ବର୍ଷାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ : ଅନ୍ଧାରରେ ପୂରା ଗାଁ

ଜୁନାଗଡ,୨୭।୭(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଛୋରିଆଗଡ ପଞ୍ଚାୟତ ସାନଫୁର୍ଲା ଗ୍ରାମରେ ସୋମବାର ଅପରାହ୍ନରେ ଜୋରରେ ପବନ ବୋହିବା ସହ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଗଁାରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରର ସିମେଣ୍ଟ ଖମ୍ବ ଭାଙ୍ଗି ପଡିଥିଲା। ଫଳରେ ଖମ୍ବ ଉପରେ ଲଗାଯାଇଥିବା ୬୩ କେଭି ଟ୍ରାନ୍ସଫର୍ମର ତଳେ ପଡିଯାଇଥିଲା। ଏହା ପରଠାରୁ ଗ୍ରାମରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ଏଥିଯୋଗଁୁ ଗ୍ରାମର ପ୍ରାୟ ଶହେ ଉପଭୋକ୍ତା ଏବେ ଅନ୍ଧାକାରରେ ରହିଛନ୍ତି। ଘଟଣା ସମ୍ପର୍କରେ ସ୍ଥାନୀୟ ସମିତି ସଭ୍ୟ ପ୍ରେମଲାଲ ନାଏକ ବିଭାଗୀୟ ଏସ୍‌ଡିଓଙ୍କୁ ଅବଗତ କରାଇଛନ୍ତି। ଅନୁଧ୍ୟାନ କରି ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏସ୍‌ଡିଓ ପ୍ରଦୀପ୍ତ କୁମାର ଦାଶ।


Enter your email to get our daily news in your inbox.

All Right Reserved By Dharitri.Com

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘବ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

ଭଉଣୀ ଜ୍ୱାଇଁ ଘରକୁ ଯାଉଥିଲେ ପ୍ରଧାନଶିକ୍ଷକ, ବାଟରେ ଛକିଥିଲା ଯମ: ଆଉ ତା’ପରେ ଘଟିଲା…

ଭବାନୀପାଟଣା,୫ା୧୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାଲଗାଁ ପଞ୍ଚାୟତର କୁସୁମଦର ଗ୍ରାମ କେନାଲ ରାସ୍ତାରେ ଗୁରୁବାର ଏକ ପିକ୍‌ଅପ ଭ୍ୟାନ...

୨ ବିଦ୍ୟାଳୟରୁ ଲୁଟି ନେଲେ ସୋଲାର ଲାଇଟ୍‌

ପଲମ,୪ା୧୨(ଭିକାରି ଗଉଡ଼): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ଗାଡ଼େବନ୍ଦ ପଞ୍ଚାୟତର ଗୁଣପୁର ପ୍ରାଥମିକ ବିଦ୍ୟାଳୟ ଓ ରାଣିପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ସୋଲାର...

୫ ଦିନରେ ୨ ଚାଷୀଙ୍କ ଧାନ କ୍ରୟ

ଭବାନୀପାଟଣା,୪।୧୨(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲାରେ ଗତ ନଭେମ୍ବର ୨୯ରୁ ଚଳିତ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ ହୋଇଥିଲା। ପ୍ରଥମ କରି ଗୋଲାମୁଣ୍ଡା ବ୍ଲକ...

ନାବାଳିକାଙ୍କୁ ଘରକୁ ଖାଇବାକୁ ଡାକି ବଳାତ୍କାର, ଚିତ୍କାର କରିବାରୁ…

ଲାଞ୍ଜିଗଡ଼,୩ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ବଳ ପୂର୍ବକ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ...

ଖସୁଛି ପାରଦ, ବଢୁଛି ଶୀତ କଳାହାଣ୍ଡିରେ ଘନ କୁହୁଡି

ଭବାନୀପାଟଣା,୩ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ପାରଦ ଖସୁଥିବାବେଳେ ଶୀତର ପ୍ରକୋପ ବଢୁଛି। ସୁଲୁସୁଲିଆ ପବନ ସାଙ୍ଗକୁ ଘନ କୁହୁଡିର ଆସ୍ତରଣ ଘୋଡ଼େଇ ହୋଇଛି। ବଦଳି ଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri