ଯୁଦ୍ଧ ଏଡ଼ାଇବାରେ ପାଶ୍ଚାତ୍ୟ ବିଫଳ

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୨୫ା୨: ଯାହା ଆଶଙ୍କା କରାଯାଉଥିଲା ତାହା ହେଲା। ଆମେରିକାର ଚେତାବନୀ ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ତାଗିଦକୁ ଭ୍ରୂକ୍ଷେପ ନ କରି ଗୁରୁବାର ୟୁକ୍ରେନ୍‌ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷିଆ। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ନିର୍ଦ୍ଦେଶକ୍ରମେ ରୁଷୀୟ ସୈନ୍ୟ ପଡ଼ୋଶୀ ୟୁକ୍ରେନ୍‌ରେ ଆକାଶମାର୍ଗରୁ ତୁହାକୁ ତୁହା ବୋମା ବର୍ଷଣ କରିଛନ୍ତି। ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ ନିକଟସ୍ଥ ଆଇଭାନୋ-ଫ୍ରାଙ୍କିସ୍କ ଅନ୍ତର୍ଜାତୀୟ ବିମାନବନ୍ଦର ଓ ଅନ୍ୟ କେତେକ ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ୟୁକ୍ରେନ୍‌ରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବାବେଳେ କ୍ୱିଭ୍‌ ମଧ୍ୟ ଆମତ୍ରକ୍ଷା ପାଇଁ ଜବାବ ଦେଇଛି। ଏଥିରେ ଉଭୟ ପକ୍ଷଙ୍କ ଶତାଧିକ ସୈନ୍ୟ ମୃତାହତ ହୋଇଥିବା କୁହାଯାଉଛି। ପୁଟିନ୍‌ଙ୍କ ଏହି ଦୁଃସାହସିକ ପଦକ୍ଷେପ ଭୂରାଜନୈତିକ ଘଟଣାକ୍ରମକୁ ବହୁଳ ଭାବେ ପ୍ରଭାବିତ କରିଛି। ରୁଷିଆର ଆକ୍ରମଣକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ କଡ଼ା ନିନ୍ଦା କରିବା ସହ ଆଗକୁ ଆହୁରି କଠୋର କଟକଣା ଜାରି କରିବାକୁ ଚେତାବନୀ ଦେଇଛନ୍ତି। ଏଭଳି ସମୟରେ ଭାରତର ନିରପେକ୍ଷତାକୁ ନେଇ ୟୁକ୍ରେନ୍‌ ପ୍ରଶ୍ନ ଉଠାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛି। ମୋଦି ପୁଟିନ୍‌ଙ୍କ ସହ ଆଲୋଚନା କରି ଯୁଦ୍ଧ ବନ୍ଦ କରାଇବା ଜରୁରୀ ବୋଲି ୟୁକ୍ରେନ ରାଷ୍ଟ୍ରଦୂତ ଆଇଗୋର ପୋଲିଖା ଅନୁରୋଧ କରିଛନ୍ତି। ଇତିମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦୁଇଦିନିଆ ମସ୍କୋ ଗସ୍ତ କରି ପୁଟିନ୍‌ଙ୍କ ସହ ଆଲୋଚନା କରିଛନ୍ତି।
ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷା ବିଶ୍ୱ ପାଇଁ ଅଶାନ୍ତିର କାରଣ ସାଜିଛି। ରୁଷିଆର ଦକ୍ଷିଣରେ ଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ସଦସ୍ୟତା ପାଇଁ ଆବେଦନ କରିବା ପରେ ପୁଟିନ୍‌ କ୍ଷୁବ୍ଧ ହୋଇଯାଇଥିଲେ। ନାଟୋ ସୈନ୍ୟଙ୍କୁ ତୁରନ୍ତ ସମ୍ପୃକ୍ତ ଅଞ୍ଚଳରୁ ପ୍ରତ୍ୟାହାର ଦାବି କରି ପୂର୍ବାଞ୍ଚଳର ଡୋନ୍‌ବାସକୁ ପୁଟିନ୍‌ ଡୋନେସ୍କ ଓ ଲୁହାନସ୍କ ନାମରେ ଦୁଇଟି ସ୍ବାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ପରେ ଦୁଇପଡ଼ୋଶୀଙ୍କ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇଥିଲା। ଯୁଦ୍ଧ ଏଡ଼ାଇବା ପାଇଁ ଆମେରିକା, ବ୍ରିଟେନ୍‌, କାନାଡା, ଜର୍ମାନୀ ଓ ଅନ୍ୟ ରାଷ୍ଟ୍ରଗୁଡ଼ିକ ପୁଟିନ୍‌ଙ୍କୁ ଲଗାତର ତାଗିଦ କରିଥିଲେ। ହେଲେ ସେ କାହା କଥା ଶୁଣି ନ ଥିଲେ। ଗୁରୁବାର ସକାଳେ ପୁଟିନ୍‌ ଏକ ପ୍ରିରେକର୍ଡେଡ୍‌ ଟେଲିଭିଜନ୍‌ ବାର୍ତ୍ତାରେ ରୁଷିଆବାସୀଙ୍କୁ ସମ୍ବୋଧନ କରିଥିଲେ। ଏହି ସମ୍ବୋଧନ ବେଳେ ସେ ସୈନ୍ୟଙ୍କୁ ୟୁକ୍ରେନ୍‌ ଆକ୍ରମଣ (ସାମରିକ ଅପରେଶନ)ର ନିର୍ଦ୍ଦେଶ ଦେଇଥିଲେ। ପୁଟିନ୍‌ଙ୍କ ନିର୍ଦ୍ଦେଶ ମିଳିବା ମାତ୍ରେ ରୁଷିଆ ସୈନ୍ୟ ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ଜଳ, ସ୍ଥଳ ଓ ଆକାଶରୁ ରୁଷିଆ ପକ୍ଷରୁ କରାଯାଇଥିବା ଏହି ଘାତକ ଟର୍ଗେଟକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପ ବିରୋଧରେ ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ପୁଟିନ୍‌ଙ୍କ ସଶସ୍ତ୍ର ବଳ ୟୁକ୍ରେନ୍‌ର ୧୩ଟି ସହରରେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ୟୁକ୍ରେନ୍‌ର ପୂର୍ବ ସୀମାନ୍ତ ଚେର୍ନିହିଭ୍‌, ଖର୍କିଭ୍‌ ଓ ଲୁହାନ୍‌ସ୍କ ଅଞ୍ଚଳରେ ରୁଷିଆ ସୈନ୍ୟ କଡ଼ା ପ୍ରହରା ଦେଉଥିବାବେଳେ ସ୍କାଷ୍ଟିଆ ଏବଂ ଷ୍ଟାନିସିଆ ସହରକୁ ସେମାନେ ସମ୍ପୂର୍ଣ୍ଣ ଭାବେ ଦଖଲ କରିଛନ୍ତି। କେବଳ ଏତିକି ନୁହେଁ, କୃଷ୍ଣ ସାଗର ଉପକୂଳ ବନ୍ଦର ସହର ଓଡେସା ଓ ଦକ୍ଷିଣରେ ଥିବା ମାରିଉପୋଲ୍‌କୁ ସେମାନେ ଜଳପଥରେ ଆକ୍ରମଣ କରିଛନ୍ତି। ରାଜଧାନୀ କ୍ୱିଭ୍‌ ଆକାଶରେ ଉଡ଼ୁଥିବା ରୁଷିଆ ବାୟୁସେନାର ଲଢ଼ୁଆ ବିମାନ ସରକାରୀ ଅଫିସ୍‌ ଓ ସେନା ଛାଉଣିଗୁଡ଼ିକୁ ଟାର୍ଗେଟ କରିଥିଲେ। ଓଡେସା ସେନା ଶିବିରରେ ଏୟାର ଷ୍ଟ୍ରାଇକ୍‌ କରିବାରୁ ୧୦ ମହିଳାଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ମୋଟ ମୃତ୍ୟୁସଂଖ୍ୟା ସାମ୍ନାକୁ ଆସି ନ ଥିଲେ ହେଁ ଏୟାକୁ ମିଶାଇ ୟୁକ୍ରେନ୍‌ର ପ୍ରାୟ ୫୦ ଜଣ ନିହତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଆକାଶରୁ କ୍ୱିଭ୍‌ ଆକ୍ରମଣ ପାଇଁ ଯାଇଥିବା ରୁଷିଆର ୫ଟି ବିମାନକୁ ୟୁକ୍ରେନ୍‌ ଖସାଇଦେଇଥିବା ଦାବି କରିଛି। ଆମତ୍ରକ୍ଷା ପାଇଁ ଜବାବୀ କାର୍ଯ୍ୟାନୁଷ୍ଠାନ ବେଳେ ରୁଷିଆର ୫୦ ସୈନ୍ୟ ନିହତ ହୋଇଥିବା ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ପ୍ରଶାସନିକ ସହଯୋଗୀ ଓଲେକ୍‌ସି ଆରେଷ୍ଟୋଭିକ୍‌ କହିଛନ୍ତି। ଏହା ପୂର୍ବରୁ ଭୋର ୪ଟାରେ କ୍ୱିଭ୍‌ରେ ବିସ୍ଫୋରଣ ହୋଇଥିଲା। ୩୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ରାଜଧାନୀର ବହୁ ଲୋକ ଏହାର ପ୍ରଚଣ୍ଡ ଶବ୍ଦ ଶୁଣି ଉଠିଯାଇଥିଲେ। ୟୁକ୍ରେନ୍‌ ସେନା ଗୋଇନ୍ଦା ମୁଖ୍ୟାଳୟରୁ ବାହାରୁଥିବା ଘନକଳା ଧୂଅଁା ସମଗ୍ର ସହରର ଆକାଶକୁ ଆଚ୍ଛାଦିତ କରି ରଖିଥିଲେ। ଘରୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲେ ହେଁ ଅନେକେ ପ୍ରାଣ ବିକଳରେ ଧାଉଁଥିବା ଦୃଶ୍ୟ ଟିଭି ଚ୍ୟାନେଲଗୁଡ଼ିକରେ ଦେଖିବାକୁ ମିଳିଥିଲା। ଗୁଳି ବିନିମୟ ଓ ଟ୍ରାଫିକ୍‌ ଜାମ୍‌ ଭିତରେ ରାଜଧାନୀବାସୀ ଆତଙ୍କିତ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri