Posted inଖେଳ

ଫଲୋଅନ୍‌ ଦ୍ୱାରରେ ଓ୍ବେଷ୍ଟଇଣ୍ଡିଜ

ଓ୍ବେଲିଂଟନ, ୧୩ା୧୨ (ଏପି)- କାଇଲ ଜେମିସନ୍‌ଙ୍କ ଉଚ୍ଚକୋଟୀର ବୋଲିଂ ଯୋଗୁ ସ୍ଥାନୀୟ ରିଜର୍ଭ ବେସିନ୍‌ଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ଫଲୋଅନ୍‌ର ସମ୍ମୁଖୀନ ହୋଇଛି। ଜେମିସନ ମାତ୍ର ୩୪ରନ ବିନିମୟରେ ୫ଉଇକେଟ ଅକ୍ତିଆର କରିଥିଲେ। ଫଳରେ ଘରୋଇ ଦଳର ପ୍ରଥମ ଇନିଂସ ସ୍କୋର ୪୬୦ ଜବାବରେ ଭ୍ରମଣକାରୀ ଦଳ ଶନିବାର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୮ ଉଇକେଟ ବିନିୟମରେ ୧୨୪ ରନ କରିଛି। ଫଲୋଅନ ଏଡାଇବା ଲାଗି ଓ୍ବେଷ୍ଟଇଣ୍ଡିଜକୁ ଆହୁରି ୧୩୬ ରନ ଆବଶ୍ୟକ ରହିଥିବାବେଳେ ହାତରେ ଆଉ ମାତ୍ର ଦୁଇଟି ଉଇକେଟ ରହିଛି। ଉଇକେଟକିପର ଜୋଶୁଆ ଡା’ ସିଲ୍‌ଭା ୨ ଏବଂ ଚେମର ହୋଲ୍‌ଡର ୫ ରନ କରି ଅପରାଜିତ ରହିଛନ୍ତି।
ଓ୍ବେଷ୍ଟଇଣ୍ଡିଜ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିବା ଜେମିସନ ମାତ୍ର ୫ଟି ଟେଷ୍ଟ ମ୍ୟାଚରେ ଏଥରକୁ ମିଶାଇ ଦୁଇଥର ୫ ଉଇକେଟ ସଫଳତା ହାସଲ କରିଛନ୍ତି। ତାଙ୍କ ସଂକ୍ଷିପ୍ତ ଟେଷ୍ଟ କ୍ୟାରିୟରରେ ସେ ଏପର୍ଯ୍ୟନ୍ତ ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦୁଇଟି ଇିନଂସରେ ୪୦ କିମ୍ବା ତା’ଠାରୁ ଅଧିକ ରନ ସଂଗ୍ରହ କରି ନିଜକୁ ଜଣେ ଅଲରାଉଣ୍ଡର ଭାବେ ପ୍ରତିଷ୍ଠା କରିବା ଦିଗରେ ଅଗ୍ରସର ହେଉଛନ୍ତି। ଜେମିସନ୍‌ ଶନିବାର ତାଙ୍କର ଓପନିଂ ଓଭରରେ କ୍ରମାଗତ ଦୁଇଟି ଡେଲିଭରିରେ ଦୁଇଜଣକୁ ଆଉଟ କରିବା ପରେ ତାଙ୍କ ପରବର୍ତ୍ତୀ ବଲ୍‌ରେ ସେ ଏଲ୍‌ବିଡବ୍ଲ୍ୟୁ ଅପିଲ କରି ବିଫଳ ହୋଇଥିଲେ। ସେ ଅଳ୍ପକେ ହ୍ୟାଟ୍ରିକ୍‌ରୁ ବଞ୍ଚତ୍ତ ହୋଇଥିଲେ। ସେ ବିପକ୍ଷ ଦଳର ଟପ୍‌ ସ୍କୋରର ଜର୍ମେନ ବ୍ଲାକ୍‌ଉଡ୍‌ (୬୯)ଙ୍କ ଉଇକେଟ ବ୍ୟତୀତ ଜନ୍‌ କ୍ୟାମ୍ପବେଲ (୧୪), ସାମରା ବ୍ରୁକ୍ସ (୧୪), ରୋଷ୍ଟନ ଚେଜ୍‌ (୦), ଅଧିନାୟକ ଜାସନ ହୋଲ୍ଡର (୯) ଏବଂ ଅଲଜାରି ଜୋଶେଫ୍‌ (୦)ଙ୍କୁ ଆଉଟ କରିଥିଲେ। ୫ମ ଉଇକେଟରେ ଜର୍ମେନ ବ୍ଲାକଉଡ୍‌ ଏବଂ ସାମରା ବ୍ରୁକ୍ସଙ୍କ ମଧ୍ୟରେ ୬୮ରନର ପାର୍ଟନରଶିପକୁ ସେ ଭାଙ୍ଗି ଦେଇଥିଲେ। ପୂର୍ବରୁ ସକାଳେ ପୂର୍ବଦିନର ଅସମାପ୍ତ ସ୍କୋର ୨୯୪/୬ ରୁ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ଆଉ ୧୬୬ରନ ଯୋଗକରି ଅବଶିଷ୍ଟ ୪ଉଇକେଟ ହରାଇଥିଲା। ୧୧୭ରନ କରି ଅପରାଜିତ ରହିଥିବା ହେନରି ନିକୋଲ୍ସ ୧୭୪ରନ କରି ଆଉଟ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୪୬୦/ଅଲଆଉଟ ( ହେନରି ନିକୋଲ୍ସ-୧୭୪, ଓ୍ବାଗନର-୬୬, ଓ୍ବିଲ ୟଙ୍ଗ୍‌-୪୩, ଡେରିଲ ମିଚେଲ-୪୨, ଗାବ୍ରିଲ-୩/୯୩, ଅଲ୍‌ଜାରି ଯୋଶେଫ୍‌-୩/୧୦୯, ରୋଷ୍ଟନ ଚେଜ୍‌-୨/୫୪, ଚେମର ୨/୧୧୦)।
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୧୨୪/୮ (ଜର୍ମେନ ବ୍ଲାକ୍‌ଉଡ୍‌-୬୯, ଜେମିସନ-୫/୩୪, ଟିମ୍‌ ସୌଦି-୩/୨୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri