ଆଉ ୧୦ ଦିନ ପରେ ହୋଇଥାନ୍ତା ବାହାଘର: କରୋନା ନେଇଗଲା ଜୀବନ

ବାଉଁଶୁଣୀ,୧୨ା୬: ବାହାଘର ଥିଲା ଆଉ ୧୦ ଦିନ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ବାହା ହେବାକୁ ଥିବା ଯୁବକ ଜଣକ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ବରଗୋଛା ପଞ୍ଚାୟତ ଖଜରୋଜ ଗ୍ରାମରେ।

ସୂଚନା ଅନୁଯାୟୀ, ଖଜରୋଜ ଗ୍ରାମର ବିଜୁ ସାହୁ(୨୬) ୧୦ ଦିନ ତଳେ କରୋନା ପଜିଟିଭ ଚିହ୍ନଟ ହୋଇ ହୋମ ଆଇସୋଲେସନରେ ରହିଥିଲେ। ଦେହ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ସମ୍ବଳପୁର ସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଆସନ୍ତା ୨୧ ତାରିଖରେ ବିଜୁଙ୍କ ବାହାଘର ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ବିବାହର ୧୦ ଦିନ ପୂର୍ବରୁ କରୋନା ବିଜୁଙ୍କ ମୃତ୍ୟୁ ଘଟିବା ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।