଳନ ଓ ଉପଯୁକ୍ତ ଶିକ୍ଷା ପାଇଁ ଅଙ୍କିତା ଲୋକମାନଙ୍କ ସହାୟତା ଚାହିଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri