ବ୍ୟାପକ ହୋଇଛି ବନ୍ୟପ୍ରାଣୀ ସଂରକ୍ଷଣ ଆଇନ

ଭୁବନେଶ୍ୱର,୪।୯(ଅସମାପିକା ସାହୁ): ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ। ଲୋକଙ୍କୁ ବନ୍ୟପ୍ରାଣୀଙ୍କ ପ୍ରତି ଉନ୍ନତମାନର ସଚେତନତା ପ୍ରତି ପ୍ରେରିତ କରିବା ଆଭିମୁଖ୍ୟ ନେଇ ଏହି ଦିବସ ପାଳନ କରାଯାଉଛି। ବନ୍ୟପ୍ରାଣୀ ଶିକାର ଯୋଗୁ ଏବେ ଏମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଏମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନାହିଁ। ଶିକାର ଦିନକୁ ଦିନ ବଢ଼ୁଥିବାରୁ ବହୁ ପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗୁଛି। ସେହିପରି ବହୁ ପ୍ରାଣୀଙ୍କୁ ମାରିବା ତ ଦୂର କଥା ପୋଷା କରି ରଖିଲେ ବି ଦଣ୍ଡବିଧାନ ରହିଛି। କିନ୍ତୁ ଉପଯୁକ୍ତ ସଚେତନତା ଅଭାବରୁ ଲୋକେ ଏହାକୁ ଜାଣୁନାହାନ୍ତି। ସେହିପରି ବହୁ ପ୍ରାଣୀ ଭାରତୀୟ ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ ୧୯୭୨ ଅନ୍ତର୍ଭୁକ୍ତ ରହିଛନ୍ତି, ଯାହାକୁ ଶିକାର କରିବା, ମାଂସ ଖାଇବା ଓ ପୋଷା କରି ରଖିବା ଅପରାଧ ଏବଂ ଏଥିପାଇଁ ଜେଲ ଯିବାର ବି ବ୍ୟବସ୍ଥା ରହିଛି। ତେବେ ଲୋକଙ୍କୁ ଏ ନେଇ ସଚେତନ କରାଗଲେ ବହୁ ମାତ୍ରାରେ ଫଳପ୍ରଦ ହେବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ମତପ୍ରକାଶ କରୁଛନ୍ତି।
ଭାରତୀୟ ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ ୧୯୭୨ରେ ଯେଉଁ ବନ୍ୟପ୍ରାଣୀ ସାମିଲ ନ ଥିଲେ ତାହା ୨୦୨୩ ଏପ୍ରିଲ ୧ ସଂଶୋଧିତ ଆଇନରେ ସ୍ଥାନିତ କରାଯାଇଛି ଏବଂ ଆଉ କିଛି ବନ୍ୟପ୍ରାଣୀଙ୍କ ସିଡ୍ୟୁଲ ବଢ଼ାଯାଇଛି; ଯାହା କି କେବଳ ସାଧାରଣ ଲୋକେ ନୁହେଁ କ୍ଷେତ୍ରୀୟ ବନ କର୍ମଚାରୀମାନେ ମଧ୍ୟ ଜାଣିବା ଉଚିତ। ସଂଶୋଧିତ ଆଇନରେ ବିଲୁଆକୁ ସିଡୁଲ-୧ରେ ଅନ୍ତର୍ଭୁକ୍ତ କରାଯାଇଛି। ଏମାନଙ୍କ ସଂଖ୍ୟା କମିଯାଉଥିବାରୁ ଏମାନଙ୍କୁ ସିଡୁଲ-୧ରେ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ଘରଚଟିଆ, ବାଦୁଡ଼ି ପୂର୍ବରୁ ଏଥିରେ ସାମିଲ ହୋଇ ନ ଥିବା ବେଳେ ଏବେ ଏମାନଙ୍କୁ ସିଡ୍ୟୁଲ-୨ ଅନ୍ତର୍ଭୁକ୍ତ କରାଯାଇଛି। ହରିଣ, ବାର୍‌ହା, କୁଟୁରା ଭଳି ଏଥର ବାଦୁଡ଼ି ମାଂସ ଖାଇବା ବା ବାଦୁଡ଼ିକୁ ପୋଷିବା ବେଆଇନ୍‌ ହୋଇଗଲା। ଶାଳିଆପତନୀ, ନେଉଳ, ବହୁରୂପୀ ଏଣ୍ଡୁଅ, ନାଗ, ତମ୍ପ, ଚନ୍ଦନବୋଡ଼ା, ଧଣ୍ଡ, ଢମଣା ସାପ, ଜଙ୍ଗଲ କ୍ୟାଟ୍‌ ବା କଟାସ ବା ବଣଭୁଆ, ଝିଙ୍କ ଆଦି ପୂର୍ବରୁ ସିଡୁଲ-୨ ଅନ୍ତର୍ଭୁକ୍ତ ଥିବା ବେଳେ ଏବେ ତା’ର ଗୁରୁତ୍ୱ ବଢ଼ିଯାଇଛି ଏବଂ ଏମାନଙ୍କୁ ସିଡ୍ୟୁଲ-୧ରେ ରଖାଯାଇଛି। ସେହିଭଳି ଷ୍ଟାର୍‌ କଇଁଛ ପୂର୍ବରୁ ସିଡୁଲ-୪ରେ ଥିବାବେଳେ ଏବେ ତାକୁ ସିଡୁଲ-୧ରେ ସାମିଲ କରାଯାଇଛି। ଏହି କଇଁଛକୁ ବହୁ ଲୋକ ପୋଷା କରି ରଖନ୍ତି। ପେଟ୍‌ସପ୍‌ଗୁଡ଼ିକ ମଧ୍ୟ ବିକ୍ରି କରିଥାନ୍ତି। କିନ୍ତୁ ଏବେ ତାକୁ ଆଉ ବିିକ୍ରି କରିପାରିବେ ନାହିଁ। ଯେଉଁ ପ୍ରାଣୀମାନେ ସିଡ୍ୟୁଲ-୧ରେ ରହିଛନ୍ତି ସେମାନଙ୍କୁ ମାରିବା, ଶିକାର କରିବା ବା ବିକ୍ରି କରିଲେ ୩ ରୁ ୭ବର୍ଷ ପର୍ଯ୍ୟନ୍ତ ଜେଲ ଯିବା ଏବଂ ଲକ୍ଷେ ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି। ସେହିଭଳି ସିଡ୍ୟୁଲ-୨ରେ ଥିବା ବନ୍ୟପ୍ରାଣୀଙ୍କ ଅପରାଧ ହେଲେ ୩ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୨୫ହଜାର ଟଙ୍କା ଜରିମାନା ପାଇଁ ନିୟମ ରହିଛି।
ଏ ସମ୍ପର୍କରେ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଭାରତୀୟ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ତାଲିକାକୁ ବ୍ୟାପକ କରାଯାଇଛି; ଯାହା ଫଳରେ ଶିକାରୀ ବା ଅପରାଧୀମାନଙ୍କ ପାଇଁ ଉଭୟ ଦଣ୍ଡ ଏବଂ ଜରିମାନା ବଢ଼େଇ ଦିଆଯାଇଛି। ଲୋକେ ଘରେ ଗୃହପାଳିତ ପଶୁ ପକ୍ଷୀ ଭାବରେ ପୋଷୁ ଥିବା ଶୁଆ, ନେଉଳ, ଶାରୀ ଆଦି ପାଇଁ ଏଥର ଅଧିକ ସମସ୍ୟାରେ ପଡ଼ିବେ। ତେଣୁ ଆଗରୁ ସଚେତନ ହୋଇ କୌଣସି ବନ୍ୟପ୍ରାଣୀଙ୍କୁ ଘରେ ରଖନ୍ତୁ ନାହିଁ ବୋଲି ଶୁଭେନ୍ଦୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ବନ୍ଧୁ ଉପରେ ଇସ୍ରାଏଲୀ ଆକ୍ରମଣ! ନେତାନ୍ୟାହୁଙ୍କ ଭୁଲ୍‌ ନା ଷଡ଼ଯନ୍ତ୍ର?

ଓ୍ବାଶିଂଟନ୍‌,୨୭।୩: ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଆମେରିକା-ଇସ୍ରାଏଲ ବିବାଦ ଏବେ ସିଧାସଳଖ ପାକିସ୍ତାନକୁ ପ୍ରଭାବିତ କରୁଛି। ତେହେରାନରେ ପାକିସ୍ତାନୀ ଦୂତାବାସ ଏବଂ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ବାସଭବନ…

ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା

ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ…

ଇରାନ ସଂଘର୍ଷ ଭିତରେ ଭାରତ ପାଇଁ ଆଶ୍ବସ୍ତି, ଆସିଲା LPG ବୋଝେଇ ଟ୍ୟାଙ୍କର

ନୂଆଦିଲ୍ଲୀ,୨୭ା୩: ଭାଡିନାର ବନ୍ଦରରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଖବର ମିଳିଛି । ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଆଶ୍ୱସ୍ତିର ସଙ୍କେତ ଦେଖାଦେଇଛି । ଏଲପିଜି ବୋଝେଇ…

ଘରୋଇ ହିଂସାରୁ ମହିଳାଙ୍କୁ କିପରି ସୁରକ୍ଷା ଦେବ ଆଇନ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି (ଟିଏଲଏସସି )ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ଭବନ ପରିସରରେ ଏକ ଆଇନ…

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri