ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ଜୀବନ ଗଲା

ଟିକିରି,୩୦ା୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଶଙ୍କରଅଡ଼ା ପଞ୍ଚାୟତ ଚଣା ପୁକେଲ ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଟିକିରି ଅଞ୍ଚଳର କୃଷ୍ଣ ମାଝି ସ୍ତ୍ରୀ ହାକ ମାଝିଙ୍କୁ ଟାଙ୍ଗିଆରେ ହାଣି ଦେଇଛନ୍ତି।

କୃଷ୍ଣଙ୍କ ପ୍ରଥମ ସ୍ତ୍ରୀ ମରିଯାଇଥିବା ବେଳେ କୃଷ୍ଣ ଦ୍ୱିତୀୟ ବିବାହ କରିଥିଲେ। ଚଣା ପୁକେଲ ଗ୍ରାମର ହାକଙ୍କୁ ବିବାହ କରିଥିଲେ। ବିବାହକୁ କିଛି ବର୍ଷ ବିତି ଯାଇଥିବା ବେଳେ କୌଣସି ସନ୍ତାନ ସନ୍ତତି ହେଉ ନ ଥିଲା। କୃଷ୍ଣ ସବୁ ସମୟରେ ମଦ୍ୟପାନ କରି ଘରେ ଝଗଡ଼ା କରୁଥିଲେ। ଯାହା ଫଳରେ  ସ୍ତ୍ରୀ ହାକ ତାଙ୍କୁ ଛାଡ଼ି ବାପଘରକୁ ଚାଲି ଯାଇଥିଲେ। ଏହା ପରେ କୃଷ୍ଣ ଗ୍ରାମର ଏକ ଛୋଟ ଛୁଆକୁ ନେଇ ପାଳିଲେ। କେବେ କେବେ ସ୍ତ୍ରୀ ପାଖକୁ କୃଷ୍ଣ ଯିବାଆସିବା କରୁଥିଲେ। ହେଲେ କୃଷ୍ଣ ଗତକାଲି ରାତିରେ ପ୍ରଚୁର ମଦ ପିଇ ଶୋଇଯାଇଥିଲେ। ଏହା ପରେ ଆଜି ଭୋର୍‌ରୁ କୃଷ୍ଣ ତାଙ୍କ ଝିଅ ମିନି ମାଝିଙ୍କୁ ଟାଙ୍ଗିଆରେ ମାରୁଥିବା ବେଳେ ହାକ  ଝିଅକୁ କୋଳକୁ ନେଇ ଯାଇଥିଲେ। ଫଳରେ କୃଷ୍ଣ ରାଗିଯାଇ ସ୍ତ୍ରୀଙ୍କୁ ଟାଙ୍ଗିଆରେ ଗୋଟିଏ ଚୋଟ ପଛପଟେ ମାରି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ  ଗ୍ରାମର କିଛି ଲୋକ କୃଷ୍ଣଙ୍କୁ ଧରି ବିଦ୍ୟୁତ୍‌ ପୋଲରେ ବାନ୍ଧି ରଖିଥିଲେ। ସକାଳୁ ସେହି ଗ୍ରାମର କିଛି ଲୋକ ଟିକିରି ଥାନାକୁ ଜଣାଇଥିଲେ। ଏହା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଧରି ଆଣିବା ସହ ମିନିଙ୍କୁ ଟିକିରି ମେଡିକାଲରେ ଚିକିତ୍ସା କରାଯାଉଛି । ଯେଉଁ ସମୟରେ ତାଙ୍କ ମା’ଙ୍କୁ ଟାଙ୍ଗିଆରେ ମାରୁଥିଲେ। ସେହି ସମୟରେ ସେ ଝିଅଙ୍କୁ ଠେଲି ଦେଇଥିଲେ। ଝିଅଟିର ମୁଣ୍ଡ ମାଡ଼ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଚାଲିଛି। ଅଭିଯୁକ୍ତଙ୍କୁ ଟିକିରି ଥାନାରେ ଅଟକ ରଖାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri