ଆର୍ଥିକ ସ୍ଥିତିରେ ସୁଧାର ଆସୁଛି: ମୋଦି

ନୂଆଦିଲ୍ଲୀ: ଭାରତୀୟ ଅର୍ଥ ବ୍ୟବସ୍ଥାରେ ଏବେ ସୁଧାର ପରିଲକ୍ଷିତ ହେଉଛି। ଦେଶରେ ବିଭିନ୍ନ କ୍ଷେତ୍ର ଉତ୍ସାହଜନକ ସ୍ଥିତିକୁ ଫେରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି। ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ଫିକି) ୯୩ତମ ଭର୍ଚୁଆଲ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି, ୨୦୨୦ ଭାରତ ଲାଗି ବହୁ ଘଟଣାବହୁଳ। ଦେଶ ଅନେକ ଉତ୍ଥାନ ପତନ ସାମ୍ନା କରିଛି। ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ସରକାର ରୋଡ୍‌ମ୍ୟାପ ପ୍ରସ୍ତୁତ କରିଛନ୍ତି। ଦେଶର ସ୍ଥିତିରେ ସୁଧାର ଦ୍ରୁତଗାମୀ ହେଉଥିବା ସେ ସ୍ପଷ୍ଟ କରିଛନ୍ତି।
ଏହି ଅବସରରେ ମୋଦି ଫିକିର ଭର୍ଚୁଆଲ ଆନୁଆଲ ଏକ୍ସପୋକୁ ମଧ୍ୟ ଶୁଭାରମ୍ଭ କରି କହିଛନ୍ତି, ଉଦ୍ୟୋଗୀ, କୃଷକ, ଯୁବକ ଏବଂ ଲୋକଙ୍କ ଲାଗି ଋଣ ବ୍ୟବସ୍ଥା ଉପରେ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏଭଳି ସମୟରେ ଘରୋଇ ବଜାରର ଚାହିଦା ପୂରଣ ଲାଗି ଦେଶର ଘରୋଇ କ୍ଷେତ୍ର ସକ୍ଷମ ହେବା ସହ ବିଶ୍ୱସ୍ତରରେ ଏକ ପରିଚୟ ତିଆରି କରିପାରିଛି। ଟେକ୍ନୋଲୋଜି ଭିତ୍ତିକ ଶିଳ୍ପ କ୍ଷେତ୍ର ଦ୍ୱାରା ଭାରତକୁ ଆହୁରି ପ୍ରତିଦ୍ୱନ୍ଦ୍ୱୀ କରାଇବାକୁ ମୋଦି ଆହ୍ବାନ ଜଣାଇଛନ୍ତି। ମହାମାରୀ ସମୟରେ ବ୍ୟାଙ୍କ ଖାତାରେ ସିଧାସଳଖ ସୁବିଧାର ପ୍ରତ୍ୟକ୍ଷ ହସ୍ତାନ୍ତର(ଡିବିଟି) ଯୋଜନା ଲାଗୁ କରି ଭାରତ ବିଶ୍ୱ ସ୍ତରରେ ଅନେକ ସମ୍ମାନ ଲାଭ କରିଛି। ଜନଧନ, ଆଧାର ଏବଂ ମୋବାଇଲ (ଜାମ୍‌) ଦ୍ୱାରା ସର୍ବବୃହତ୍‌ ଡିବିଟି କାର୍ଯ୍ୟକ୍ରମକୁ ନିଶ୍ଚିତ କରାଯାଇଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ଗୋଟିଏ କ୍ଲିକ୍‌ରେ ଦେଶର ପ୍ରତି କୋଣକୁ ଲୋକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଅର୍ଥ ଯୋଗାଇ ଦିଆଯାଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।
ସେ ପୁଣି କହିଛନ୍ତି, ୟୁନାଇଟେଡ୍‌ ପେମେଣ୍ଟ ଇଣ୍ଟରଫେସ୍‌(ୟୁପିଆଇ) ପ୍ଲାଟ୍‌ଫର୍ମରେ ପ୍ରତି ମାସରେ ୪ ଲକ୍ଷ କୋଟି ଟଙ୍କାର ନେଣଦେଣ ହେଉଛି। ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ବିଭିନ୍ନ କ୍ଷେତ୍ରକୁ ଉତ୍ସାହିତ କରିବାରେ ସହାୟକ ହେଉଛି। ଭାରତକୁ ଗ୍ଲୋବାଲ ଚାମ୍ପିୟନ ଭାବେ ଗଢି ତୋଳିବା ଲାଗି ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ଯୋଜନା(ପିଏଲ୍‌ଆଇ)ରେ ବିଭିନ୍ନ କ୍ଷେତ୍ରକୁ ସହାୟତା ଯୋଗାଇ ଦିଆଯାଉଛି। ମହାମାରୀ ସମୟରେ ଦେଶ ଯେଉଁ ଶିକ୍ଷା ଲାଭ କରିଛି ଆଗାମୀ ଦିନରେ ଦୃଢ ଭାବେ ଛିଡ଼ା ହେବାକୁ ଏହା ଶକ୍ତି ଯୋଗାଇବ। ମହାମାରୀ ସମୟରେ ଭାରତ ଜୀବନ ରକ୍ଷାକୁ ପ୍ରାଥମିକତା ଦେଇଛି । ମହାମାରୀ ଯୋଗୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ଏହାର ସମାଧାନ ଏବେ ମିଳିଛି ବୋଲି ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

ଚିନିକୁ ନେଇ ଦେଶରେ ହଇଚଇ: ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍‌ ସଂଘ, ଆଗକୁ…

ନୂଆଦିଲ୍ଲୀ,୨୪।୮: ଦେଶରେ ଚିନିର କୌଣସି ଅଭାବ ନାହିଁ ଏବଂ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନି ଦର କମିବାର ଆଶା ରହିଛି ବୋଲି ଭାରତୀୟ ଚିନି ମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri