୧୨ ବର୍ଷ ଧରି ବଳାତ୍କାର କରି ଆସୁଥିବା ସ୍ବାମୀଙ୍କୁ ଗୁଳି ମାରିଲେ ସ୍ତ୍ରୀ

ଆଙ୍କରା,୪।୨: ତୁର୍କୀର ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କାରଣ ଗତ ୧୦ ବର୍ଷରୁ ଅଧିକ ହେବ ସେ ମାନସିକ,ଶାରୀରିକ ଏବଂ ବଳାତ୍କାର ପରି ନିର୍ଯାତନାର ଶିକାର ହୋଇଆସୁଛନ୍ତି। ଏପରିକି ସ୍ବାମୀ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ବାରମ୍ବାର ଧମକାଉଥିଲେ। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ସ୍ବାମୀଙ୍କୁ ଗୁଳି କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି।
ତୁର୍କୀର ଆଣ୍ଟାଲ୍ୟା ସହରରେ ରହୁଥିବା ୩୧ ବର୍ଷୀୟା ମେଲେକ ଇପେକଙ୍କ ରମଜାନ ଅବସରରେ ବିବାହ ହୋଇଥିଲା। ରିପୋର୍ଟ ଅନୁଯାୟୀ ମେଲେକ ୧୨ ବର୍ଷ ତଳେ ବିବାହ କରିଥିଲେ। ସ୍ବାମୀ ତାଙ୍କୁ ମାରପିଟ୍‌ କରିବା ସହ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ତାଙ୍କୁ ଘରେ ବାନ୍ଧି ବଳାତ୍କାର କରୁଥିଲେ। ଏ ବିଷୟରେ କାହାକୁ ଜଣାଇଲେ ଜୀବନରେ ମାରି ଦେବାକୁ ଧମକାଉଥିଲେ। ତେଣୁ ପୋଲିସ ନିକଟକୁ ଯିବା ପାଇଁ ସେ ଭୟ କରୁଥିଲେ।
ମେଲକ ଅଭିଯୋଗ କରିଛନ୍ତି, ତାଙ୍କ ସ୍ବାମୀ କହୁଥିଲେ ତୁମକୁ କେହି ରକ୍ଷା କରିପାରିବେ ନାହିଁ। ଯଦି ମୋତେ ପୋଲିସରେ ଦିଅ ତେବେ ଜେଲ୍‌ରୁ ଫେରିବା ପରେ ତୁମକୁ ଏବଂ ପିଲାଙ୍କୁ ମାରିଦେବି।
ମେଲକ ପୋଲିସ ନିକଟରେ କହିଛନ୍ତି, ମୋ ସ୍ବାମୀଙ୍କୁ ମାରିବାକୁ ମୁଁ ଚାହୁଁ ନ ଥିଲି। ମାତ୍ର ମୋ ନିକଟରେ କୌଣସି ଉପାୟ ନ ଥିଲା। ଯଦି ମୁଁ ତାଙ୍କୁ ମାରି ନ ଥାନ୍ତି ସେ ମୋତେ ଏବଂ ଦୁଇ ପିଲାଙ୍କୁ ଜୀବନରେ ମାରି ଦେଇଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

ବସ୍‌ କାଚ ଭାଙ୍ଗି ଜାଳିଦେଲେ …

ରାଉରକେଲା,୨୬।୧୨: ସୁନ୍ଦରଗଡ଼ ଜିଲା ଟାଙ୍ଗାରପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେତେକ ଦୁର୍ୱୃତ୍ତ ଏକ ଯାତ୍ରୀବାହୀ ବସ୍‌ର କାଚ ଭାଙ୍ଗି ଜାଳି...

୭ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା କୃଷକ ସଙ୍ଗଠନ: ପଦ୍ମପୁର ବନ୍ଦ ଡାକରା

ପଦ୍ମପୁର,୨୬।୧୨(ପ୍ରଦୀପ୍ତ ଦାଶ):ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ବାଟବଣା ହୋଇଯାଇଛି। ଡବଲ ଇଞ୍ଜିନ ଲୋକଙ୍କ ସରକାର କହି କହି କେବଳ ବାହାସ୍ଫୋଟ ମାରୁଛନ୍ତି।...

ବାଂଲାଦେଶରେ ପ୍ରତି ୫ ଜଣରେ ଜଣେ ଥିଲେ ହିନ୍ଦୁ, ହେଲେ ପ୍ରତିବର୍ଷ କମୁଛି ହିନ୍ଦୁଙ୍କ ସଂଖ୍ୟା, ଗତ ୩ ବର୍ଷରେ…

ଢାକା,୨୬।୧୨: ବାଂଲାଦେଶ ଆଜି ବିଶ୍ୱର ସବୁଠାରୁ ଘନ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ୱାଲର୍‌ଡମିଟର ଅନୁଯାୟୀ, ଏହାର ମୋଟ ଜନସଂଖ୍ୟା ୧୭୬.୬ ନିୟୁତ ଅତିକ୍ରମ...

Bangladesh elections: ତାରିକ ଫେରିବା ପରେ ହାତ ମିଳାଇଲେ ଦୁଇ ଭାରତ ବିରୋଧୀ ଦଳ, ଜାଣନ୍ତୁ କ’ଣ କହୁଛି ରାଜନୈତିକ ସମିକରଣ

ଢାକା,୨୬।୧୨: ବାଂଲାଦେଶରେ ଫେବୃଆରୀରେ ଜାତୀୟ ର୍ନିବାଚନ ହେବାକୁ ଯାଉଛି, ଯାହା ରାଜନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରୁଛି। ଏହାକୁ ଦୃଷ୍ଟିରେ ରଖି, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର...

ସିକ୍ରେଟ୍ ଫୋନ୍ ପାଇଁ ସ୍ତ୍ରୀକୁ ହତ୍ୟା କରି ଘର ପଛପଟେ ପୋତିଦେଲେ ସ୍ୱାମୀ

ଗୋରଖପୁର,୨୬।୧୨: ସ୍ତ୍ରୀକୁ ସନ୍ଦେହ କରି ହତ୍ୟା କଲେ ସ୍ୱାମୀ। ସିକ୍ରେଟ ଫୋନ ରଖିଥିଲେ ବୋଲି ନେଇଗଲେ ଜୀବନ। ପରେ ମୃତଦେହକୁ ଘର ପଛପଟେ ଏକ ଗାତ...

ଛାତିଥରା…ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳିଦେଲେ ସ୍ବାମୀ, ପରେ ଝିଅକୁ ବି ଠେଲିଦେଲେ

ନୂଆଦିଲ୍ଲୀ,୨୬।୧୨: ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ସନ୍ଦେହ ହେତୁ ଜଣେ ମାନସିକ ବିକୃତ ବ୍ୟକ୍ତି ନାଲ୍ଲାକୁଣ୍ଟା ଅଞ୍ଚଳରେ ତାଙ୍କ...

Bangladesh Violence: ବାଂଲାଦେଶ ଫେରୁ ଫେରୁ ତାରିକ ଅହମଦଙ୍କୁ କାହିଁକି ଫୋନ କଲେ ୟୁନୁସ? ପିତାଙ୍କ କବର ସ୍ଥଳକୁ ଯିବେ ‘ଡାର୍କ ପ୍ରିନ୍ସ’

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ସଭାପତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ୧୭ ବର୍ଷ ପରେ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri