ଇଚ୍ଛାମୃତ୍ୟୁ ଆବେଦନ କଲେ ମହିଳା

ଯାଜପୁର ଟାଉନ, ୧୭ା୧(ଡି.ଏନ.ଏ.):ଯାଜପୁର ସହର କୁସୁମା ରୋଡ୍‌ ଶୀତଳେଶ୍ୱର ଗ୍ରାମର କୋରେଶା ବିବି ନାମକ ଜଣେ ସଂଖ୍ୟାଲଘୁ ମହିଳା ସୋମବାର ଯାଜପୁର ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। କୋରେଶା ଜିଲା ପ୍ରଶାସନ ଓ ପୌରପ୍ରଶାସନ ଜୁଲମ୍‌ ସହି ନ ପାରି ଏହି ପଦକ୍ଷେପ ନେଇଥିବା କହିଛନ୍ତି। କୋରେଶା ଓ ତାଙ୍କ ଏକମାତ୍ର ଝିଅକୁ ଇଚ୍ଛାମୃତ୍ୟୁ ପ୍ରଦାନ କରିବା ପାଇଁ ଉପଜିଲାପାଳଙ୍କୁ ସେ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଯାଜପୁର ସହରର କୁସୁମା ସମ୍ମୁଖରେ ବହୁତଳବିଶିଷ୍ଟ ପ୍ରଶାସନିକ ଭବନ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ କରାଯାଉଛି। କୋରେଶାଙ୍କ ସେଠାରେ ଏକ ଘର ରହିଛି। ସେହି ଘରେ ସେ ଏକ ବ୍ୟବସାୟ ପ୍ରତିଷ୍ଠାନ ଖୋଲି ନିଜର ପରିବାର ପ୍ରତିପୋଷଣ କରିଆସୁଛନ୍ତି। ମାତ୍ର ରାସ୍ତା ସମ୍ପ୍ରସାରଣ ପାଇଁ ଜିଲା ପ୍ରଶାସନ ତାଙ୍କର ପ୍ଲଟ୍‌ ନଂ.୪୦୬/୧୪୪୭ ଏବଂ ଖାତା ନଂ.୫୦୩/୩୦୫ରେ ଥିବା ଜାଗା ଓ ଘରକୁ ଜମି ଅଧିଗ୍ରହଣ ନିୟମ ଅନୁଯାୟୀ ନ ନେଇ ସିଧାସଳଖ କ୍ରୟ କରିବା ପାଇଁ ଚାହୁଁଛି। ଏଥିରେ ତାଙ୍କୁ ଉଚିତ ପ୍ରାପ୍ୟ ମିଳିନାହିଁ ବୋଲି କୋରେଶା ଅଭିଯୋଗ କରିଛନ୍ତି। ତାଙ୍କ ଘରକୁ ଜମି ଅଧିଗ୍ରହଣ ନିୟମ ଅନୁଯାୟୀ ନେବା ପାଇଁ ପ୍ରଶାସନକୁ ବହୁବାର ଅନୁରୋଧ କଲାପରେ ମଧ୍ୟ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନାହିଁ। ଯାହା ଫଳରେ ତାଙ୍କର ବହୁ କ୍ଷତି ହେବାର ସମ୍ଭାବନା ଅଛି ବୋଲି ସେ ପ୍ରକାଶ କରିଛନ୍ତି। ଫଳରେ ପ୍ରଶାସନର ଜୁଲମରୁ ଅତିଷ୍ଠ ହୋଇ ରାଷ୍ଟ୍ରପତି ତାଙ୍କୁ ଏବଂ ତାଙ୍କ ଝିଅକୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ଜିଲାପାଳଙ୍କ ମାଧ୍ୟମରେ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ଡାକକୋଟା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ପିଏମ୍ ଶ୍ରୀ ଉତ୍ସବ’ ପାଳିତ

ଥୁଆମୂଳ ରାମପୁର,୨୨।୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ଡାକକୋଟା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ‘ପିଏମ୍ ଶ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri