କଲ୍ୟାଣ ମଣ୍ଡପ ନିର୍ମାଣ ଯୋଜନା ଦିଗହରା

ବାରିପଦା ଅଫିସ,୮ା୭- ମୟୂରଭଞ୍ଜ ଜିଲାର ୨୬ଟି ବ୍ଲକରେ ୪୦୪ଟି ଗ୍ରାମ ପଞ୍ଚାୟତ ରହିଛି। ପଞ୍ଚାୟତର ରାଜସ୍ବ ବୃଦ୍ଧି କରିବା ପାଇଁ ବିଭାଗ ପକ୍ଷରୁ କଲ୍ୟାଣମଣ୍ଡପ ନିର୍ମାଣ ଯୋଜନା କରାଯାଇଛି। ହେଲେ ଏହି ଯୋଜନା ଜିଲାରେ ଦିଗହରା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଜିଲାର ୮୫ ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ଲାଗି ରାଜ୍ୟ ଅର୍ଥ କମିଶନ ଟଙ୍କା ମଞ୍ଜୁର କରିଛନ୍ତି। ୨୦୨୫-୧୬ ଆର୍ଥିକ ବର୍ଷରୁ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ୮୫ଟିରୁ ମାତ୍ର ୨୦ଟି କଲ୍ୟାଣମଣ୍ଡପ ସମ୍ପୂର୍ଣ୍ଣ ହୋଇଛି। ୪୫ଟି କାର୍ଯ୍ୟ ନିର୍ମାଣାଧିନ ରହିଥିବା ବେଳେ ୨୦ଟିର ଶିଳାନ୍ୟାସ ମଧ୍ୟ ବର୍ତ୍ତମାନ ସୁଦ୍ଧା ହୋଇନାହିଁ। କେଉଁଠି ସ୍ଥାନ ଚିହ୍ନଟ ହୋଇ ନ ପାରିବା, ଜମିବାଡ଼ି ବିବାଦ ତ ଆଉ କେଉଁଠି ଅଧା କାମ କରି ଠିକାଦାର ପଳାଇ ଯାଇଥିବାରୁ କଲ୍ୟାଣମଣ୍ଡପ ଅସମ୍ପୂର୍ଣ୍ଣ ହୋଇ ରହିଛି। ୧୨ଟି ବ୍ଲକର ବିଭିନ୍ନ ପଞ୍ଚାୟତରେ କିଛି କଲ୍ୟାଣମଣ୍ଡପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୪ଟି ବ୍ଲକରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି କଲ୍ୟାଣମଣ୍ଡପ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଜିଲା ପଞ୍ଚାୟତ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲାର ବାରିପଦା ବ୍ଲକ ଅଧୀନ ୮ଟି ପଞ୍ଚାୟତରେ କଲ୍ୟାଣମଣ୍ଡପ ପାଇଁ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ସେଥିରୁ ୫ଟି ସମ୍ପୂର୍ଣ୍ଣ ହୋଇଛି। ସେହିଭଳି ବେତନଟୀ ବ୍ଲକର ୪ଟି ପଞ୍ଚାୟତରୁ ୧ଟି ସମ୍ପୂର୍ଣ୍ଣ, ବାଙ୍ଗିରିପୋଷି ବ୍ଲକ ୨ଟିରୁ ୧ଟି, କୁଳିଅଣାରେ ୩ଟିରୁ ୧ଟି, ମୋରଡ଼ାରେ ୭ଟିରୁ ୩, ସାରସକଣାରେ ୨ଟିରୁ ୧, ଶ୍ୟାମାଖୁଣ୍ଟାରେ ୮ଟିରୁ ୩ଟି, ଖୁଣ୍ଟାରେ ୨ଟି ୧ଟି, କପ୍ତିପଦାରେ ୪ଟିରୁ ୧ଟି, ଉଦଳାରେ ୪ଟିରୁ ୧ଟି, ଜାମଦାରେ ୩ଟିରୁ ୧ଟି, ରରୁଆଁରେ ୨ଟିରୁ ୧ଟି ସମ୍ପୂର୍ଣ୍ଣ ହୋଇଛି। ବଡ଼ସାହି ବ୍ଲକର ୩ଟି ପଞ୍ଚାୟତ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଗୋଟିଏ ବି ସମ୍ପୂର୍ଣ୍ଣ ହୋଇପାରିନାହିଁ। ସେହିଭଳି ରାଇରଙ୍ଗପୁରରେ ୨ଟି, ଶୁଳିଆପଦାରେ ୪ଟି, ଗୋପବନ୍ଧୁନଗରରେ ୩ଟି, ବହଳଦାରେ ୪ଟି, ବିଜତଳାରେ ୧ଟି, ବିଶୋଇରେ ୨ଟି, କୁସୁମିରେ ୪ଟି, ରାଇରଙ୍ଗପୁରରେ ୧ଟି, ତିରିଂରେ ୧ଟି, କରଞ୍ଜିଆରେ ୨ଟି, ଯଶିପୁରରେ ୫ଟି, ଶୁକୃଳିରେ ୩ଟି ଓ ଠାକୁରମୁଣ୍ଡା ବ୍ଲକର ଗୋଟିଏ ପଞ୍ଚାୟତରେ କଲ୍ୟାଣମଣ୍ଡପ ଲାଗି ଅର୍ଥ ମଞ୍ଜୁର ହୋଇଥିବା ବେଳେ କୌଣସିଠାରେ ଗୋଟିଏ ବି ସମ୍ପୂର୍ଣ୍ଣ ହୋଇ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଗୋଟିଏ କଲ୍ୟାଣମଣ୍ଡପ ପାଇଁ ୨୦ରୁ ୩୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥାଏ। ରାଜ୍ୟ ଅର୍ଥ କମିଶନ ପକ୍ଷରୁ ୨୦ ଲକ୍ଷ ଟଙ୍କା ଓ ଏମ୍‌ଜିଏନ୍‌ଆର୍‌ଜିଏସ୍‌ରେ ୧୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥାଏ। ମୋରଡ଼ା ବ୍ଲକ ଚିତ୍ରଡ଼ା ପଞ୍ଚାୟତର ପୁରୁଣା ପାଣି ଗ୍ରାମରେ କଲ୍ୟାଣମଣ୍ଡପ ବର୍ତ୍ତମାନ ନିର୍ମାଣଧିନ ରହିଛି। ଏ ନେଇ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ଦେବେନ୍ଦ୍ର ବେହେରାଙ୍କୁ ପଚାରିବାରୁ ବିଭିନ୍ନ କାରଣ ଯୋଗୁଁ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଅଟକି ରହିଥିବା କହିଛନ୍ତି। ତେବେ କଲ୍ୟାଣମଣ୍ଡପ ସମ୍ପୂର୍ଣ୍ଣ କରାଯାଇ ପଞ୍ଚାୟତର ରାଜସ୍ବ ବୃଦ୍ଧି କରାଯିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri